Advertisment

କାନ୍ଦିଲେ କୋଲକାତା ପୀଡ଼ିତାଙ୍କ ବାପା ମା’, ଆଣିଲେ ସାଂଘାତିକ ଅଭିଯୋଗ

ସେମାନେ ତଦନ୍ତକାରୀ ସଂସ୍ଥା ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି।

author-image
Hemant Lenka
Kolkata

Kolkata

ଝିଅକୁ ଡାକ୍ତର କରିବା ପାଇଁ ବହୁ କଷ୍ଟ କରିଥିଲୁ। ହେଲେ ସବୁ କିଛି ଭାଙ୍ଗି ଚୁରମାର ହୋଇଗଲା। ଆମର ସବୁ ସ୍ୱପ୍ନ ଏବେ ଭାଙ୍ଗି ଯାଇଛି। ଗଣମାଧ୍ୟମ ଆଗରେ ଏମିତି କିଛି କହି ଭୋ ଭୋ ହୋଇ କାନ୍ଦିଛନ୍ତି କୋଲକାତା ପୀଡ଼ିତାଙ୍କ ବାପା ଓ ମା’।

Advertisment

ଏଥିସହ ସେମାନେ ତଦନ୍ତକାରୀ ସଂସ୍ଥା ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ଏହାବାଦ ସେମାନେ ଝିଅର ମୃତଦେହକୁ ପ୍ରଶାସନ ତରବିଆ ଭାବେ ସଂସ୍କାର କରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ବାପା କହିଛନ୍ତି, “ମୁଖ୍ୟମନ୍ତ୍ରୀ ଲମ୍ବା ଭାଷଣ ଦେଉଛନ୍ତି। ରାସ୍ତାରେ ମୋ ଝିଅ ପାଇଁ ନ୍ୟାୟ ମାଗୁଛନ୍ତି। ଏହି ସମୟରେ ସେ ଜନଆକ୍ରୋଶକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି। କାହିଁକି ସେ ଏପରି ଦୋମୁହାଁ ଦେଉଛନ୍ତି? କ’ଣ ସେ ଲୋକଙ୍କୁ ଡରୁଛନ୍ତି? ଆମକୁ ଏସବୁ ପ୍ରଶ୍ନର ଉତ୍ତର ଦରକାର।”

Advertisment

ଅଗଷ୍ଟ ୯ରେ ୩୧ ବର୍ଷୀୟ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ଚାଲିଛି। ପଶ୍ଚିମବଙ୍ଗରେ ଚାଲିଥିବା ବିକ୍ଷୋଭକୁ ବେଙ୍ଗଲ ସରକାର ଅଟକାଇବାକୁ ଚେଷ୍ଟା କରୁଥିବା ମଧ୍ୟ ପୀଡ଼ିତାଙ୍କ ବାପା କହିଛନ୍ତି।

ସେ କହିଛନ୍ତି, “ଯେଉଁମାନେ ମୁକ୍ତ ଭାବେ ଆନ୍ଦୋଳନ କରୁଛନ୍ତି ଓ ନିଜ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ଚାପି ଦେବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇଥିବା ବେଳେ ସମାନ୍ତରଳ ଭାବେ ଅନ୍ୟମାନେ ଯେମିତି ବିକ୍ଷୋଭ ନ କରିପାରିବେ, ତା’କୁ ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି।”

ସେ ନିଜ ଝିଅର ମୃତଦେହକୁ ପ୍ରଶାସନ ତରବରିଆ ଭାବେ ସଂସ୍କାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଶ୍ମଶାନରେ ୩ଟି ମୃତଦେହ ଥିଲା। କିନ୍ତୁ ଆମ ଝିଅର ପ୍ରଥମେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହା ପଛର କାରଣ କ’ଣ? ମୁଖ୍ୟମନ୍ତ୍ରୀ ନ୍ୟାୟ ପ୍ରଦାନ କଥା କହୁଛନ୍ତି। କିନ୍ତୁ ନ୍ୟାୟ ପାଇଁ ଦାବି କରୁଥିବା ସାଧାରଣ ଲୋକଙ୍କୁ ଜେଲରେ ଭର୍ତ୍ତି କରୁଛନ୍ତି। ଆମେ ମମତା ବାନାର୍ଜୀଙ୍କ କାମରେ ସନ୍ତୁଷ୍ଟ ନାହୁଁ ଓ ତାଙ୍କ ଠାରୁ କୌଣସି କ୍ଷତିପୂରଣ ମଧ୍ୟ ଗ୍ରହଣ କରିବୁ ନାହିଁ।”

୩୧ ବର୍ଷୀୟ ମହିଳା ଡାକ୍ତରଙ୍କ ବାପା ସିବିଆଇ ବର୍ତ୍ତମାନ କରୁଥିବା ତଦନ୍ତରେ ମଧ୍ୟ ସନ୍ତୁଷ୍ଟ ନୁହନ୍ତି। ସେ କହିଛନ୍ତି, “ଚାଲିଥିବା ତଦନ୍ତରୁ କୌଣସି ଫଳ ମିଳି ନାହିଁ। ଆମର ଆଶା ଥିଲା ଆମେ ନ୍ୟାୟ ପାଇବୁ। କିନ୍ତୁ ତଦନ୍ତକାରୀ ସଂସ୍ଥା କିମ୍ବା କଲେଜ ପକ୍ଷରୁ କୌଣସି ସହଯୋଗ ମିଳୁନି। ପୂରା ବ୍ୟବସ୍ଥା ଏଥିରେ ସାମିଲ ଅଛି।”

ପୀଡ଼ିତାଙ୍କ ମା’ ମଧ୍ୟ ନ୍ୟାୟ କଥା ଦୋହରାଇଛନ୍ତି। ସେ କହିଛନ୍ତି, “ଦୋଷୀମାନଙ୍କ ବିରୋଧରେ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯାଉ। ଏହାପରେ ମୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ଆର୍ଥିକ କ୍ଷତି ପୂରଣ ଗ୍ରହଣ କରିବା ଉପରେ ବିଚାର କରିବୁ। ପ୍ରଥମେ ନ୍ୟାୟ ମିଳୁ। ଏହାପରେ ଆମେ କ୍ଷତିପୂରଣ ଗ୍ରହଣ କରିବୁ।”

Kolkata Kolkata Police Kolkata Doctor Rape And Murder Case