Advertisment

ଆର୍‌ଜି କର ମାମଲାକୁ ନେଇ ବଡ଼ ଖୁଲାସା, କ୍ରାଇମ୍ ସ୍ପଟ୍‌ରେ ନାହିଁ ଧସ୍ତାଧସ୍ତିର ଚିହ୍ନ

ସାମ୍ନାକୁ ଆସିଥିବା ଫରେନ୍ସିକ ରିପୋର୍ଟରେ ଏଭଳି କିଛି ଖୁଲାସା ହୋଇଛି।

author-image
Madhupriya Mistry
RG Kar Medical College

RG Kar Medical College

ବହୁ ଚର୍ଚ୍ଚିତ କୋଲକାତା ଆର୍‌ ଜି କର୍‌ ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମ୍‌ରେ ଜୁନିଅର ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏବେ ଏହି କ୍ରାଇମ୍‌ସ୍ପଟ୍‌ରେ ଧସ୍ତାଧସ୍ତିର କୌଣସି ଚିହ୍ନ ନଥିବା ଜଣାପଡିଛି। ସାମ୍ନାକୁ ଆସିଥିବା ଫରେନ୍ସିକ ରିପୋର୍ଟରେ ଏଭଳି କିଛି ଖୁଲାସା ହୋଇଛି।

Advertisment

ସେଣ୍ଟ୍ରାଲ ଫରେନ୍ସିକ୍‌ ଲାବ୍ରୋଟରୀର ରିପୋର୍ଟ ମୁତାବକ, ଘଟଣାସ୍ଥଳରେ ପୀଡିତା ଓ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି ଧସ୍ତାଧସ୍ତି କିମ୍ବା ମାରପିଟ୍‌ ହୋଇଥିବାର ସଙ୍କେତ ମିଳି ନାହିଁ। କେବଳ ସେତିକି ନୁହେଁ ସେମିନାର ରୁମ୍‌ ଭିତରର କୌଣସି ବି ସ୍ଥାନରେ ଏ ସଂକ୍ରାନ୍ତୀୟ କିଛି ଚିହ୍ନ ମିଳିନାହିଁ। ଏହି ଫରେନ୍ସିକ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ସେମିନାର ରୁମ୍‌ରେ ଜୁନିଅର ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ପରେ ତାଙ୍କୁ ହତ୍ୟା କରାଯାଇଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି।

ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ଦିଲ୍ଲୀର ବିଶେଷଜ୍ଞମାନେ ଅଗଷ୍ଟ ୧୪ରେ ଆରଜି କର ହସ୍ପିଟାଲର ଯାଞ୍ଚ କରି ନମୁନା ସଂଗ୍ରହ କରିଥିଲେ। ସେପ୍ଟେମ୍ବର ୧୧ରେ ଏହାର ରିପୋର୍ଟ ସିବିଆଇରେ ଦାଖଲ କରାଯାଇଥିଲା।

Advertisment

CFSL ଟିମ୍‌ କହିଛି ଯେ, ସେମିନାର ହଲ୍‌ରେ ଥିବା କାଠ ପ୍ଲାଟଫର୍ମରେ ରଖାଯାଇଥିବା ଗଦା ବ୍ୟତୀତ ଚଟ୍ଟାଣର କୌଣସି ଅଂଶରେ କିମ୍ବା ଆଖପାଖରେ କୌଣସି ଜୈବିକ ଦାଗ (Biological Stains) ମିଳି ନାହିଁ। ଏହାବ୍ୟତୀତ, ନୀଳ ସିଟ୍ ସହିତ କାଠ ଟେବୁଲ ଉପରେ ବି କୌଣସି ଚିହ୍ନ ମିଳି ନାହିଁ।

ଏହି ମାମଲାରେ କୋଲକାତା ପୁଲିସର ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ ଓ ପରେ ସିବିଆଇର ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଥମରୁ କୁହାଯାଇଥିଲା ଯେ, ସେମିନାର ରୁମ୍‌ରେ ହିଁ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ତେବେ ସିଏଫ୍‌ଏସ୍‌ଏଲ୍‌ର ରିପୋର୍ଟରେ କିନ୍ତୁ ଏ କଥା ସାମ୍ନକୁ ଆସିନାହିଁ।

ଏହି ଫୋରେନସିକ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ଆର.ଜି କର ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରହସ୍ୟ ଆହୁରି ଗଭୀର ହୋଇଛି। ଅନ୍ୟ କେଉଁ ସ୍ଥାନରେ ପୀଡିତାଙ୍କ ସହ ଦୁଷ୍କର୍ମ ଓ ହତ୍ୟା କରିବା ପରେ ତାଙ୍କର ମୃତଦେହକୁ ସେମିନାର ହଲ୍‌ରେ ଆଣି ରଖାଯାଇଥିବା ସନ୍ଦେହ କରାଯାଉଛି।

କାରଣ ଫରେନ୍‌ସିକ୍‌ ରିପୋର୍ଟର ପଏଣ୍ଟ 5ରେ ଉଲ୍ଲେଖ କରାଯାଇଛି ଯେ, ହସ୍ପିଟାଲର ସେମିନାର ହଲ୍‌କୁ ଯିବାକୁ ହେଲେ କାହା ଦୃଷ୍ଟି ଆଢ଼ୁଆଳରେ ସେଠାରେ ପହଞ୍ଚିବା ମୁସ୍‌କିଲ୍‌। ଅଭିଯୁକ୍ତ କିମ୍ବା ବାହାର ବ୍ୟକ୍ତି ସେମାନର ହଲ୍‌କୁ କୌଣସି ପ୍ରକାରେ ଲୁଚି ଯାଇପାରିବେ ନାହିଁ।

କହିରଖୁ ଯେ, ଅଗଷ୍ଟ ୯ ତାରିଖରେ ଆର.ଜି କର ହସ୍ପିଟାଲର ସେମିନାର ହଲରୁ ଜଣେ ଅନ୍‌ ଡ୍ୟୁଟି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦୁଷ୍କର୍ମ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହି ମାମଲାରେ ପୁଲିସ ସଞ୍ଜୟ ରୟ ନାମକ ଅଭିଯୁକ୍ତକୁ ଗିରଫ କରିଥିଲା। ତାଙ୍କୁ ଅଗଷ୍ଟ ୯ ତାରିଖ ସକାଳ ୪ଟା ସମୟରେ ସେମିନାର ହଲରେ ପ୍ରବେଶ କରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା।

Kolkata Rape-Murder Case RG Kar Medical College Forensic Report CFSL