Advertisment

ଆସିଲା ଟ୍ରେନି ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟ; ନିର୍ଧୂମ ପିଟିଥିଲା ଅଭିଯୁକ୍ତ, ଭାଙ୍ଗି ଯାଇଥିଲା ବେକ ହାଡ଼

ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବା ନାଁ ଧରୁ ନ ଥିବା ବେଳେ ଇତି ମଧ୍ୟରେ ଆସିଛି ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ।

author-image
Niharika Rout
Strike

Strike

କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବା ନାଁ ଧରୁ ନ ଥିବା ବେଳେ ଇତି ମଧ୍ୟରେ ଆସିଛି ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ । ଅଭିଯୁକ୍ତଜଣକ ଟ୍ରେନି ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି।

Advertisment

ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ବଳାତ୍କାର ପୂର୍ବରୁ ପୀଡ଼ିତାଙ୍କୁ ପ୍ରବଳ ପିଟିଥିଲେ। ତାଙ୍କ ମୁହଁକୁ ବହୁଥର ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ଚଷମା ଭାଙ୍ଗି ଯାଇଥିଲା। ଏପରିକି ଚଷମାର କାଚର କିଛି ଅଂଶ ତାଙ୍କ ଆଖିରେ ଗଳି ଯାଇଥିବା ଜଣାଯାଇଛି। ପ୍ରବଳ ମାଡ ଯୋଗୁ ପୀଡ଼ିତାଙ୍କ ବେକ ହାଡ଼ ଭାଙ୍ଗି ଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି

ହତ୍ୟା ପୂର୍ବରୁ ସମ୍ପୃକ୍ତ ଡାକ୍ତରୀ ଛାତ୍ରୀଙ୍କୁ ଅଭିଯୁକ୍ତଜଣକ ଦୁଷ୍କର୍ମ କରାଯାଇଥିଲା। ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ପୀଡ଼ିତାଙ୍କ ହତ୍ୟା ଶୁକ୍ରବାର ଭୋର ୩ଟାରୁ ୫ଟା ମଧ୍ୟରେ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି।

Advertisment

୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଛି।

କୋଲକାତା ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ସଞ୍ଜୟ ରୟକୁ ଜେରା କରିବା ମାତ୍ରେ ସେ ତା’ର ଅପରାଧକୁ ସ୍ୱୀକାର କରି ନେଇଥିଲା। ସେ କୌଣସି ପଶ୍ଚାତାପ କରି ନ ଥିଲା। ବେଧଡ଼କ ଅନ୍ଦାଜରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପୁଲିସ୍‌କୁ ସେ କହୁଥିବା ଶୁଣିବାକୁ ମିଳିଛି।

ସଞ୍ଜୟର ମୋବାଇଲରେ ଅନେକ ଅଶ୍ଳୀଳ ଭିଡିଓ ରହିଛି। ଘଟଣା ଦିନ ରାତିରେ ମଧ୍ୟ ସେ ପ୍ରଚୁର ମଦ ପିଇ ଅଶ୍ଳୀଳ ଭିଡିଓ ସବୁ ଦେଖିଥିଲା। ଏହାପରେ ହସ୍ପିଟାଲର ସେମିନାର ହଲକୁ ଯାଇ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ମାରି ଦେଇଥିବା ତଦନ୍ତରୁ ଜଣାପଡ଼ିଛି।

କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ ଆଜି ଦେଶ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ସମସ୍ତ ମେଡିକାଲରେ OPD ସେବା ବନ୍ଦ ରଖିବାକୁ ଡାକରା ଦେଇଛି ଫେଡେରେସନ ।

West Bengal Rape And Murder Kolkata Doctor Murder Case