Advertisment

ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସାଙ୍ଗମା

ପ୍ରେଷ୍ଟନ୍ ଟିନ୍ସଙ୍ଗ ଏବଂ ସ୍ନିଆବଭାଲାଙ୍ଗ ଧର ମେଘାଳୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଅଦ୍ୟତନ ହୋଇଛି
Konrad Sangma takes oath

Konrad Sangma takes oath

Advertisment

ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନ୍ୟାସନାଲ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ କୋନରାଡ ସାଙ୍ଗମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ଶପଥ ନେଇଛନ୍ତି। ଏଥିସହ ସେ ଲଗାତର ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। 

Advertisment

କୋନରାଡ ସାଙ୍ଗମାଙ୍କ ବ୍ୟତୀତ ପ୍ରେଷ୍ଟନ୍ ଟିନ୍ସଙ୍ଗ ଏବଂ ସ୍ନିଆବଭାଲାଙ୍ଗ ଧର ମେଘାଳୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ମେଘାଳୟରେ ସରକାର ଗଠନ ପାଇଁ ଏନପିପି ନେତୃତ୍ୱାଧୀନ ମିଳିତ ମଞ୍ଚ ଦାବି କରିଥିଲା। ଦୁଇ ବିଜେପି ବିଧାୟକଙ୍କ ସମେତ ୪୫ ଜଣ ବିଧାୟକ ମିଳିତ ମଞ୍ଚକୁ ସମର୍ଥନ କରୁଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ଉତ୍ତର-ପୂର୍ବ ଗସ୍ତରେ ଅଛନ୍ତି। ମେଘାଳୟ ବ୍ୟତୀତ ତ୍ରିପୁରା ଏବଂ ନାଗାଲାଣ୍ଡରେ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ।ଏହା ସହିତ ଆସାମ କ୍ୟାବିନେଟର ସଦସ୍ୟମାନଙ୍କ ସହିତ ଏକ ରୁଦ୍ଧଦ୍ୱାର ବୈଠକ ମଧ୍ୟ ହେବ। 

ସିଲଙ୍ଗରେ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ମୋଦି କୋହିମା ଯିବେ ଏବଂ ନାଗାଲାଣ୍ଡର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ। ନାଗାଲାଣ୍ଡରେ ଏନଡିପିପି ଏବଂ ବିଜେପି ମିଳିତ ମଞ୍ଚ ୬୦ ଟି ସିଟ୍ ମଧ୍ୟରୁ ୩୭ ଟି ଜିତିଛି।

Meghalaya Konrad Sangma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe