Advertisment

ଛତ୍ରପତି ଶିବାଜୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ହଟିଲେ ମହାରାଷ୍ଟ୍ର ରାଜ୍ୟପାଳ !

ଆଜି ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି।

BS Koshyari

BS Koshyari

Advertisment

ଆଜି ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ଏ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନୂଆ ରାଜ୍ୟପାଳ ଓ ଉପରାଜ୍ୟପାଳ ନଯୁକ୍ତି ପାଇଛନ୍ତି। ଏହି ଅଦଳବଦଳ ତାଲିକାରେ ମହାରାଷ୍ଟ୍ର ରାଜ୍ୟପାଳ  ଭଗତ ସିଂହ କୋଶୟାରୀଙ୍କ ନା ରହିଛି।  ଭଗତ ସିଂହ କୋଶୟାରୀଙ୍କ ଇସ୍ତଫା  ଦେବା ପରେ ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ୍‌ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। କୁହାଯାଉଛି ମହାରାଷ୍ଟ୍ରର ଗର୍ବ ଗୌରବ ଛତ୍ରପତି ଶିବାଜୀଙ୍କ ବିରୋଧରେ ବିବାଦୀୟ ବୟାନ୍ ଦେବା ପରେ ଭଗତ ସିଂହ କୋଶୟାରୀଙ୍କୁ ହଟିବାକୁ ପଡ଼ିଛି। ସେ ଛତ୍ରପତି ଶିବାଜୀଙ୍କ ବିରୋଧରେ ଅସମ୍ମାନଜନକ ବୟାନ ଦେଇ ଚର୍ଚ୍ଚାରେ ଥିଲେ।

Advertisment

କୋଶୟାରୀ କହିଥିଲେ ଯେ, ଛତ୍ରପତି ଶିବାଜୀ ମହାରାଜ ପୁରୁଣା ଦିନର ଏକ ଆଦର୍ଶ ଥିଲେ ଏବଂ ରାଜ୍ୟର ସାଂପ୍ରତିକ ଆଦର୍ଶଙ୍କ ବିଷୟରେ ଆଲୋଚନା କରୁଥିବା ବେଳେ ସେ ବାବାସାହେବ ଆମ୍ବେଦକର ଏବଂ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀଙ୍କ ନାମ ଉଲ୍ଲେଖ କରିଥିଲେ ଏବଂ ଏନସିପି ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀକୁ ସମାଲୋଚନା କରିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଶିବସେନା ବିଧାୟକ ସଞ୍ଜୟ ଗାଇକଓ୍ଵାଡ ଭଗତ ସିଂହ କୋଶୟାରୀଙ୍କୁ ସମାଲୋଚନା କରିଥିଲେ।

ସେ କହିଥିଲେ ଯେ, ରାଜ୍ୟପାଳ ବୁଝିବା ଉଚିତ ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ଆଦର୍ଶ କେବେ ପୁରୁଣା ହୁଏ ନାହିଁ ଏବଂ ତାଙ୍କୁ ଦୁନିଆର ଅନ୍ୟ କୌଣସି ମହାନ ବ୍ୟକ୍ତିଙ୍କ ସହ ତୁଳନା କରାଯାଇପାରିବ ନାହିଁ। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ନେତାମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଜଣେ ବ୍ୟକ୍ତି ଯିଏ ରାଜ୍ୟର ଇତିହାସ ସଂପର୍କରେ ଜାଣନ୍ତି ନାହିଁ ଏବଂ ରାଜ୍ୟପାଳ କିପରି କାର୍ଯ୍ୟ କରନ୍ତି ତାହା ଜାଣି ନାହାଁନ୍ତି, ତାଙ୍କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ସେ ଦାବି କରିଥିଲେ।  

Advertisment
Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe