Advertisment

କୋଟାରୁ ନିଖୋଜ ଛାତ୍ର ମଥୁରାରୁ ଉଦ୍ଧାର

ଛାତ୍ରଜଣକ କେଉଁଆଡ଼େ ଚାଲି ଯାଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତତ୍‌କାଳ ଖୋଜିବା ଆରମ୍ଭ କରିଥିଲା। ଏହାପରେ ପୁଲିସ୍‌ ଛାତ୍ରଜଣଙ୍କୁ ସୁରକ୍ଷିତ ଭାବେ ମଥୁରାରୁ ଉଦ୍ଧାର କରିବା ସହ ପରିବାରକୁ ହସ୍ତାନ୍ତର କରିଛି।

author-image
Niharika Rout
Missing Student

Missing Student

କୋଟାରୁ ନିଖୋଜ ହୋଇଥିବା ଜଣେ ଛାତ୍ରଙ୍କୁ ମଥୁରାରୁ ଉଦ୍ଧାର କରିଛି ପୁଲିସ୍‌। ଛାତ୍ରଜଣକ କେଉଁଆଡ଼େ ଚାଲି ଯାଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତତ୍‌କାଳ ଖୋଜିବା ଆରମ୍ଭ କରିଥିଲା। ଏହାପରେ ପୁଲିସ୍‌ ଛାତ୍ରଜଣଙ୍କୁ ସୁରକ୍ଷିତ ଭାବେ ମଥୁରାରୁ ଉଦ୍ଧାର କରିବା ସହ ପରିବାରକୁ ହସ୍ତାନ୍ତର କରିଛି। ନିଖୋଜ ହୋଇଥିବା ଛାତ୍ରଜଣକ ଝାଡ଼ଖଣ୍ଡ ରାଜ୍ୟର ବୋଲି ଜଣାଯାଇଛି ।

Advertisment

୧୯ ବର୍ଷୀୟ ଛାତ୍ରଜଣକ କୋଟାରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ଘଟଣା ଦିନ ସେ ନିଜ ରୁମ୍‌ରେ ତାଲା ପକାଇ ନ ଥିବା ବେଳେ ସେଠାରେ ମୋବାଇଲ ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ। ଏନେଇ ସୂଚନା ପାଇବା ପରେ ପୁଲିସ୍‌ ତୁରନ୍ତ ଖୋଜାଖୋଜି ଆରମ୍ଭ କରି ଦେଇଥିଲା। ଏପରିକି ବସ୍‌ ଷ୍ଟପ୍‌, ରେଲୱେ ଷ୍ଟେଶନର ସିସଟିଭି ଯାଞ୍ଚ କରିବାକୁ ଲାଗିଲା । ମାତ୍ର କୌଣସି ସୁରାଗ ପାଇ ପାରିଲାନି।

ବିଳମ୍ବିତ ରାତିରେ ଛାତ୍ରଜଣକଙ୍କ ବାପାଙ୍କ ନିକଟକୁ ଏକ କଲ୍‌ ଆସିଥିବାବେଳେ ପୁଅ ଟ୍ରେନ୍‌ରେ ମଥୁରା ପହଞ୍ଚି ଯାଇଥିବା ସୂଚନା ପାଇଥିଲେ। ଏହାପରେ ସେ ତୁରନ୍ତ ମଥୁରାରେ ପହଞ୍ଚି ନିଜ ପୁଅକୁ ନେଇ ଘରକୁ ଯାଇଛନ୍ତି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଛାତ୍ରଜଣକ ରୁମ୍‌ରୁ ବାହାରିବା ପରେ ରେଲୱେ ଷ୍ଟେଶନ ଚାଲି ଯାଇଥିଲେ। ସେ କେଉଁଆଡ଼େ ଯିବେ ଜାଣି ନ ଥିବା ବେଳେ ସେଠାରୁ ଏକ ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ଏହାପରେ ସେ ଶୋଇ ପଡ଼ିଥିବା ବେଳେ ଟ୍ରେନ୍‌ଟି ଶେଷ ଷ୍ଟପେଜ ମଥୁରାରେ ରହିଥିଲା। ଏହାପରେ ରେଲୱେ କର୍ମଚାରୀ ପିଲାଟିକୁ ପଚରାପଚରି କରି ତାଙ୍କ ବାପାଙ୍କ ନିକଟକୁ ଫୋନ୍‌ କରି ସବୁ କଥା ଜଣାଇଥିଲେ।

ଛାତ୍ରଜଣକ କୋଟାରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ମାତ୍ର ଅତ୍ୟଧିକ ପାଠ ଚାପ ଯୋଗୁ ସେ କିଛି ଦିନ ହେବ ମାନସିକ ଚାପରେ ରହୁଥିଲେ। ଏହାପରେ ସେ କାହାକୁ କିଛି ନ କହି ଟ୍ରେନ୍‌ରେ ପଳାଇଥିଲେ। ପିଲା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ତାଙ୍କ ବାପା କହିଛନ୍ତି।

NEET Kota;