Advertisment

୮ ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ; NEET ପାଇଁ ନେଉଥିଲେ କୋଚିଂ

ମୃତଦେହ ଖୋଜିବାକୁ ପୁଲିସ୍‌ ପ୍ରଶାସନ ତତ୍ପରତା ନ ଦେଖାଇବାରୁ ପରିବାର ଲୋକେ ପୁଅର ଶବ ଖୋଜି ବାହାର କରିଛନ୍ତି।

author-image
Niharika Rout
undefined

Deadbody

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ କୋଟା ଛାତ୍ରଙ୍କ ମୃତଦେହ। ଛାତ୍ରଜଣକ ୮ ଦିନ ହେଲା ନିଖୋଜ ଥିଲେ। ମାତ୍ର ମୃତଦେହ ଖୋଜିବାକୁ ପୁଲିସ୍‌ ପ୍ରଶାସନ ତତ୍ପରତା ନ ଦେଖାଇବାରୁ ପରିବାର ଲୋକେ ପୁଅର ଶବ ଖୋଜି ବାହାର କରିଛନ୍ତି। ମୃତ ଛାତ୍ରଜଣକ ହେଲେ ରଚିତ ସୋନ୍ଧିଆ।

Advertisment

ପରିବାର ଲୋକେ ୮ ଦିନ ହେଲା ଖୋଜିଖୋଜି କରି ଗଡରିଆ ମହାଦେବ ଜଙ୍ଗଲରୁ ପୁଅ ମୃତଦେହକୁ ଉଦ୍ଧାର କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବି ଜଙ୍ଗଲରେ ଥିବା ତଳି ଅଞ୍ଚଳକୁ ଯାଇ ଖୋଜାଖୋଜି କରିବାକୁ ମନା କରିଦେବାରୁ ଏହି କାମ ପରିବାର ଲୋକେ କରିଥିଲେ। ଆଉ ବହୁ କଷ୍ଟରେ ପୁଅର ମୃତଦେହକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

୧୬ ବର୍ଷୀୟ ରଚିତ କୋଟାସ୍ଥିତ ଏକ ହଷ୍ଟେଲରେ ରହି ନିଟ୍‌ କୋଚିଂ ପାଇଁ ପ୍ରସ୍ତୁତି ଚଳାଇଥିଲେ। ପରୀକ୍ଷା ଥିବା କହି ଗତ ୧୧ ଫେବୃୟାରୀ ଅପରାହ୍ନ ସମୟରେ ସେ ହଷ୍ଟେଲରୁ ବାହାରି ଯାଇଥିବା ବେଳେ ଆଉ ଫେରି ନ ଥିଲେ।

Advertisment

ପୁଅର ପତ୍ତା ନ ପାଇ ପରିବାର ଲୋକେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ରଚିତଙ୍କ ଲାଷ୍ଟ ଲୋକେସନ ଗଡରିଆ ମହାଦେବ ଜଙ୍ଗଲ ଦେଖାଯାଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ୍‌ ରଚିତଙ୍କ ରୁମ୍‌ ଖାନତଲାସୀ କରିଥିବା ବେଳେ ସେଠାରୁ ତାଙ୍କ ହାତଲେଖା ନୋଟ୍ସ ଉଦ୍ଧାର କରିଥିଲା। ଉକ୍ତ ନୋଟ୍‌ରୁ ରଚିତ ମାନସିକ ଅବସାଦରେ ଥିବା ବେଳେ ଗଡରିଆ ମହାଦେବ ଜଙ୍ଗଲ ଯାଉଥିବା ଉଲ୍ଲେଖ କରିଥିଲେ।

ଏହାପରେ ପୁଲିସ୍‌, ସମ୍ପର୍କୀୟ, ସାଙ୍ଗ ପ୍ରମୁଖ ଗଡରିଆ ମହାଦେବ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ। ପରିବାର ଲୋକେ ପୁଅ ସମ୍ପର୍କରେ ସୂଚନା ପାଇବା ଲାଗି ସହର ସାରା ପୋଷ୍ଟର ବି ମାରିଥିଲେ। ହେଲେ ଶେଷରେ ଜଙ୍ଗଲରୁ ପୁଅ ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ ପଠାଯାଇଛି।

NEET Kota Student Missing