Advertisment

କୋଟାରେ ପୁଣି ଝୁଲି ପଡ଼ିଲେ ଛାତ୍ର; ଚଳିତ ବର୍ଷର ଚତୁର୍ଥ ଘଟଣା

ମୃତ ଛାତ୍ରଜଣକ ଦ୍ୱାଦଶରେ ପଢ଼ୁଥିବା ବେଳେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ।

author-image
Niharika Rout
Student

Student

ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟାରେ ଲାଗୁନି ବ୍ରେକ୍‌ । ପୁଣି ଥରେ ଝୁଲି ପଡ଼ି ଜୀବନ ହାରିଛନ୍ତି ଜଣେ ଛାତ୍ର। ଚଳିତ ବର୍ଷର ଏହା ଚତୁର୍ଥ ଘଟଣା ହୋଇଥିବା ବେଳେ ଏହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। 

Advertisment

ମୃତ ଛାତ୍ରଜଣକ ଦ୍ୱାଦଶରେ ପଢ଼ୁଥିବା ବେଳେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ଆଜି ସକାଳେ ପରିବାର ଲୋକେ ପୁଅ ପାଖକୁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ ଉଠାଇ ନ ଥିଲା। ଏହାପରେ ସେମାନେ ତୁରନ୍ତ ହଷ୍ଟେଲ ୱାର୍ଡେନଙ୍କ ନିକଟକୁ ଫୋନ୍‌ କରିଥିଲେ। ୱାର୍ଡେନଜଣକ ତୁରନ୍ତ ଉକ୍ତ ଛାତ୍ରଙ୍କ ରୁମ୍‌ ନିକଟରେ ପହଞ୍ଚି ଯାହା ଦେଖିଥିଲେ ନିଜକୁ ବିଶ୍ୱାସ କରି ପାରି ନ ଥିଲେ।

ଛାତ୍ରଜଣକ ଫ୍ୟାନ୍‌ରେ ଝୁଲି ରହିଥିଲେ। ଏନେଇ ୱାର୍ଡେନ ତୁରନ୍ତ ଛାତ୍ରଙ୍କ ପରିବାର ସମେତ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Advertisment

ଚଳିତ ବର୍ଷ ଏଯାବତ କୋଟାରେ ୪ ଶିକ୍ଷାର୍ଥୀ ଜୀବନ ହାରି ସାରିଲେଣି। ଜାନୁଆରୀ ୨୯ରେ ଜେଇଇ ପାଇଁ ପ୍ରସ୍ତୁତି କରୁଥିବା ନିହାରିକା ସିଂହ ଜୀବନ ହାରିଥିଲେ। ସେହିପରି ଜାନୁଆରୀ ୨୩ରେ ୧୯ ବର୍ଷୀୟ ମହମ୍ମଦ ଜୈଦଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା। ସେ ମେଡିକାଲ ପ୍ରବେଶିକା ପରୀକ୍ଷା ନୀଟ ପାଇଁ ପ୍ରସ୍ତୁତି କରୁଥିଲେ। ଏହାପରେ ଜାନୁୟାରୀ ୩୧ ତାରିଖରେ ବିଟେକ ଶେଷ ବର୍ଷର ଛାତ୍ର ୨୭ ବର୍ଷୀୟ ନୂର ମହମ୍ମଦ କୋଟାରେ ଥିବା ନିଜ ପିଜି(ପେଇଂ ଗେଷ୍ଟ) ରୁମରେ ସେ ଜୀବନ ହାରିଥିଲେ।

୨୦୨୩ରେ କୋଟାରେ ରହି ପାଠପଢ଼ୁଥିବା ୨୬ ଜଣ ଶିକ୍ଷାର୍ଥୀ ବିଭିନ୍ନ ସମୟରେ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା।

Kota Student Suicide