Advertisment

କୋଟାରେ ଆତ୍ମହତ୍ୟା ରୋକିବାକୁ ଆକ୍ସନ ପ୍ଲାନ୍‌; ସପ୍ତାହରେ ଦିନେ ଅଧା ପାଠପଢ଼ାକୁ ଅଧା ଖେଳକୁଦ

ପିଲାମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ପାଇଁ ଅନଲାଇନ୍‌ ମୋଟିଭେସନାଲ କ୍ଲାସ୍‌ କରିବା ନିମନ୍ତେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏହାପରେ ଏହାକୁ ସୋଶାଲ ମିଡିଆ ପ୍ଲାଟଫର୍ମରେ ବି ଛାଡ଼ିବାକୁ କୁହାଯାଇଛି।

Students

Students

Advertisment

କୋଟାରେ ଛାତ୍ରଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ଏହା ଏକ ମହାମାରୀ ପରି ସମଗ୍ର ଅଞ୍ଚଳରେ ବ୍ୟାପି ଗଲାଣି । ଚଳିତ ବର୍ଷ ଏଯାଏ ୨୪ ଛାତ୍ର ଝୁଲି ନିଜ ଜୀବନ ହାରି ସାରିଲେଣି। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଛାତ୍ରଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ମାନସିକାତାକୁ ହ୍ରାସ କରିବାକୁ କୋଟାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

Advertisment

ରାଜସ୍ଥାନର ଉଚ୍ଚ ଶିକ୍ଷା ଓ ବୈଷୟିକ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଭୱାନୀ ସିଂ ଦେଠାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୋଟାର ସମସ୍ତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ନିଟ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ନିମନ୍ତେ ଏହି ଅନ‌ଲାଇନ୍‌ ମିଟିଂରେ ବହୁ ନିଷ୍ପତ୍ତି ନିଅଆଯାଇଛି।

ପ୍ରଥମତଃ ସପ୍ତାହରେ ଗୋଟିଏ ଦିନ ଅଧା ପାଠପଢ଼ା, ଅଧା ଖେଳକୁଦ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହାପରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କୌଣସି ଟେଷ୍ଟ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ସପ୍ତାହର ବୁଧବାର ଏହିପରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Advertisment

ପିଲାମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ପାଇଁ ଅନଲାଇନ୍‌ ମୋଟିଭେସନାଲ କ୍ଲାସ୍‌ କରିବା ନିମନ୍ତେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏହାପରେ ଏହାକୁ ସୋଶାଲ ମିଡିଆ ପ୍ଲାଟଫର୍ମରେ ବି ଛାଡ଼ିବାକୁ କୁହାଯାଇଛି। ଏହାଦ୍ୱାରା ଅଗଣିତ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ ବୋଲି କୁହାଯାଇଛି।

ଏହାବାଦ ବିଭିନ୍ନ ବିଷୟର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରି ପିଲାଙ୍କ ଉପରୁ ପାଠପଢ଼ା ବୋଝ କମ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାଦ୍ୱାରା ପରିବାରଠୁ ଦୂରରେ ରହୁଥିବା ପିଲାମାନେ ମାନସିକ ଚାପମୁକ୍ତ ହେବେ ବୋଲି ଆଶା କରାଯାଉଛି। ଏହାବାଦ ଆବଶ୍ୟକସ୍ଥଳରେ ପିଲାମାନଙ୍କୁ ମନୋସ୍ତାତ୍ତ୍ୱିକ କାଉନସେଲିଂ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ଆସନ୍ତ ୨ ତାରିଖରେ କୋଟା ପରିଦର୍ଶନରେ ଯାଇ ସିଧାସଳଖ ସମସ୍ୟା ବୁଝିବ ବୋଲି କହିଛି।

ଏହି ବୈଠବରେ କୋଟାର ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏପରି କିଛି ଗଠନମୂଳକ ପରିବର୍ତ୍ତନ ହେବା ଦ୍ୱାରା ପିଲାମାନେ ଚାପମୁକ୍ତ ହେବା ସହ ନକରାତ୍ମକ ଚିନ୍ତାଧାରାଠୁ ଦୂରେଇ ଯିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଏଥିସହ କୋଟାରେ ପିଲାଙ୍କ ନିମନ୍ତେ ଏକ ଥାନା ଗଠନ ନିମନ୍ତେ କୋଟା ଏସ୍‌ପି ପ୍ରସ୍ତାବ ଦେଇଛନ୍ତି। ଉକ୍ତ ଥାନା ପିଲାଙ୍କ ନିମନ୍ତେ ସବୁବେଳେ ଖୋଲା ରହିବ ଓ କେବଳ ସେମାନଙ୍କ ସମସ୍ୟା ସମାଧାନ କରିବା ବୋଲି ଏସ୍‌ପି କହିଛନ୍ତି। ମାତ୍ର ଏନେଇ କୌଣସି ନିଷ୍ପତ୍ତି ନିଆଯାଇନି। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯିବ ବୋଲି କୋଟା ଏସ୍‌ପି ସୂଚନା ଦେଇଛନ୍ତି।

କିଛି କିଛି ଦିନ ବ୍ୟବଧାନରେ କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣା ସାମନାକୁ ଆସୁଥିବା ବେଳେ ଗତ ରବିବାର ୨ ଛାତ୍ର ଏପରି ଚରମ ନିଷ୍ପତ୍ତି ନେଇଥିଲେ। ଏହାପରେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ଥାନର ଉଚ୍ଚ ଶିକ୍ଷା ଓ ବୈଷୟିକ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଭୱାନୀ ସିଂ ଦେଠାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଆସନ୍ତା ୧୫ ଦିନରେ ରିପୋର୍ଟ ଦେବାକୁ କହିଛନ୍ତି।

Suicide Kota News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe