Advertisment

ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମନ ଜାରି କଲା ଇଡି

ଇଡି ତାଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ କହିଛି।

author-image
Madhupriya Mistry
KT Rama Rao

KT Rama Rao

ବଢ଼ିଲା ତେଲଙ୍ଗାନର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ଅଡୁଆ। ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ଇଡି ବିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ କେଟି ରାମା ରାଓଙ୍କୁ ସମନ ଜାରି କରିଛି।

Advertisment

୨୦୨୩ରେ ହାଇଦ୍ରାବାଦରେ ଆୟୋଜିତ ଫର୍ମୁଲା-ଇ-ରେସ୍‌ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଟି ରାମା ରାଓଙ୍କୁ ପଚରାଉଚରା କରାଯିବ। ପ୍ରାୟ ୫୫ କୋଟି ଟଙ୍କାର ହେରଫେର ଅଭିଯୋଗରେ ଇଡି ତାଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ କହିଛି।

ତାଙ୍କ ବ୍ୟତୀତ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ କୁମାର ଓ ମେଟ୍ରୋପଲିଟାନ୍‌ ଡେଭଲପମେଣ୍ଟ ଅଥରିଟିର ପୂର୍ବତନ ମୁଖ୍ୟ ବିଏଲ୍‌ଏନ୍‌ ରେଡ୍ଡୀଙ୍କୁ ମଧ୍ୟ ସମନ ହୋଇଛି। ଉଭୟଙ୍କୁ ଜାନୁଆରୀ ୨ ଓ ୩ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌ ଜାରି ହୋଇଛି।

Advertisment

ସୂଚନାନୁସାରେ, ଗୁରୁବାର ଦିନ ତେଲେଙ୍ଗାନା ପୁଲିସ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଦ୍ୱାରା ଏଫଆଇଆର ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଏବେ ପୂର୍ବତନ ନିର୍ଦ୍ଦେଶାଳୟ କରୁଛି। ଇଡି ମାମଲାରେ ଅଭିଯୁକ୍ତମାନେ ସମାନ, ଯେଉଁମାନଙ୍କ ନାଁକୁ ଏସିବି ନିଜ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛି।

ଏସିବି ତା' ଅଭିଯୋଗରେ ତେଲେଙ୍ଗାନର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ବିଆରଏସ ନେତା ତଥା ଦଳର କାର୍ଯ୍ୟକାରିଣୀ ସଭାପତି କେ.ଟି ରାମା ରାଓଙ୍କୁ ଅଭିଯୁକ୍ତ ନମ୍ବର-୧ ରୂପେ ଦର୍ଶାଇଛି। ସେହିପରି ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ କୁମାର ଏବଂ ଅବସରପ୍ରାପ୍ତ ଅମଲାତନ୍ତ୍ର ବି.ଏଲ୍.ଏନ୍ ରେଡ୍ଡୀଙ୍କୁ ଅଭିଯୁକ୍ତ ନମ୍ବର ୨ ଏବଂ ଯଥାକ୍ରମେ ୩ କରାଯାଇଛି।

Brs ED Summon KT Rama Rao