Advertisment

ବ୍ୟାଡମିଣ୍ଟନ ଷ୍ଟାର୍‌ରୁ ଆଇଏଏସ୍‌

ବ୍ୟାଡମିଣ୍ଟନ ଖେଳରେ କୁହୁ ୫୬ଟି ଅଲଇଣ୍ଡିଆ ମେଡାଲ୍ ଓ ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତ।

Kuhoo Garg

Kuhoo Garg

Advertisment

ବ୍ୟାଡମିଣ୍ଟନ ଖେଳାଳି କୁହୁ ଗର୍ଗ। ବ୍ୟାଡମିଣ୍ଟନରେ ଦେଶ ପାଇଁ ଗୌରବ ଆଣିଥିବା କୁହୁ ଏବେ ୟୁପିଏସସିରେ ମଧ୍ୟ କରିଛନ୍ତି ଟପ୍‌। ସେ ୟୁପିଏସ୍‌ସି ପରୀକ୍ଷାରେ ୧୭୮ ରାଙ୍କ ହାସଲ କରିଛନ୍ତି। ସେ ନିଜ ସଫଳତାର ଶ୍ରେୟ ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ତାଙ୍କ ବାପା ଅଶୋକ କୁମାରଙ୍କୁ ଦେଇଛନ୍ତି।

Advertisment

ଉତ୍ତରାଖଣ୍ଡର ପୂର୍ବତନ ଡିଜିପି ଅଶୋକ କୁମାରଙ୍କ ଝିଅ ହେଉଛନ୍ତି କୁହୁ ଗର୍ଗ। ବ୍ୟାଡମିଣ୍ଟନ ଖେଳରେ କୁହୁ ୫୬ଟି ଅଲଇଣ୍ଡିଆ ମେଡାଲ୍ ଓ ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତ । ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ କୁହୁ ୩୪ ତମ ସ୍ଥାନରେ ଥିବାବେଳେ ଦେଶରେ ମିକ୍ସଡ୍ ଡବଲ୍ସରେ ସେ ୧ ନମ୍ବର ରାଙ୍କରେ ଅଛନ୍ତି।

ଖେଳରେ ନିଜର ପାରଦର୍ଶୀତା ପ୍ରମାଣ କରିବା ପରେ ବାପାଙ୍କୁ ଦେଖି ପ୍ରଶାସନିକ ସେବାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ କୁହୁ । ସେଣ୍ଟ ଜୋସେଫ ଡେରାଡୁନ୍‌ରୁ ସ୍କୁଲିଂ ସରିବା ପରେ ଦିଲ୍ଲୀ ଏସଆରସିସି କଲେଜରୁ ଗ୍ରାଜୁଏସନ୍ ଶେଷ କରି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ କୁହୁ। ଏହି ସମୟରେ ସେ ବ୍ୟାଡମିଣ୍ଟନ ଖେଳ ସହ ଦିନରେ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ତେବେ ଖେଳରୁ ସେ ଶୃଙ୍ଖଳା ଶିଖିଛନ୍ତି, ଯାହା ୟୁପିଏସସି କ୍ଲିଅର କରିବାକୁ ତାଙ୍କୁ ସାହାଯ୍ୟ କରିଥିବା କହିଛନ୍ତି କୁହୁ ଗର୍ଗ ।

Advertisment

କୁହୁ ଗର୍ଗଙ୍କ ବାପା ଅଶୋକ କୁମାର ୨୦୨୦-୨୩ ଯାଏ ଉତ୍ତରାଖଣ୍ଡର ଡିଜିପି ଥିଲେ। ହରିଆଣାରୁ ପଢ଼ା ସରିବା ପରେ ଆଇଆଇଟି ଦିଲ୍ଲୀ ଇଂଜିନିୟରିଂ କରିଥିଲେ ଅଶୋକ କୁମାର। ସେହିପରି କୁହୁଙ୍କ ମା' ଜଣେ ଅଳକନନ୍ଦା ଜଣେ ପ୍ରଫେସର ଅଟନ୍ତି। ସେ ଅଶୋକ ପନ୍ତ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। କୁହୁଙ୍କର ଦୁଇ ଭାଇ ଅଛନ୍ତି।

Uttarakhand UPSC Result UPSC Badminton Player Kuhoo Garg
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe