Advertisment

ହରିୟାଣାରେ କଂଗ୍ରେସର ପରାଜୟ ପରେ ହୁଡ୍ଡାଙ୍କୁ ଟାର୍ଗେଟ କଲେ ସେଲଜା

ଯେଉଁ ବ୍ୟକ୍ତିମାନଙ୍କ ଯୋଗୁ ହରିୟାଣାରେ ଦଳର ବିଜୟ ପ୍ରୟାସ ବିଫଳ ହେଲା, ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି କୁମାର ସେଲଜା କହିଛନ୍ତି।

Selja and Hooda

Selja and Hooda

Advertisment

ଭୁଲ୍ ହେଲା ଏକଜିଟ୍ ପୋଲ୍‌। ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ବହୁମତ ପାଇଲା ବିଜେପି। ଆଉ ନିଶ୍ଚିତ ବିଜୟ ଆଶା ରଖିଥିବା କଂଗ୍ରେସ ୩୭ଟି ଆସନ ପାଇବା ପରେ ଏହାର ପ୍ରମୁଖ ନେତାମାନେ ଖୋଲାଖୋଲି ପରସ୍ପର ବିରୋଧରେ ଟିପ୍ପଣୀ ଦେବା ଆରମ୍ଭ କରି ଦେଇଛନ୍ତି।

Advertisment

ଫଳାଫଳ ଆସିବା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଲୋକସଭା ସାଂସଦ କୁମାରୀ ସେଲଜା। କାରଣ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ନେତୃତ୍ୱରେ କଂଗ୍ରେସ ହରିୟାଣାରେ ନିର୍ବାଚନ ଲଢ଼ିଥିଲା। ହରିୟାଣାରେ ଦଳକୁ ପୁନର୍ଜୀବିତ କରିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ସେହିପରି କେଉଁମାନଙ୍କ ଯୋଗୁ ହରିୟାଣା ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ଖରାପ ହେଲା, ସେମାନଙ୍କୁ ଚିହ୍ନଟ କରାଯାଉ। ଯେଉଁ ବ୍ୟକ୍ତିମାନଙ୍କ ଯୋଗୁ ଦଳର ବିଜୟ ପ୍ରୟାସ ବିଫଳ ହେଲା, ସେମାନଙ୍କୁ ମଧ୍ୟ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି କୁମାର ସେଲଜା କହିଛନ୍ତି।

ସେ କହିଛନ୍ତି, ଫଳଫଳ ଦେଖି କଂଗ୍ରେସ କର୍ମୀମାନେ ନିରାଶ ହୋଇଯାଇଛନ୍ତି। ଏହା ମୋତେ ଦୁଃଖ ଦେଉଛି। ମୋର ବିଶ୍ୱାସ ଅଛି ଯେ ଦଳର ହାଇକମାଣ୍ଡ ଏହି ପରାଜୟର ସମୀକ୍ଷା କରିବେ। ଦଳକୁ ହରିୟାଣାରେ ପୁଣି ଗଢ଼ି ତୋଳିବାକୁ ହାଇକମାଣ୍ଡ ଯୋଜନା ପ୍ରସ୍ତୁତ କରିବେ ଓ ଯେଉଁମାନଙ୍କ ପାଇଁ ଦଳ ହାରିଛି, ସେମାନଙ୍କୁ ଚିହ୍ନଟ କରିବେ।

Advertisment

ନିର୍ବାଚନ ପୂର୍ବରୁ ହରିୟାଣା କଂଗ୍ରେସରେ ଫାଟ ଦେଖା ଦେଇଥିଲା। ଅନେକ ସମୟରେ ହୁଡ୍ଡାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ କୁମାରୀ ସେଲଜା। ଏମିତିକି ସେ ସର୍ବସାଧାରଣରେ ବି ହୁଡ୍ଡାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ।

ଅନ୍ୟପକ୍ଷରେ ବିଜେପି ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ୯୦ଟି ଆସନରୁ ଦଳ ୪୮ଟିରେ ବିଜୟୀ ହୋଇଛି।

Haryana Assembly Polls Congess
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe