Advertisment

ଭୋଟ୍‌ ଗ୍ରହଣ ପରେ ବିଜେପି ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ପରଲୋକ

କୁଅଁର ସର୍ବେଶ କୁମାର ସିଂହ ଜଣେ ପ୍ରଭାବଶାଳୀ ନେତା ଥିଲେ। ସେ ଥରେ ଲୋକସଭା ଓ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

author-image
Jitendra Garnayak
 Kunwar Sarvesh Singh

Kunwar Sarvesh Singh

ବରିଷ୍ଠ ବିଜେପି ନେତା ତଥା ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ତେଣୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Advertisment

ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶୁକ୍ରବାର ହୋଇଥିଲା। ଏହି ପର୍ଯ୍ୟାୟରେ ସାରା ଦେଶରେ ମୋଟ ୧୦୨ଟି ଆସନରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ତା’ ମଧ୍ୟରେ ମୋରାଦାବାଦ ଲୋକସଭା ଆସନ ମଧ୍ୟ ଥିଲା। ତେବେ କୁଅଁର ସର୍ବେଶ କୁମାର ସିଂହଙ୍କ ମୃତ୍ୟୁ ହୋଇଯାଇଥିବାରୁ ଏହି ଆସନରେ ପୁଣି ଥରେ ନିର୍ବାଚନ ହେବ।

କୁଅଁର ସର୍ବେଶ କୁମାର ସିଂହଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତା’ ସହିତ ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Advertisment

ଉତ୍ତର ପ୍ରଦେଶରେ କୁଅଁର ସର୍ବେଶ କୁମାର ସିଂହ ଜଣେ ପ୍ରଭାବଶାଳୀ ନେତା ଥିଲେ। ୨୦୧୪ ମସିହାରେ ସେ ମୋରାଦାବାଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ପରାଜିତ ହୋଇଥିବା ବେଳେ ଏଥର ପୁଣି ପ୍ରାର୍ଥୀ ହୋଇଥିଲେ। ସେ ୫ ଥର ବିଜେପି ଟିକେଟରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧, ୧୯୯୩, ୧୯୯୬, ୨୦୦୨ ଓ ୨୦୧୨ରେ ସେ ଠାକୁରୱାଡା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ପୁଅ କୁଅଁର ସୁଶାନ୍ତ ସିଂହ ଏବେ ବଢାପୁର ଆସନରୁ ବିଧାୟକ ଅଛନ୍ତି।

2024 General Election Loka Sabha Election 2024