Advertisment

ମୃତ୍ୟୁର ତାଣ୍ଡବ ରଚିଲା ବସ୍‌, ଯାହାକୁ ପାରିଲା ତାକୁ ଚାପିଲା

ବସ୍‌ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Accident

Accident

Advertisment

ମୃତ୍ୟୁର ତାଣ୍ଡବ ରଚିଲା ବସ୍‌। ଯାହାକୁ ପାରିଲା ତାକୁ ଚାପିଲା। ବ୍ରେକ୍‌ ଫେଲ୍‌ ହେବା ପରେ ନିୟନ୍ତ୍ରଣ ହରାଇଲା ଇଲେକ୍ଟ୍ରିକ୍‌ ବସ୍‌। କାର୍‌, ବାଇକ୍‌ ଏପରିକି ରାସ୍ତାରେ ଯାଉଥିବା ଲୋକଙ୍କୁ ବି ଛାଡିଲାନି। ସମସ୍ତଙ୍କ ଉପରେ ଚଢ଼ିଗଲା। ଏହି ଘଟଣାର ୬ ଜଣଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର କୁର୍ଲାରେ ଘଟିଛି ଏଭଳି କିଛି ଭୟଙ୍କର ଦୁର୍ଘଟଣା।

Advertisment

ମୁମ୍ବାଇ କୁର୍ଲାର ଓ୍ୱେଷ୍ଟ। ରାତି ପ୍ରାୟ ସାଢ଼େ ୯ଟା। କୁର୍ଲା ପଶ୍ଚିମରୁ ଅନ୍ଧେରି ଯାଉଥିବା ୩୩୨ ନମ୍ବର ବସ୍‌ କୁର୍ଲା ଷ୍ଟେସନରୁ ବାହାରିଥିଲା। ତେବେ ହଠାତ୍‌ ଦେଖୁ ଦେଖୁ ବସ୍‌ର ସ୍ପିଡ୍‌ ବଢ଼ି ଯାଇଥିଲା। ଆମ୍ବେଦକର ନଗର ବୁଦ୍ଧ କଲୋନୀ ପାଖରେ ନିୟନ୍ତ୍ରଣ ହରାଇଥିଲା ବସ୍‌। ଏହାପରେ ରାସ୍ତାରେ ଯିଏ ଆସିଥିଲା ତା' ଉପରେ ଚଢ଼ିଗଲା। ପ୍ରଥମେ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ଯାଏ ଘୋଷାରି ନେଲା। ଏହାପରେ ସ୍କୁଟି, ଅଟୋ, ବାଇକ୍‌ ଓ ପରେ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡ଼ିଗଲା। ପ୍ରାୟ ୫୦ ଲୋକଙ୍କୁ ନିଜ ଚକା ତଳେ ଚାପି ଦେଲା ବସ୍‌।

୨୦୦ ମିଟର ବ୍ୟାସାର୍ଦ୍ଧରେ ଯାହା ଆସିଲା ତାହା ଉପରେ ଲଗାତର ଚଢ଼ିଗଲା ବସ୍‌। ଶେଷରେ ଏକ ସୋସାଇଟି କାନ୍ଥ ସହ ଧକ୍କା ହେବା ପରେ ବସ୍‌ଟି ଅଟକି ଥିଲା। ବସ୍‌ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଭାବା ଓ ସାୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ସେପଟେ ପୁଲିସ ଏହି ଘଟଣାରେ ବସ୍‌ ଡ୍ରାଇଭରଙ୍କୁ ଅଟକ ରଖିଛି। ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ବର୍ତ୍ତମାନ୍‌ ବସ୍‌ଟିର ମେଣ୍ଟେନେସ୍‌ର ଯାଞ୍ଚ ଚାଲିଛି। ଏହି ଦୁର୍ଘଟଣାର ଭୟଙ୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Mumbai Accident Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe