Advertisment

କେଜ୍ରିୱାଲଙ୍କ ସରକାରୀ ଘର ନବୀକରଣରେ ଅନିୟମିତତା ଅଭିଯୋଗ, ରିପୋର୍ଟ ମାଗିଲେ ଉପରାଜ୍ୟପାଳ

୨୦୨୦ ସେପ୍ଟେମ୍ବରରୁ ୨୦୨୨ ଜୁନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣ ନିମନ୍ତେ ୪୪.୭୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଅଦ୍ୟତନ ହୋଇଛି
undefined

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବା ପରେ ଉପ-ରାଜ୍ୟପାଳ ବିନୟ କୁମାର ସକ୍ସେନା ଏ ନେଇ ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏ ଘଟଣାରେ ସମସ୍ତ ରେକର୍ଡ ଯାଞ୍ଚ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ରାଜ୍ୟପାଳ। ଉପ-ରାଜ୍ୟପାଳଙ୍କ ଅଫିସ ତରଫରୁ ଏହି ସୂଚନା ଦିଆଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହୋଇଛି। ବିଜେପି ପକ୍ଷରୁ ମଧ୍ୟ ଏନେଇ ତଥ୍ୟ ପ୍ରଦାନ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ୨୦୨୦ ସେପ୍ଟେମ୍ବରରୁ ୨୦୨୨ ଜୁନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣ ନିମନ୍ତେ ୪୪.୭୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଏହି ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଭବନର ଭିତରର ସାଜସଜା ପାଇଁ ୧୧.୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାର୍ବଲ ଓ ଚଟାଣ କାର୍ଯ୍ୟ ବାବଦକୁ ୬.୦୨ କୋଟି ଖର୍ଚ୍ଚ କରାଯାଇଥିବା ବେଳେ ବୈଦ୍ୟୁତିକ ଉପକରଣ ପାଇଁ ୨.୫୮ କୋଟି ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାବଦକୁ ୨.୫୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରୋଷେଇ ଘରେ ୧.୧ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ କେବଳ ପରଦାରେ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସରରେ ଥିବା କ୍ୟାମ୍ପ ଅଫିସ ପାଇଁ ୯.୯୯ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ବେଳେ ପରେ ଆହୁରି ୮ କୋଟିରୁ ଅଧିକ ଟଙ୍କା ଏଥିରେ ଖର୍ଚ୍ଚ କରାଯାଇଛି।

Advertisment

ଏହି ଘଟଣା ନେଇ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଘେରାଉ କରାଯାଇଥିଲା। ବିଳାସରେ ରହିବା ପାଇଁ ଲୋକଙ୍କ ଅର୍ଥକୁ ବ୍ୟବହାର କରିଥିବାରୁ କେଜ୍ରିୱାଲ ଇସ୍ତଫା ଦେବା ଉଚିତ ବୋଲି ସେମାନେ ଦାବି କରିଥିଲେ।

Arvind Kejriwal Delhi LG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe