Advertisment

ମୁଁ ବଞ୍ଚିଛି, ମୋତେ ମାରିଦେଲେ...ଖାଇଗଲେ କୋଟି କୋଟି ଟଙ୍କା!

ମିଛ ମୃତ୍ୟୁ ଓ ସତ ଆର୍ଥିକ ହଡ଼ପ ଘଟଣାର ଶିକାର ହୋଇଥିବା ଜଣେ ମହିଳା ଶ୍ରମିକ କହିଛନ୍ତି ଯେ “ଭାଇ ମୁଁ ବଞ୍ଚିଛି। ସେମାନେ ମୁଁ ଜୀବିତ ଥାଉ ଥାଉ ମୋତେ ମାରିଦେଲେ। ମୋ ନାଁରେ ଟଙ୍କା ମଧ୍ୟ ହଡ଼ପ କରିଛନ୍ତି।”

Labour

Labour

Advertisment

ବିଜେପି ଶାସିତ ମଧ୍ୟପ୍ରଦେଶରେ ସରକାରୀ ଯୋଜନା ନାଁରେ ହରିଲୁଟ। ବଞ୍ଚିଥିବା ଶ୍ରମିକମାନଙ୍କୁ କାଗଜପତ୍ରରେ ମୃତ ଦର୍ଶାଇ ଟଙ୍କା ହଡ଼ପ କରିଛନ୍ତି କିଛି କୁଚକ୍ରୀ ସରକାରୀ ବାବୁ ଓ ଦଲାଲ। ଯେଉଁମାନଙ୍କ ନାଁ ମୃତ ତାଲିକାରେ ସାମିଲ କରି ସରକାରୀ ଯୋଜନାରେ ଟଙ୍କା ଉଠାଯାଇଛି ପ୍ରକୃତରେ ସେମାନେ ଦିନ ମଜୁରିଆ ଭାବେ ଏବେ ବି କାମ କରୁଛନ୍ତି।

Advertisment

ସମସ୍ତେ ସୁସ୍ଥ ସବଳ ମଧ୍ୟ ରହିଛନ୍ତି। ଏକଥା ଜଣାପଡ଼ିବା ପରେ ମୃତ ଘୋଷିତ ହୋଇଥିବା ଶ୍ରମିକମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଚକିତ ହୋଇଛନ୍ତି। ମିଛ ମୃତ୍ୟୁ ଓ ସତ ଆର୍ଥିକ ହଡ଼ପ ଘଟଣାର ଶିକାର ହୋଇଥିବା ଜଣେ ମହିଳା ଶ୍ରମିକ କହିଛନ୍ତି ଯେ “ଭାଇ ମୁଁ ବଞ୍ଚିଛି। ସେମାନେ ମୁଁ ଜୀବିତ ଥାଉ ଥାଉ ମୋତେ ମାରିଦେଲେ। ମୋ ନାଁରେ ଟଙ୍କା ମଧ୍ୟ ହଡ଼ପ କରିଛନ୍ତି।”

ମଧ୍ୟପ୍ରଦେଶ କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ବ୍ୟବସ୍ଥା ରହିଛି ଯେ ଯଦି କୌଣସି ଶ୍ରମିକ କାମ କରିବା ବେଳେ ପ୍ରାଣ ହରାନ୍ତି, ତା’ହେଲେ ତାଙ୍କ ପରିବାର ଲୋକଙ୍କୁ ଶବସତ୍କାର ଓ ଅନ୍ୟ ସହାୟତା ପାଇଁ ୨ ଲକ୍ଷ ଟଙ୍କା ମିଳିବ। ସେହିପରି ପଞ୍ଜିକୃତ ଶ୍ରମିକମାନେ ଯଦି କାମ ବେଳେ ଦୁର୍ଘଟଣାର ଶିକାର ହୁଅନ୍ତି, ସେମାନଙ୍କୁ ମଧ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯିବ।

Advertisment

ଏହାର ଫାଇଦା ଉଠାଇଛନ୍ତି କିଛି ସରକାରୀ ବାବୁ ଓ ଦଲାଲ। ସରକାରୀ କାଗଜପତ୍ରରେ ମୃତ ଘୋଷିତ ହୋଇଥିବା ଅନେକ ଏବେ ବି ଶ୍ରମିକ ଭାବେ ଭୋପାଲରେ କାମ କରୁଛନ୍ତି। ଜୀବିତ ଶ୍ରମିକଙ୍କୁ ମୃତ ଭାବେ ଦର୍ଶାଇ କିଛି ସରକାରୀ ବାବୁ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ।

ଏହାପରେ ନକଲି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୨ ଲକ୍ଷ ଟଙ୍କା ଲେଖାଏ ହଡ଼ପ କରିଛନ୍ତି। ରାଜ୍ୟର ପ୍ରତିଟି ପୌରପାଳିକାରେ ପଞ୍ଜିକରଣ କରିଥିବା ସମସ୍ତ ଶ୍ରମିକମାନଙ୍କ ପାଇଁ ସରକାର ଆର୍ଥିକ ସହାୟତାର ବ୍ୟବସ୍ଥା କରିଛନ୍ତି।

ସରକାରୀ କାଗଜପତ୍ରରେ ୧୧୮ ଜଣ ଶ୍ରମିକଙ୍କୁ ମୃତ ଦର୍ଶାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ଦସ୍ତାବିଜ ଅନୁଯାୟୀ, ମୃତ ଘୋଷଣା ହୋଇଥିବା ୧୧୮ ଜଣଙ୍କ ମଧ୍ୟରୁ ୧୧ ଜଣ ଜୀବିତ ରହିଛନ୍ତି। ଅନ୍ୟମାନେ ମଧ୍ୟ ଜୀବିତ ଥିବାର ସମ୍ଭାବନା ରହିଛି।

ମୃତ ତାଲିକାରେ ନିଜ ନାଁ ଦେଖି ଉର୍ମିଲା ରାଏକୱର ଚକିତ ହୋଇଛନ୍ତି। ସାମ୍ନାକୁ ଆସିଥିବା ଦସ୍ତାବିଜ ଅନୁଯାୟୀ ଉର୍ମିଲା ୨୦୨୩ ଜୁନରେ ପ୍ରାଣ ହରାଇଛନ୍ତି। ତାଙ୍କ ପରିବାର ଲୋକଙ୍କୁ ସରକାରୀ ଯୋଜନାରେ ୨ ଲକ୍ଷ ଟଙ୍କା ମିଳିଛି। ନୋମିନୀରେ ମଧ୍ୟ ତାଙ୍କରି ନାଁ ରହିଛି।

ଉର୍ମିଲା କହିଛନ୍ତି, “ଏହି କାଗଜପତ୍ରରେ ମୁଁ ମୃତ ଓ ମୋତେ ୨ ଲକ୍ଷ ଟଙ୍କା ମିଳିଛି ବୋଲି କୁହାଯାଇଛି। କିନ୍ତୁ ମୁଁ ବଞ୍ଚିଛି। ମୁଁ କିଛି ବି ଟଙ୍କା ପାଇନି। ମୋ ମୃତ୍ୟୁ ପରେ ମୋ ପିଲାମାନେ ଟଙ୍କା ପାଇବା ଦରକାର। କିନ୍ତୁ ନୋମିନୀରେ ମଧ୍ୟ ସେମାନଙ୍କ ନାଁ ନାହିଁ। ସେମାନେ ମୋତେ ମାରି ଦେଇଛନ୍ତି ଭାଇ।” କେବଳ ଉର୍ମିଲା ନୁହନ୍ତି, ଏମିତି ଅନେକ ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଟଙ୍କା ହଡ଼ପ କରାଯାଇଛି।

ଚାନ୍ଦବାଦ ଠାରୁ ୩ କିମି ଦୂରରେ ରହୁଥିବା ମହମ୍ମଦ କମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ତାଙ୍କୁ ମୃତ ଦର୍ଶାଇ ଟଙ୍କା ହଡ଼ପ କରାଯାଇଛି। କଲ୍ୟାଣ ବୋର୍ଡ ମହମ୍ମଦଙ୍କ ଝିଅର ବାହାଘର ପାଇଁ ୫୧ ହଜାର ଟଙ୍କା ସହାୟତା କରିଥିବା ଦସ୍ତାବିଜରେ ଉଲ୍ଲେଖ କରିଛି।

କିନ୍ତୁ ମହମ୍ମଦ ସେଟଙ୍କା ମଧ୍ୟ ପାଇ ନଥିବା କହିଛନ୍ତି। ଲୀଲାବାଈଙ୍କର ୨ ଲକ୍ଷ ଟଙ୍କା ମଧ୍ୟ କିଏ ନେଇ ଯାଇଛି। ୨ ବର୍ଷ ତଳେ ତାଙ୍କ ଝିଅ ପ୍ରାଣ ହରାଇଥିଲେ। ମୃତ୍ୟୁ ବାବଦରେ ସେ ୨ ଲକ୍ଷ ଟଙ୍କା ପାଇବାର ଥିଲା। କିନ୍ତୁ ସେ ଆଜି ଯାଏ ଟଙ୍କା ଟିଏ ପାଇ ନାହାନ୍ତି।

ବୋର୍ଡ ପକ୍ଷରୁ ଏଯାଏ ମୋଟ ୬୧,୨୦୦ ହିତାଧିକାରୀଙ୍କ ମୃତ୍ୟୁ ପାଇଁ ସହାୟତା ଘୋଷଣା କରିଛନ୍ତି। ଏଥିପାଇଁ ୭୭୫ କୋଟି ଟଙ୍କା ରିଲିଜ ମଧ୍ୟ ହୋଇଛି। ହେଲେ କେତେ ଟଙ୍କା ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚିଛି, ସେକଥା ଜଣାପଡ଼ିନି। ସରକାର ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ କରିବେ ବୋଲି କହିଛନ୍ତି।

Madhya Pradesh Migrant Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe