Advertisment

ସୋଶାଲ ମିଡିଆ ବ୍ୟବହାର ପାଇଁ ମନା କଲେ ସ୍ୱାମୀ, ଝୁଲି ପଡ଼ିଲେ ପତ୍ନୀ

ସୋଶାଲ ମିଡିଆ ବ୍ୟବହାର ପାଇଁ ମନା କରିଦେଲେ ସ୍ୱାମୀ। ଏଥିରେ ହିତାହିତ ଜ୍ଞାନ ହରାଇ ପତ୍ନୀ ନେଲେ ଚରମ ପଦକ୍ଷେପ । ଏପରିକି ଦୁଇ ଛୁଆ ଥିବା ସତ୍ତ୍ୱେ ଝୁଲି ପଡ଼ିଲେ ମହିଳା।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ସୋଶାଲ ମିଡିଆ ବ୍ୟବହାର ପାଇଁ ମନା କରିଦେଲେ ସ୍ୱାମୀ। ଏଥିରେ ହିତାହିତ ଜ୍ଞାନ ହରାଇ ପତ୍ନୀ ନେଲେ ଚରମ ପଦକ୍ଷେପ । ଏପରିକି ଦୁଇ ଛୁଆ ଥିବା ସତ୍ତ୍ୱେ ଝୁଲି ପଡ଼ିଲେ ମହିଳା। ଏପରି ଏକ ଅସ୍ୱାଭାବିକ କାଣ୍ଡ ରାଜଧାନୀ ଦିଲ୍ଲୀର ନୋଏଡ଼ାରେ ଘଟିଛି।

Advertisment

ନୋଏଡ଼ାରେ ମହିଳାଜଣକ ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ୯ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା। ମହିଳାଜଣକ ସବୁବେଳେ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ବେଳେ ଏହାକୁ ନେଇ ତାଙ୍କ ଦାମ୍ପତ୍ୟ ଜୀବନରେ କଳହ ଲାଗି ରହୁଥିଲା। ଏଥିରେ ଅତିଷ୍ଠ ହୋଇ ସ୍ୱାମୀ ସୋଶାଲ ମିଡିଆରୂ ଦୂରେଇ ରହିବାକୁ ତାଙ୍କୁ ଚେତାବନୀ ଦେଇଥିଲେ।

ଏହାକୁ ନେଇ ଗତକାଲି ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସ୍ୱାମୀ ନିଜ କାମରେ ବାହାରକୁ ଚାଲି ଯିବା ପରେ ମହିଳାଜଣକ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ତଳକୁ ଆଣଇ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ମହିଳାଙ୍କ ସମେତ ତାଙ୍କ ଶାଶୁ ଘର ଲୋକଙ୍କୁ ବି ପଚରାଉଚରା କରୁଛି।

ମା’ ଛେଉଣ୍ଡ ହୋଇ ଯାଇଥିବା ଦୁଇ ଛୁଆଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ଏହି ଘଟଣା ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Delhi Suicide Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe