Advertisment

ଲାଜପତ ନଗର ବୋମା ବିସ୍ଫୋରଣ ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବଦଳାଇ ଦେଲେ ସୁପ୍ରିମ୍‌କୋର୍ଟ

ଏହି ବୋମା ଦୁର୍ଘଟଣାରେ ୧୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ।

author-image
Niranjan Mishra
Supreme Court

Supreme Court

୧୯୯୬ ମସିହା ଲାଜପତ ନଗର ବୋମା ବିସ୍ଫୋରଣ ମାମଲାରେ ବିନା କ୍ଷମାରେ ୪ ଦୋଷୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଭୋଗିବେ। ଦିଲ୍ଲୀ ହାଇକୋର୍ଟଙ୍କୁ ନିଷ୍ପତ୍ତିକୁ ବଦଳାଇ ସୁପ୍ରିମ୍‌ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ବୋମା ଦୁର୍ଘଟଣାରେ ୧୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ।

Advertisment

ଏହି ମାମଲାରେ ଦୋଷୀ ନିଶାଦକୁ ଆଜୀବନ ଜେଲ୍ ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ଦିଲ୍ଲୀ ହାଇକୋର୍ଟରୁ ମୁକ୍ତ ହୋଇଥିବା ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ହୋଇଛି। ଦୁଇଜଣଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ବିନା କ୍ଷମାରେ ସାରାଜୀବନ ଜେଲ୍‌ରେ ବିତାଇବାକୁ ନିର୍ଦ୍ଦେଶରେ କୁହାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ଜଷ୍ଟିସ୍ ବିରା ଗବର୍ଡ, ଜଷ୍ଟିସ୍ ବିକ୍ରିମ୍ ନାଥ ଓ ଜଷ୍ଟିସ୍ ସଞ୍ଜୟ କରେଲଙ୍କ ବେଞ୍ଚ ଏହି ଶୁଣାଣି କରିଛନ୍ତି।

ହାଇକୋର୍ଟଙ୍କ ବିରୋଧରେ ଦୋଷୀମାନେ କରିଥିବା ନିବେଦନକୁ ଖାରଜ୍ କରାଯିବା ସହ ଛାଡ୍‌ ପାଇଥିବା ଦୋଷୀଙ୍କୁ ଦଣ୍ଡ ଦେବାକୁ ସରକାରଙ୍କ ନିବେଦନକୁ ସୁପ୍ରିମ୍‌କୋର୍ଟ ମଞ୍ଜୁର କରିଛନ୍ତି।

Advertisment

ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ୨୦୧୨ ନଭେମ୍ୱରରେ ଶୁଣାଣି କରି ଜଣେ ଦୋଷୀ ଦଣ୍ଡକୁ ଆଜୀବନ କାରଦଣ୍ଡରେ ପରିଣତ କରିଦେଇଥିଲେ। ଯେତେବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରିଦେଇଥିଲା। ମାତ୍ର ହାଇକୋର୍ଟ ଏହି ବିସ୍ଫୋରଣ ମାମଲାର ସେମାନେ ଦୋଷୀ ବୋଲି ଉଲ୍ଲେଖ କରିଥିଲେ। ୨୦୧୩ରେ ଏପ୍ରିଲ୍‌ରେ ମାମଲା ସୁପ୍ରିମ୍‌ କୋର୍ଟ ଯିବା ପରେ ଅପିଲ୍‌ ଉପରେ ନୋଟିସ୍‌ ଜାରି ହୋଇଥିଲା।

ହାଇକୋର୍ଟ ୨ ଅଭିଯୁକ୍ତ ମହମ୍ମଦ ଅଲୀ ଭଟ୍ଟ ଓ ମୀର୍ଜା ନିସାର ହୁସେନ୍‌ଙ୍କୁ ଖଲାସ୍ କରିଥିଲେ। ଯେତେବେଳେ କି ମହମ୍ମଦ ନିଶାଦଙ୍କୁ ତଳକୋର୍ଟରୁ ମିଳିଥିବା ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଦେଇଥିଲେ। ସେହିପରି ମାମଲା ଚତୁର୍ଥ ଅଭିଯୁକ୍ତ ଯାବେଦ୍‌ ଅହମଦ୍‌ ଖାନ୍‌ ଓରଫ୍‌ ଛୋଟାକୁ ଆଜୀବନ କାରାଦଣ୍ଡ ଆଦେଶକୁ ବଳବତ୍ତର ରଖାଯାଇଥିଲା। ଶୁଣାଣି ବେଳେ ଦିଲ୍ଲୀ ପୁଲିସ ଯାଞ୍ଚରେ କରିଥିବା ଦାୟିତ୍ୱହୀନତାକୁ ମଧ୍ୟ ସମାଲୋଚନା କରିଥିଲେ।

ଏହି ମାମଲାରେ ତଳ କୋର୍ଟ ୩ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଶୁଣାଣି କରି ମୃତ୍ୟୁଦଣ୍ଡ ଦେଇଥିଲେ। ଯେତେବେଳେ କି ଅନ୍ୟଜଣଙ୍କୁ ଆଜୀବନ କାରାଦଣ୍ଡ କରିଥିଲେ। ଏହି ବସ୍ଫୋରଣ ଲାଜପତ ନଗର ବଜାରରେ ଘଟିଥିଲା। ଏହି ଭୟଙ୍କର ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବହୁ ଆହତ ହୋଇଥିଲେ। ତେବେ ଶେଷ ଶୁଣାଣିରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟ ବଦଳାଇ ଦୋଷୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଦେବା ଚର୍ଚ୍ଚାର ବିଷୟ ହୋଇଛି।

Delhi Bomb Blast Supreme Court High Court