Advertisment

ପୁଲିସ ସାମ୍ନାରେ ବିଜେପି ବିଧାୟକଙ୍କୁ ପିଟିଲେ, କଲର୍‌ ଧରି ଟାଣିଲେ

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ସଦର ବିଧାୟକଙ୍କୁ ପିଟିଲେ ବାର୍ ଆସୋସିଏସନ୍ ସଭାପତି ଆବଧେଶ ସିଂହ।

ଅଦ୍ୟତନ ହୋଇଛି
MLA Beaten by lawyers

MLA Beaten by lawyers

Advertisment

ମଝି ରାସ୍ତାରେ ବିଜେପି ବିଧାୟକଙ୍କୁ ପିଟିଲେ। କେବଳ ସେତିକି ବର୍ଷିଲା ଚାପୁଡ଼ା ଉପରେ ଚାପୁଡ଼ା। କଲର୍‌ ଧରି ଟାଣିଲେ। ପୁଲିସ ସାମ୍ନାରେ ଘଟିଲା ଏସବୁ ଘଟଣା। ତଥାପି କିଛି କରିପାରିଲାନି ପୁଲିସ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳରୁ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବସମ୍ମୁଖରେ ପିଟିଲେ ବାର୍‌ ଆସୋସିଏସନ୍‌ ଅବଧେଶ ସିଂହ। ସହରୀ ସମବାୟ ବ୍ୟାଙ୍କ ନିର୍ବାଚନ ସମ୍ପର୍କରେ ବାର୍ ଆସୋସିଏସନ୍ ସଭାପତି ଆବଧେଶ ସିଂହ ଏବଂ ସଦର ବିଧାୟକ ଯୋଗେଶ ବର୍ମାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯେଉଁଥିପାଇଁ ଆଜି ଉଭୟ ମୁହାଁମୁହିଁ ହୋଇଥିଲେ। ଏହାରି ଭିତରେ ଅବଧେଶ ସିଂହ ରାଗି ଯାଇ ପୁଲିସ ସମ୍ମୁଖରେ ବିଧାୟକଙ୍କୁ ପିଟିଥିଲେ। ଏହା ପରେ ଅନ୍ୟ ଓକିଲମାନେ ମଧ୍ୟ ବିଧାୟକଙ୍କୁ ଘେରିଯାଇ ମାଡ଼ ମାରିଥିଲେ।

ଏହି ମାର୍‌ପିଟ୍‌ ବେଳେ ଯେତେବେଳେ ବିଧାୟକ ଓ ତାଙ୍କ ସହଯୋଗୀ ବାର୍ ଆସୋସିଏସନ୍ ସଭାପତିଙ୍କ ନିକଟକୁ ଦୌଡ଼ିଥିଲେ। ଏତିକି ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ବିଧାୟକ ଗୋଷ୍ଠୀ ଭୋଟର୍‌ଙ୍କ ତାଲିକା ଚିରିବା ସହ ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି।

Advertisment

କୁହାଯାଉଛି ଯେ, ମଙ୍ଗଳବାର ଠାରୁ ଲକ୍ଷ୍ମୀପୁର ସହରୀ କୋଅପରେଟିଭ ବ୍ୟାଙ୍କ ନିର୍ବାଚନ ସମ୍ପର୍କରେ ଟେନ୍‌ସନ୍‌ ଏବଂ ଆରୋପ ପ୍ରତ୍ୟାରୋପ ଚାଲିଥିଲା। ଆଜି ସକାଳେ ଯେତେବେଳେ ଉଭୟ ପାର୍ଶ୍ୱର ଲୋକମାନେ ବ୍ୟାଙ୍କ ସମ୍ମୁଖରେ ଏକାଠି ହୋଇଥିଲେ, ସେତେବେଳେ ଝଗଡ଼ା ସୃଷ୍ଟି ହୋଇଥିଲା।

Lakhimpur BJP MLA MLA Beaten By Lawyers Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe