Advertisment

ଜାମିନ ପରେ ଜେଲରୁ ମୁକୁଲିଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଆଶିଷ‌ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ।

Ashish Misra

Ashish Misra

Advertisment

ୟୁପି ଲଖିମପୁର-ଖେରି ହିଂସା ମମାଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଜେଲରୁ ମୁକୁଳିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଅନ୍ତରୀଣ ଜାମନ ମଞ୍ଜୁର କରିବା ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି। ଜଳନୁଆରୀ ୨୫ରେ ମିଳିଥିବା ଜାମିନ୍‌ରେ ଆଶିଷ ମିଶ୍ରା ୟୁପି, ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ରହିପାରିବେନି ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ସପ୍ତାହ ଭିତରେ ତାଙ୍କୁ ୟୁପି ଛାଡ଼ିବାକୁ ପଡ଼ିବ। ସେହିପରି ର୍କ୍ଟଙ୍କ ନିର୍ଦ୍ଦେଶମୁବକ ଆଶିଷ ମିଣ୍ରା ତାଙ୍କ ପାସପୋର୍ଟକୁ ମଧ୍ୟ ସରେଣ୍ଡର କରିବାକୁ ପଡ଼ିବ। ୨୦୨୧ରେ ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ଘଟିଥିବା କୃଷକ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଗତ ୨୫ ତାରିଖରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି।

Advertisment

ଆଶିଷ‌ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ। ପୀଡ଼ିତମାନଙ୍କ ଅଧିକାର ପ୍ରତି ଦୃଷ୍ଟି ଦିଆଯାଇ ସନ୍ତୁଳନ ବଜାୟ ରଖିବାକୁ ପଡ଼ିବ ବୋଲି ଦର୍ଶାଇ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେ. କେ. ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆମେ କାହାରି ମତାମତ ଆଡ଼କୁ ଢଳିନାହୁଁ। ମିଶ୍ରାଙ୍କୁ ୮ ସପ୍ତାହ ନିମନ୍ତେ ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି ଏବଂ ତାଙ୍କୁ ତୁରନ୍ତ ଉତ୍ତର ପ୍ରଦେଶ ଛାଡ଼ି ଚାଲିଯିବାକୁ ଆଦେଶ ଦିଆଯାଇଛି। ଟ୍ରାଏଲ୍‌ କୋର୍ଟରେ ହାଜର ହେବାକୁ ଡାକରା ଆସିଲେ ଏହି ସମୟ ମଧ୍ୟରେ ସେ ଉତ୍ତର ପ୍ରଦେଶକୁ ଆସିପାରିବେ ବୋଲି ଅନୁମତି ମିଳିଛି। ଏହାଛଡ଼ା, ସେ ଜାମିନରେ ଥିବା ସମୟ ପର୍ଯ୍ୟନ୍ତ ଅଦାଲତଙ୍କୁ ତାଙ୍କର ଠିକଣା ଜଣାଇବା ସହିତ ପାସ୍‌ପୋର୍ଟ ମଧ୍ୟ ଦାଖଲ କରିବେ। ସେହିପରି, ଏହି ମାମଲାର ବାକି ସମସ୍ତ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି।

ଏହି ମାମଲାର ପ୍ରତ୍ୟେକ ଶୁଣାଣି ପରେ ଟ୍ରାଏଲ୍‌ କୋର୍ଟ ସମସ୍ତ ବିବରଣୀ ସୁପ୍ରିମ୍‌ କୋର୍ଟକୁ ପଠାଇବେ। ସୁପ୍ରିମ୍‌ କୋର୍ଟ ଏହି ମାମଲାର ପର୍ଯ୍ୟବେକ୍ଷଣ କରିବେ। ମାର୍ଚ ୧୪ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି। ୨୦୨୧ ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ଖେରି ଜିଲ୍ଲାର ତିନକୁନିଆ ଜିଲ୍ଲାରେ କୃଷକମାନେ ଉତ୍ତର ପ୍ରଦେଶର ତତ୍‌କାଳୀନ ଉପମୁଖ୍ୟମନ୍ତ୍ରୀ କେଶବପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି ପ୍ରତିବାଦ ପ୍ରଦର୍ଶନ କରୁଥିବା ବ‌େଳେ ଘଟିଥିବା ହିଂସାକାଣ୍ଡରେ ୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଉତ୍ତର ପ୍ରଦେଶ ପୁଲିସ ‘ଏଫ୍‌ଆଇଆର୍‌’ ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରା ବସିଥିବା ଗୋଟାଏ ‘ଏସ୍‌ୟୁଭି’ ଗାଡ଼ି ମାଡ଼ିଯିବାରୁ ୪ଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୃଷକମାନେ ଜଣେ ଡ୍ରାଇଭର୍‌ ଓ ଦୁଇଜଣ ‘ବିଜେପି’ କର୍ମୀଙ୍କୁ ପିଟି ପିଟି ମାରିପକାଇଥିଲେ। ଏହି ହିଂସାକାଣ୍ଡରେ ଜଣେ ସାମ୍ବାଦିକଙ୍କର ବି ମୃତ୍ୟୁ ଘଟିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe