Advertisment

Kerala Beggar: ହଠାତ୍‌ କେମିତି ପ୍ରାଣ ହରାଲେ ଭିକ ମାଗୁଥିବା ବ୍ୟକ୍ତି, ନଗଦ ୪.୫ ଲକ୍ଷ ଟଙ୍କା କାହାର?

ସୋମବାର ରାତିରେ ଭିକାରୀ ଜଣଙ୍କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ଆହତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। ତେବେ ଚିକିତ୍ସା ଚାଲିଥିବା ବେଳେ ବ୍ୟକ୍ତି ଜଣଙ୍କ କାହାକୁ କିଛି ନ କହି ହସ୍ପିଟାଲରୁ ଚାଲି ଯାଇଥିଲେ।

Begar

ଏଆଇ ଫଟୋ

Advertisment

ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା କେରଳ(Kerala Beggar)ରୁ ଆସିଛି। କେରଳରେ ଭିକ ମାଗି ଚଳୁଥିବା ଜଣେ ବ୍ୟକ୍ତି ହଠାତ୍‌ ପ୍ରାଣ ହରାଇଛନ୍ତି। ହେଲେ ପ୍ରାଣ ହରାଇବା ପରେ ସେ ନିଜ ସହ ସବୁବେଳେ ଧରି ବୁଲୁଥିବା ଗୋଟିଏ ପ୍ଲାଷ୍ଟିକ ଡବାକୁ ମିଳିଛି ନଗଦ ୪.୫ ଲକ୍ଷ ଟଙ୍କା। ଏହା ମଧ୍ୟରେ ବ୍ୟାନ ହୋଇଥିବା ୨ ହଜାର ଟଙ୍କିଆ ନୋଟ ଓ କିଛି ବିଦେଶୀ ମୁଦ୍ରା ମଧ୍ୟ ରହିଛି। କେରଳର ଅଲଫୁଝାର ଚାରୁମୋଟର ଆଖପାଖ ଅଞ୍ଚଳରେ ବ୍ୟକ୍ତି ଜଣଙ୍କ ବେଶ ପରିଚିତ। 

Advertisment

ହଠାତ ସେ ପ୍ରାଣ ହରାଇବା ଓ ତାଙ୍କ ପ୍ଲାଷ୍ଟିକ ଡବାରୁ ଏତେ ପରିମାଣର ଟଙ୍କା ମିଳିବା ସମସ୍ତଙ୍କୁ ଚକିତ କରିଛି। ସୋମବାର ରାତିରେ ଭିକାରୀ ଜଣଙ୍କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ଆହତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। ତେବେ ଚିକିତ୍ସା ଚାଲିଥିବା ବେଳେ ବ୍ୟକ୍ତି ଜଣଙ୍କ କାହାକୁ କିଛି ନ କହି ହସ୍ପିଟାଲରୁ ଚାଲି ଯାଇଥିଲେ।

ହସ୍ପିଟାଲ ରେକର୍ଡରେ ସେ ନିଜର ନାଁ ଅନୀଲ କିଶୋର ଭାବେ ଉଲ୍ଲେଖ କରିଥିଲେ। କାହାକୁ କିଛି ନ କହି ହସ୍ପିଟାଲରୁ ଚାଲି ଯାଇଥିବା କିଶୋରଙ୍କ ମୃତଦେହ ମଙ୍ଗଳବାର ଗୋଟିଏ ଦୋକାନ ବାହାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲା। ସେହିପରି ମୃତଦେହ ନିକଟରୁ ପୁଲିସକୁ ଗୋଟିଏ ପ୍ଲାଷ୍ଟିକ ଡବା ଠାବ କରି ଏହାକୁ ଥାନାକୁ ନେଇ ଯାଇଥିଲା। 

Advertisment

ସ୍ଥାନୀୟ ପଞ୍ଚାୟତ ସଦସ୍ୟ ଫିଲିପ ଉମାନଙ୍କ ଉପସ୍ଥିତିରେ ଏହାକୁ ଖୋଲିବା ମାତ୍ରେ ସମସ୍ତେ ଚକିତ ହୋଇ ଯାଇଥିଲେ। କାରଣ ଏହି ପ୍ଲାଷ୍ଟିକ ଡବାଟି ଟଙ୍କାରେ ଭର୍ତ୍ତି ହୋଇ ରହିଥିଲା। ଡବାରୁ ମୋଟ ୪.୫ ଲକ୍ଷ ଟଙ୍କା ମିଳିଛି। ଏହା ମଧ୍ୟରେ କିଛି ବ୍ୟାନ ହୋଇସାରିଥିବା ୨ ହଜାର ଟଙ୍କିଆ ନୋଟ ଓ ବିଦେଶୀ ମୁଦ୍ରା ବି ରହିଛି।

ପୁଲିସ୍‌ କହିଛି ଯେ ନଗଦ ଟଙ୍କା ପ୍ଲାଟିକ ଡବାରେ ରହିଥିଲା। କିଶୋର ଦୈନିକ ଭିକ ମାଗି ଚଳନ୍ତି। ସମସ୍ତଙ୍କୁ ସେ ଟଙ୍କା ଓ ଖାଇବା ପାଇଁ ଅନ୍ୟ ଉପରେ ନର୍ଭର କରନ୍ତି। ହେଲେ ସେ ନିଜ ସହ ଏତେ ପରିମାଣର ନଗଦ ଟଙ୍କା ଧରି ଯେ ବୁଲୁଥିଲେ, ସେକଥା କାହାକୁ ଜଣା ନଥିଲା। ଏବେ ଏହାକୁ ଜାଣି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। 

Kerala Beggar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe