Advertisment

ପଦ ହରାଇଥିଲେ ଆଉ ଜଣେ ସାଂସଦ, ଏବେ ଫେରି ପାଇଲେ

ହତ୍ୟା ଷଡଯନ୍ତ୍ର ମାମମଲାରେ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା।

NCP MP Mohammed Faizal

NCP MP Mohammed Faizal

Advertisment

ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ପଦ ହରାଇ ଦୁଇ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହେବା ପରେ ଜନପ୍ରତିନିଧି ନିୟମ ୨୦୧୩ ଆଇନ ଅନୁଯାୟୀ ସାଂସଦ ପଦ ହରାଇଛନ୍ତି। ଏହାକୁ ନେଇ ସାରା ଦେଶରେ ଜୋର ଧରିଛି ରଜନୀତି। ଏହାରି ଭିତରେ ଲକ୍ଷାଦ୍ୱିପର ଜଣେ ସାଂସଦ ମହମ୍ମଦ ଫୈଜାଲ ନିଜ ପଦ ଫେରିପାଇଛନ୍ତି। ହତ୍ୟା ଷଡଯନ୍ତ୍ର ମାମମଲାରେ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା। ତେଣୁ ସେ ଜନପ୍ରତିନିଧି ଆଇନ ଅନୁସାରେ ନିଜ ପଦ ହରାଇଥିଲେ। 

Advertisment

ସୂଚନା ମୁତାବକ ଲାକ୍ଷାଦ୍ୱିପରେ ଏନସିପିର ସାଂସଦ ଥିବା ମହମ୍ମଦ ଫୈଜଲ ମାତ୍ର କିଛିଦିନ ତଳେ ତାଙ୍କର ଲୋକସଭା ସାଂସଦ ପଦ ହରାଇଥିଲେ। ଏହାକୁ ନେଇ ସେ  ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ହେଲେ ତାଙ୍କ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେବା ପୂର୍ବରୁ ସେ ନିଜ ଲୋକସଭା ସଦସ୍ୟତା ପଦ ଫେରି ପାଇଛନ୍ତି। ଲୋକସଭା ସଚିବାଳୟ ତରଫରୁ ମହମ୍ମଦଙ୍କ ସାଂସଦ ପଦ ଉପରେ ନିଆଯାଇଥିବରା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି।

ମହମ୍ମଦ ଫୈଜଲଙ୍କୁ ଏକ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଜାନୁଆରୀ ୧୧ ତାରିଖରେ କୋର୍ଟ ତାଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହାର ଦୁଇ ଦିନ ପରେ ଲୋକସଭା ସଚିବାଳୟ ତରଫରୁ ତାଙ୍କର ସାଂସଦ ପଦ ରଦ୍ଦ କରାଯାଇଥିଲା। ମହମ୍ମଦଙ୍କୁ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଫୈଜଲଙ୍କ ସମେତ ୪ ଜଣଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏଥିସହ କୋର୍ଟ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଇଥିଲେ।

Advertisment

ହେଲେ ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମାତ୍ର ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ରାହୁଲ ଗାନ୍ଧୀ ମହମ୍ମଦ ଫୈଜଲଙ୍କ ରାସ୍ତା ଆପଣାଇ ପୁଣି ଲୋକସଭା ସଦସ୍ୟ ପଦ ଫେରି ପାଇପାରନ୍ତି  ବୋଲି ଆଶା କରାଯାଉଛି।

NCP Mohammed Faizal MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe