Advertisment

ମୋଦି ୩.୦: ଲଲନ୍‌ ସିଂହ କ୍ୟାବିନେଟ୍‌ ଓ ରାମନାଥ ଠାକୁର ରାଷ୍ଟ୍ରମନ୍ତ୍ରୀ

ଆଜି ମୋଦିଙ୍କ ସହ ୧୮ ଜଣ ସାଂସଦ ମନ୍ତ୍ରୀ ପଦର ଶପଥ ନେବେ ବୋଲି ସୂଚନା ମିଳିଛି।

author-image
Madhupriya Mistry
lalan-singh-and-ramnath-thakur

lalan-singh-and-ramnath-thakur

ମୋଦି ୩.୦ରେ ଜେଡିୟୁ କୋଟାରୁ ଆଜି ମନ୍ତ୍ରୀ ଭାବେ ଶପଥ ନେବେ ଦୁଇ ନେତା। ଲଲନ୍‌ ସିଂହ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି କପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର MoS ତଥା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

Advertisment

ଲଲନ୍ ସିଂହ ବିହାରର ମୁଙ୍ଗେର ଆସନରୁ ନିର୍ବାଚନ ଜିତି ଏଥର ଲୋକସଭାରେ ପହଞ୍ଚିଛନ୍ତି। ସେହିପରି ରାମନାଥ ଠାକୁର ରାଜ୍ୟସଭା ସାଂସଦ ରହିଛନ୍ତି। ସେ ଭାରତରେ ରତ୍ନରେ ସମ୍ମାନୀତ କର୍ପୂରୀ ଠାକୁରଙ୍କ ପୁଅ ଅଟନ୍ତି। ଜେଡିୟୁ କୋଟାରୁ ଏହି ଦୁଇ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି।

ଏଥର ଲୋକସଭା ନିର୍ବାଚନରେ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିଛି। ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୭.୧୫ରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜବାହାରଲାଲ ନେହେରୁଙ୍କ ପରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ।

Advertisment

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଆଜି ମୋଦିଙ୍କ ସହ ୧୮ ଜଣ ମନ୍ତ୍ରୀ ପଦର ଶପଥ ନେବେ। ଏଥିପାଇଁ ବହୁ ନେତାଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି। ସେହିପରି ତମାମ୍‌ ନେତା ମୋଦିଙ୍କ ବାସଭବନରେ ଭିଡ ଜମାଇଛନ୍ତି। ଶପଥ ଗ୍ରହଣ ଉତ୍ସବ ପାଇଁ ରାଷ୍ଟ୍ରପତି ଭବନରେ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି।

ଅନ୍ୟପଟେ ଏହି ଶପଥ ସମାରୋହ ଉତ୍ସବ ପାଇଁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ। ଏଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀକୁ ନୋ-ଫ୍ଲାଇଂ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ରାଜଧାନୀରେ ୧୪୪ ଧାରା ଲାଗୁ କରାଯାଇଛି।

JDU Lalan Singh Modi Cabinet Ramnath Thakur