Advertisment

ଚାକିରି ପାଇଁ ଜମି: ଲାଲୁ ପ୍ରସାଦ ଯାଦବଙ୍କୁ ସମନ କଲା ସିବିଆଇ

ବହୁ ଚର୍ଚ୍ଚିତ ରେଳବାଇ ଚାକିରି ପାଇଁ ଜମି କାରବାର ଘଟଣାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସମନ କରିଛି ସିବିଆଇ।

Lalu Prasad Yadav

Lalu Prasad Yadav

Advertisment

ବହୁ ଚର୍ଚ୍ଚିତ ରେଳବାଇ ଚାକିରି ପାଇଁ ଜମି କାରବାର ଘଟଣାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସମନ କରିଛି ସିବିଆଇ। ତାଙ୍କୁ ମଙ୍ଗଳବାର ଜେରା ପାଇଁ ସିବିଆଇ ଦିନ ଧାର୍ଯ୍ୟ କରିଛି। ଏହି ଘଟଣାରେ ଆଜି ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ସିବିଆଇ ଜେରା କରିଛି। ବିହାରରେ ଥିବା ରାବ୍ରୀ ଦେବୀଙ୍କ ଘରେ ସିବିଆଇ ପଶି ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଛି। ଆଇଆରସିଟିସି ଦୁର୍ନୀତି ଘଟଣାରେ ସିବିଆଇ ଏପରି ପଦକ୍ଷେପ ଗ୍ରହଣ କରିଛି।

Advertisment

ସିବିଆଇର କହିବା କଥା ଲାଲୁ ପ୍ରସାଦ ୨୦୦୪ରୁ ୨୦୦୯ ରେଳବାଇ ମନ୍ତ୍ରୀ ଥିବା ବେଳେ ବ୍ୟାପକ ଲାଞ୍ଚ ନେଇ ଚାକିରି ଦେଇଛନ୍ତି। ସେ ନିଜ ପରିବାର ଲୋକଙ୍କ ନାଁରେ ଜମି ଅଦଳବଦଳ କରି ରେଳବାଇର ବିଭିନ୍ନ ଜୋନରେ ଲୋକଙ୍କୁ ଗ୍ରୁପ ଡି’ ଚାକିରି ଦେଇଥିଲେ। ଏନେଇ ଲାଲୁ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଛି।

ଫେବୃଆରୀ ୨୭ରେ ଦିଲ୍ଲୀ କୋର୍ଟ ଏହି ଲ୍ୟାଣ୍ଡ ଫର ଜବ ସ୍କାମରେ ଲାଲୁ, ରାବ୍ରୀ ଦେବୀଙ୍କ ସମେତ ୧୪ ଜଣଙ୍କୁ ସମନ କରିଥିଲେ। ସେହିପରି ଗତବର୍ଷ ଅକ୍ଟୋବର ୧୦ରେ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଏହି ୧୬ ଜଣଙ୍କ ମଧ୍ୟରେ ଲାଲୁ ଓ ରାବ୍ରୀ ଦେବୀଙ୍କ ନାଁ ରହିଥିଲା। 

Advertisment
Lalu Prasad Yadav CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe