Advertisment

ବାଣ ମାରିଲେ ଲାଲୁଙ୍କ ଝିଅ, କହିଲେ- ଅଳିଆ ପୁଣି ଅଳିଆ ଗଦାକୁ ଗଲା

ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ।

author-image
Madhupriya Mistry
Rohini Acharya

Rohini Acharya

'ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା। ଅଳିଆ ଦଳକୁ ସୁହାଏ ଦୁର୍ଗନ୍ଧମୟ ଅଳିଆ।' ଏଭଳି କିଛି କହି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ବିହାରରେ ଚାଲିଥିବା ରାଜନୈତିକ ଛକାପଞ୍ଝା ଭିତରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ଲାଲୁଙ୍କ ଝିଅ ରୋହିଣୀ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

Advertisment

ସୋଶାଲ ମିଡିଆ ସାଇଟ୍‌ 'X'ରେ ପୋଷ୍ଟ କରି ରୋହିଣୀ ନୀତୀଶଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, 'ଆମ ଜୀବନ ଥିବା ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଆମର ସଂଗ୍ରାମ ଜାରି ରହିବ। ଅଳିଆ ପୁଣି ଅଳିଆ ଗଦାକୁ ଗଲା। ଆଳିଆ ମଣ୍ଡଳୀକୁ ଦୁର୍ଗନ୍ଧମୟ ଅଳିଆ ସୁହାଏ।' କେବଳ ସେତିକି ନୁହେଁ ସେ ଏନ୍‌ଡିଏକୁ ମଧ୍ୟ ଟାର୍ଗେଟ୍‌ କରି ପୋଷ୍ଟ କରିଛନ୍ତି।

ରୋହିଣୀଙ୍କ ପୂର୍ବରୁ ଲାଲୁଙ୍କ ପୁଅ ତେଜ ପ୍ରତାପ ଯାଦବ ମଧ୍ୟ ସୋଶାଲ ମିଡିଆ ପୋଷ୍ଟ କରି ନିଆରା ଢ଼ଙ୍ଗରେ ନୀତୀଶଙ୍କୁ କଟାକ୍ଷ କରିଥିଲେ। ସେ କବିତା ଲେଖି 'ଭାବ' ଶବ୍ଦ ଜରିଆରେ ନୀତୀଣ କୁମାରଙ୍କୁ 'ମୂଲ୍ୟବୋଧ' ଓ 'ବିଚାରଧାରା'କୁ ନେଇ ସମାଲୋଚନା କରିଥିଲେ।

Advertisment

ସୂଚନାଯୋଗ୍ୟ, ଆଉ କିଛି ସମୟ ପରେ ନୀତୀଶ ଶପଥ ଗ୍ରହଣ କରି ଏନ୍‌ଡିଏ ସମର୍ଥନରେ ବିହାରରେ ନୂଆ ସରକାର ଗଠନ କରିବେ। ଆସନ ବଣ୍ଟନ ବୁଝାମଣା ଆଲୋଚନା ବିଫଳ ହେବାରୁ ନୀତୀଶ କୁମାର ‘ଇଣ୍ଡିଆ ବ୍ଲକ୍‌’ ଉପରେ ରାଗି ଯାଇଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି। 

ଗତ କିଛି ଦିନ ହେବ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ମାରିବେ ବୋଲି ଆଶଙ୍କା କରାଯାଉଥିଲା। ସେ ପୁଣିଥରେ ବିଜେପି ଆଡକୁ ଢ଼ଳିବେ ବୋଲି ଆଭାସ ମିଳୁଥିଲା।

Nitish Kumar Bihar Politics Rohini Acharya Lalu Daughter