ଲାଲୁ ଓ ରୋହିଣୀ
ବିହାର ନିର୍ବାଚନରେ ବଡ଼ ପରାଜୟର ସାମ୍ନା କରିଥିବା ଆରଜେଡି(RJD) ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ(Lalu Prasad Yadav)ଙ୍କୁ ଆଉ ଗୋଟିଏ ବଡ଼ ଝଟକା ଲାଗିଛି। ପରାଜୟର ଦିନକ ପରେ ଲାଲୁଙ୍କ ଝିଅ ରୋହିଣୀ ଆଚର୍ଯ୍ୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଏଥିସହ ନିଜ ପରିବାର ସହ ସବୁ ପ୍ରକାରର ସମ୍ପର୍କକୁ ମଧ୍ୟ ସେ ଚ୍ଛିନ୍ନ କରିଥିବା ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଏପରି ପଦକ୍ଷେପ ସେ ଆରଜେଡି ବିଦ୍ରୋହୀ ସଞ୍ଜୟ ଯାଦବ ଓ ସ୍ୱାମୀ ରମୀଜ ଆଲାମଙ୍କ ପରାମର୍ଶକ୍ରମେ ନେଇଥିବା ମଧ୍ୟ ଅବଗତ କରିଛନ୍ତି।
ସେ ଏକ୍ସରେ ଲେଖିଛନ୍ତି, “ମୁଁ ରାଜନୀତି ଛାଡ଼ୁଛି ଓ ମୁଁ ମୋ ପରିବାର ସହ ସବୁ ସମ୍ପର୍କ ଚ୍ଛିନ୍ନ କରୁଛି। ସଞ୍ଜୟ ଯାଦବ ଓ ରମୀଜ ମୋତେ ଯାହା କହିଥିଲେ ମୁଁ ଏବେ ସେଇଆ କରୁଛି। ମୁଁ ସବୁ ଦୋଷ ନିଜ ମୁଣ୍ଡକୁ ନେଉଛି।” ଏଠାରେ ସେ ସବୁ ଦୋଷ ପାଇଁ ନିଜକୁ ଦାୟୀ କେଉଁ କଥା କହୁଛନ୍ତି, ତାହା ସ୍ପଷ୍ଟ ହୋଇନି। ବିହାର ବିପର୍ଯ୍ୟୟ ନା ପାରିବାରିକ ବିବାଦ କଥା ସେ କହିବାକୁ ଚେଷ୍ଟା କରିଛନ୍ତି, ତାହା ଜଣାପଡ଼ିନି।
ରୋହିଣୀ ପେଶାରେ ଜଣେ ଡାକ୍ତର। ଏକଦା ସେ ବାପା ଲାଲୁଙ୍କୁ କିଡନୀ ଦେଇ ଜୀବନ ବଞ୍ଚାଇଥିଲେ। ୨୦୨୪ରେ ସେ ବିହାରର ସାରନ ଲୋକସଭାରୁ ନିର୍ବାଚନ ଲଢ଼ିଥିଲେ ହେଁ ବିଜେପିର ରାଜୀବ ପ୍ରତାପ ରୁଢ଼ୀଙ୍କ ଠାରୁ କମ ବ୍ୟବଧାନରେ ପରାସ୍ତ ହୋଇଥିଲେ।
ବିହାର(Bihar) ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ରୋହିଣୀ ଓ ଲାଲୁଙ୍କ ପରିବାର ମଧ୍ୟରେ ସବୁ କିଛି ଠିକଠାକ ନଥିବା ସ୍ପଷ୍ଟ ହୋଇଥିଲା। କାରଣ ରୋହିଣୀ ଏକ୍ସରେ ପ୍ରଥମେ ନିଜ ବାପା ଲାଲୁ ପ୍ରସାଦ ଓ ପରେ ଭାଇ ତେଜସ୍ୱୀ ଯାଦବଙ୍କୁ ଅନଫୋଲ କରିଥିଲେ।
କୁହାଯାଉଛି ଯେ ବିବାଦର ମୂଳକାରଣ ହେଉଛି ୨୦୨୨ରେ ରୋହିଣୀ ଦାନ କରିଥିବା କିଡ୍ନୀ। ଏହାକୁ ନେଇ ଜାରି ରହିଥିବା ଗୁଜବ ଓ ଅଭିଯୋଗକୁ ସହଜରେ ଗ୍ରହଣ କରିପାରୁ ନଥିଲେ ରୋହିଣୀ। ସେହିପରି ଆରଜେଡିର ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବଙ୍କ ସହ ତେଜସ୍ୱୀଙ୍କ ବିବାଦକୁ ସହଜରେ ଗ୍ରହଣ କରିପାରୁ ନଥିଲେ ରୋହିଣୀ।
ବାପା ଲାଲୁଙ୍କୁ କିଡ୍ନୀ ଦାନ କରିବା ନେଇ ବିଭିନ୍ନ ପ୍ରକାରର ଅଭିଯୋଗ ଓ ସନ୍ଦେହ ସୃଷ୍ଟି ହେବାରୁ ରୋହିଣୀ ନିଜର ନିନ୍ଦୁକମାନଙ୍କୁ ଅଭିଯୋଗକୁ ପ୍ରମାଣ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ।
ଅଭିଯୋଗ ପ୍ରମାଣ ହୋଇଗଲେ ସେ ରାଜନୀତି ଛାଡ଼ି ଦେବେ ବୋଲି ମଧ୍ୟ କହିଥିଲେ। ସେହିପରି ଜଣେ ଯୁବତୀଙ୍କ ସହ ତେଜ ପ୍ରତାପଙ୍କ ଫଟୋ ଭାଇରାଲ ହେବା ପରେ ଲାଲୁ ତାଙ୍କୁ ଦଳରୁ ବହିଷ୍କାର କରିବା ଓ ତାଙ୍କ ସହ ସବୁ ସମ୍ପର୍କଚ୍ଛିନ୍ନ କରିବା ମଧ୍ୟ ରୋହିଣୀଙ୍କ ଅସନ୍ତୋଷର ଅନ୍ୟତମ କାରଣ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/15/lalu-2025-11-15-16-37-12.jpg)