Advertisment

ଚାକିରି ପାଇଁ ଜମି ଦୁର୍ନୀତି ମାମଲା; ଲାଲୁଙ୍କ ବଡ଼ ପୁଅଙ୍କ ନାଁରେ ଆସିଲା ସମନ

ଆସନ୍ତା ୭ ତାରିଖରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଉକ୍ତ ଦିନ ଲାଲୁ ଯାଦବଙ୍କ ସମେତ ତାଙ୍କ ପରିବାରର ୮ ଜଣ ହାଜର ହେବାକୁ କୋର୍ଟ ସମନ ଜାରି କରିଛନ୍ତି।

ଅଦ୍ୟତନ ହୋଇଛି
Lalu yadav with sons

Lalu yadav with sons

Advertisment

ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ବଢ଼ିଲା। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ଲାଲୁଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଫସିଥିବା ବେଳେ ଏଥର ଏଥିରେ ସାମିଲ ହୋଇଛି ତେଜପ୍ରତାପ ଯାଦବଙ୍କ ନାଁ। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ନାଁରେ ପ୍ରଥମ ଥର ପାଇଁ ଜାରି ହୋଇଛି ସମନ ।

Advertisment

ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଉକ୍ତ ଦିନ ଲାଲୁ ଯାଦବଙ୍କ ସମେତ ତାଙ୍କ ପରିବାରର ୮ ଜଣ ହାଜିର ହେବାକୁ କୋର୍ଟ ସମନ ଜାରି କରିଛନ୍ତି।

ଏହି ମାମଲାରେ ଲାଲୁଙ୍କ ସମେତ ତାଙ୍କ ଦୁଇ ପୁଅ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କୁ ଅଭିଯୁକ୍ତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡି ନିଜ ଚାର୍ଜଶିଟ୍‌ରେ ତେଜପ୍ରତାପଙ୍କ ନାଁ ସାମିଲ କରି ନ ଥିଲା। ମାତ୍ର ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ତେଜ ପ୍ରତାପଙ୍କ ଭୂମିକାକୁ ଏଡ଼ାଇ ଦିଆଯାଇ ପାରିବନି କହି ତାଙ୍କ ନାଁରେ ସମନ ଜାରି କରିଛନ୍ତି କୋର୍ଟ।

Advertisment

ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ମାମଲା ଚାଲୁ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଛନ୍ତି କୋର୍ଟ। କୋର୍ଟଙ୍କ କହିବାନୁଯାୟୀ, ଯାଦବ ପରିବାର କ୍ଷମତାରେ ଥିବା ବେଳେ ବହୁ ପରିମାଣର ଜମି ନିଜ ନାଁକୁ ଟ୍ରାନ୍ସଫର କରାଯାଇଛି। ଲାଲୁ ଯାଦବ ମନି ଲଣ୍ଡ୍ରିଂ ମାମଲାରେ ବି ସାମିଲ ଥିଲେ। ତେଜସ୍ୱୀଙ୍କ ବିରୋଧରେ ବି ପର୍ଯ୍ୟାପ୍ତ ପ୍ରମାଣ ଅଛି।

ଚାକିରି ପାଇଁ ଜମି ଦୁର୍ନୀତି ମାମଲା ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ଘଟିଛି। ରେଳ ମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ନିଜ ପଦର ଅପବ୍ୟବହାର କରିଥିଲେ। ଜମି ବଦଳରେ ସେ ଗ୍ରୁପ ଡି ପୋଷ୍ଟରେ ବହୁ ଜଣଙ୍କୁ ଚାକିରିରେ ଭର୍ତ୍ତି କରାଇଥିଲେ।

କୋର୍ଟ କହିଛନ୍ତି ୨୦୦୪ ମସିହାରେ ରାବ୍ରୀ ଦେବୀ, ତେଜସ୍ୱୀ, ତେଜପ୍ରତାପଙ୍କ ନାଁକୁ ବହୁ ଜମି ଟ୍ରାନ୍ସଫର କରାଯାଇଛି। ଲାଲୁଙ୍କ ଝିଅ ମିସା ଭାରତୀଙ୍କ ନାଁରେ ବି ବହୁ ଜମି ଟ୍ରାନ୍ସଫର ହୋଇଛି। ଏହା ବଦଳରେ ଜମି ଟ୍ରାନ୍ସଫର କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଚାକିରି ମିଳିଥିବାର ପ୍ରମାଣ ରହିଛି।

ଗତ ମାସରେ କୋର୍ଟ ଏହି ମାମଲାର ସପ୍ଲିମେଣ୍ଟ ଚାର୍ଜସିଟ୍‌ ଦାଖଲ କରିଥିଲେ । ଏଥିରେ ଅଭିଯୁକ୍ତ ତାଲିକାରେ ୧୧ ଜଣଙ୍କ ନାଁକୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ଅନ୍ୟମାନଙ୍କ ମଧ୍ୟରେ ଲାଲୁ, ତେଜସ୍ୱୀ, ମିସା ଭାରତୀ, ରାବ୍ରି ଦେବୀଙ୍କ ନାଁ ସାମିଲ କରାଯାଇଥିଲା। ଏବେ ସେଥିରେ ତେଜ ପ୍ରତାପଙ୍କ ନାଁ ଏଣ୍ଟ୍ରି ମାରିଛି।

Land For Job Scam Court Notice Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe