Advertisment

ଆଜି ଲାଲୁଙ୍କୁ ଘାଣ୍ଟିବ ସିବିଆଇ

ଲାଲୁ ପ୍ରସାଦ ୨୦୦୪ରୁ ୨୦୦୯ ରେଳବାଇ ମନ୍ତ୍ରୀ ଥିବା ବେଳେ ବ୍ୟାପକ ଲାଞ୍ଚ ନେଇ ଚାକିରି ଦେଇଛନ୍ତି।

Lalu Prasad Yadav

Lalu Prasad Yadav

Advertisment

ବିିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ  ଦେବୀଙ୍କ ପରେ ଆଜି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଘାଣ୍ଟିବ ସିବିଆଇ। ବହୁ ଚର୍ଚ୍ଚିତ ରେଳବାଇ ଚାକିରି ପାଇଁ ଜମି କାରବାର ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଜି ଲାଲୁଙ୍କୁ ପଚରାଉଚରା କରିବ। ଲାଲୁ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ଏଭଳି ସ୍ଥିତିରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ହିଁ ତାଙ୍କୁ ସିବିଆଇ ଜେରା କରିବ। ଏହାପୂର୍ବରୁ ସିବିଆଇ ସୋମବାର ଦିନ ପାଟନାରେ ରାବ୍ରୀ ଦେବୀଙ୍କୁ ୪ ଘଣ୍ଟା ଜେରା କରିଥିଲା।  

Advertisment

ଗତକାଲି ସିବିଆଇ ଲ୍ୟାଣ୍ଡ ଫର୍ ଜବ୍ ସ୍କାମ ମାମଲାରେ ପଚରାଉଚରା କରିବା ପାଇଁ ଲାଲୁଙ୍କୁ ସମନ ପଠାଇଥିଲା। ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇ ଟିମ୍ ଏହି ମାମଲାରେ ପଚରାଉଚରା କରିବା ପାଇଁ ଲାଲୁଙ୍କ ପରିବାରଠାରୁ ଆଉ କିଛି ଡକ୍ୟୁମେଣ୍ଟ ମଗାଇପାରେ ବୋଲି ଜଣେ ଅଧିକାରୀଙ୍କ ତରାଫରୁ ମିଳିଥିବା ସୂଚନାରୁ ଜଣାପଡିଛି। ମାର୍ଚ୍ଚ ୧୫ ରେ ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ସ୍ୱତନ୍ତ୍ର କୋର୍ଟ ଡକାଇଛନ୍ତି। 

ଲାଲୁ ପ୍ରସାଦ ୨୦୦୪ରୁ ୨୦୦୯ ରେଳବାଇ ମନ୍ତ୍ରୀ ଥିବା ବେଳେ ବ୍ୟାପକ ଲାଞ୍ଚ ନେଇ ଚାକିରି ଦେଇଛନ୍ତି। ସେ ନିଜ ପରିବାର ଲୋକଙ୍କ ନାଁରେ ଜମି ଅଦଳବଦଳ କରି ରେଳବାଇର ବିଭିନ୍ନ ଜୋନରେ ଲୋକଙ୍କୁ ଗ୍ରୁପ ଡି’ ଚାକିରି ଦେଇଥିଲେ। ଏନେଇ ଲାଲୁ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ସିବିଆଇ ଏଫଆଇଆର ରୁଜୁ କରିଛି।

Advertisment

ଫେବୃଆରୀ ୨୭ରେ ଦିଲ୍ଲୀ କୋର୍ଟ ଏହି ଲ୍ୟାଣ୍ଡ ଫର ଜବ ସ୍କାମରେ ଲାଲୁ, ରାବ୍ରୀ ଦେବୀଙ୍କ ସମେତ ୧୪ ଜଣଙ୍କୁ ସମନ କରିଥିଲେ। ସେହିପରି ଗତବର୍ଷ ଅକ୍ଟୋବର ୧୦ରେ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଏହି ୧୬ ଜଣଙ୍କ ମଧ୍ୟରେ ଲାଲୁ ଓ ରାବ୍ରୀ ଦେବୀଙ୍କ ନାଁ ରହିଥିଲା। 

CBI Lalu Prasad Yadav Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe