Advertisment

ଜମି ବଦଳରେ ଚାକିରି ଦୁର୍ନୀତି; ଆଜି କୋର୍ଟରେ ହାଜର ହେବେ ଲାଲୁ, ରାବ୍ରୀଙ୍କ ସମେତ ୧୬ ଜଣ

୧୪ ବର୍ଷ ପୁରୁଣା ଏହି କେସ୍‌କୁ ନେଇ ଲାଲୁଙ୍କ ପରିବାରକୁ ଘାଣ୍ଟୁଛି ସିବିଆଇ । ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ରେଳବାଇରେ ଚାକିରି ବଦଳରେ ସେ ଲୋକଙ୍କ ଜାଗା ହଡ଼ପ କରିଥିବା ତଥା ବହୁ କମ୍‌ ମୂଲ୍ୟରେ କିଣିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Lalu-yadav-rabri-devi

Lalu-yadav-rabri-devi

Advertisment

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଲାଲୁ ଯାଦବଙ୍କ ପରିବାରର ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ଲାଲୁ ଯାଦବ, ରାବ୍ରୀ ଦେବୀ ତାଙ୍କ ଝିଅ ମିସା ଯାଦବଙ୍କ ସମେତ ୧୬ ଜଣ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହେବେ। ସିବିଆଇ ଚାର୍ଜସିଟ୍‌ ଦାଖଲ କରିବା ପରେ ଆଜି ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

୧୪ ବର୍ଷ ପୁରୁଣା ଏହି କେସ୍‌କୁ ନେଇ ଲାଲୁଙ୍କ ପରିବାରକୁ ଘାଣ୍ଟୁଛି ସିବିଆଇ । ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ରେଳବାଇରେ ଚାକିରି ବଦଳରେ ସେ ଲୋକଙ୍କ ଜାଗା ହଡ଼ପ କରିଥିବା ତଥା ବହୁ କମ୍‌ ମୂଲ୍ୟରେ କିଣିଥିବା ଅଭିଯୋଗ ହୋଇଥିଲା। ୧୮ ମେ’ରେ ସିବିଆଇ ଏନେଇ ମାମଲା ରୁଜୁ କରିଥିଲା।

ଲାଲୁ ଯାଦବ ପୂର୍ବରୁ ଦିଲ୍ଲୀରେ ଥିବା ବେଳେ କୋର୍ଟରେ ହାଜର ହେବାକୁ ଗତକାଲି ରାବ୍ରୀ ଦେବୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଜି ଲାଲୁ ପରିବାରର ସଦସ୍ୟଙ୍କ ସମେତ ୧୬ ଜଣ କୋର୍ଟରେ ହାଜର ହେବେ । ଏହାବାଦ ଯେଉଁମାନେ ଜମି ବଦଳରେ ଚାକିରି ପାଇଛନ୍ତି ସେମାନଙ୍କୁ ମଧ୍ୟ ଆଜି କୋର୍ଟରେ ଉପସ୍ଥିତ ରହିବାକୁ କୁହାଯାଇଛି।

Advertisment

ସିବିଆଇ ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି, ପାଟଣାର ସଞ୍ଜୟ ରାୟ ନାମକ ବ୍ୟକ୍ତି ରାବ୍ରି ଦେବୀଙ୍କୁ ନିଜର ୩,୩୭୫ ବର୍ଗଫୁଟ ପ୍ଲଟ୍ ମାତ୍ର ୩.୭୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହାର ପ୍ରତିବଦଳରେ ସଞ୍ଜୟ ରୟ ଏବଂ ତାଙ୍କ ପରିବାରର ୨ ଜଣ ସଦସ୍ୟ ରେଳବାଇରେ ଚାକିରି ପାଇଛନ୍ତି

ଅନ୍ୟ ଏକ ଘଟଣାରେ ପାଟଣାର ହାଜାରି ରାୟ ଏ.କେ ଇନଫୋସିସ୍ ପ୍ରାଇଭେଟ ଲିମିଟେଡକୁ ୯,୫୨୭ ବର୍ଗଫୁଟ ଜମି ବିକ୍ରି କରିଥିଲେ | ୨୦୧୪ ରେ, ରାବ୍ରି ଦେବୀ ଏ.କେ ଇନଫୋସିସ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପଦରେ ବସିଥିଲେ। ପ୍ରତିବଦଳରେ ହାଜାରୀ ରାୟଙ୍କ ଦୁଇ ଜ୍ୱାଇଁ ଦିଲଚାନ୍ଦ କୁମାର ଏବଂ ପ୍ରେମଚାନ୍ଦ କୁମାର ରେଳବାଇରେ ଚାକିରି ପାଇବାରେ ସକ୍ଷମ ହୋଇଥିଲେ।

ପାଟଣାର ଲାଲବାବୁ ରାୟ ୧୩୬୦ବର୍ଗଫୁଟ ଜମି ରାବ୍ରି ଦେବୀଙ୍କୁ ୧୩ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଏହାପରେ ଲାଲ ବାବୁ ରାୟଙ୍କ ପୁଅ ଲାଲ ଚାନ୍ଦ ରାୟ ରେଳବାଇରେ ଚାକିରି ପାଇଥିଲେ ।

ସେହିଭଳି ୭ ଟି ମାମଲାରେ ମିସା ଭାରତୀ ଏବଂ ହେମା ଯାଦବଙ୍କ ନାମରେ ମଧ୍ୟ ଜମି କ୍ରୟ କରାଯାଇଥିଲା। ଏହି ସମସ୍ତ ମାମଲା ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ହୋଇଥିଲା ଯେତେବେଳେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ। ଲାଲୁଙ୍କ ସରକାରୀ ବାସଭବନରେ ନିଯୁକ୍ତି ବଦଳରେ ଭୋଲା ଯାଦବ ଜମି କାରବାର କରୁଥିବା ନେଇ ସିବିଆଇ ନିଜ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ଏହି ପରିପ୍ରେକ୍ଷୀରେ, ତେଜସ୍ୱୀ ଯାଦବଙ୍କ ସମେତ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ବନ୍ଧୁଙ୍କ ଘରେ ମଧ୍ୟ ଇଡି ରେଡ କରି ସାରିଛି। ତେଜସ୍ୱୀ ଏହି ଆକ୍ରମଣକୁ ପ୍ରତିଶୋଧର ରାଜନୀତି ବୋଲି କହିଛନ୍ତି।

ଏହି ମାମଲାରେ ତେଜସ୍ୱୀ ଯାଦବଙ୍କୁ ସମନ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି। ଜମି ବଦଳରେ ଚାକିରି ଦୁର୍ନୀତିକୁ ନେଇ ବିଜେପି ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି ତାଙ୍କ ଇସ୍ତଫା ଦାବି କରିଛି। ତେଜସ୍ୱୀଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ବିହାର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା। ସେପଟେ ସିବିଆଇ, ଇଡି ଏବଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ତଦନ୍ତ ବନ୍ଦ କରିବା ପାଇଁ ବିହାର ବିଧାନସଭାରେ ଏକ ବିଲ୍ ଆଣିବାକୁ ଆରଜେଡି ଦାବି କରିଛି।

CBI Lalu Prasad Yadav Scam Cbi Inquiry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe