Advertisment

ତେଜସ୍ୱୀ ଯାଦବ ଏବଂ ଭଉଣୀ ମିସା ଭାରତୀଙ୍କୁ ଆଜି ଜେରା କରିବ ଇଡି

ଜେରାର ସମ୍ମୁଖୀନ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ତେଜସ୍ୱୀ

undefined

Tejashwi Yadav

Advertisment

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଆଜି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ତାଙ୍କ ଭଉଣୀ ମିସା ଭାରତୀଙ୍କୁ ଇଡି ଜେରା କରିବ। ଜେରାର ସମ୍ମୁଖୀନ ହେବା ପାଇଁ ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଏଜୁକେସନ୍‌’ର ମୁଖ୍ୟାଳୟରେ ପହଞ୍ଚିଛନ୍ତି ତେଜସ୍ୱୀ ଯାଦବ। ସେ କହିଛନ୍ତି ଯେ, ଏହି ତଦନ୍ତ ବିରୋଧରେ ଲଢ଼ିବା ପାଇଁ ସେ ଓ ତାଙ୍କ ପରିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ କହିଛନ୍ତି, ତଦନ୍ତକାରୀ ଏଜେନ୍‌ସିମାନେ ଯାହା ପଚାରୁଛନ୍ତି ଆମେ ତାହା କହୁଛୁ। କିନ୍ତୁ, ଦେଶର ପରିସ୍ଥିତି ଅନୁସାରେ ତାହା ଏବେ ଖୁବ୍‌ କଠିନ ହୋଇଗଲାଣି। ଆମେ ଏହି ତଦନ୍ତ ବିରୋଧରେ ଲଢ଼ିବାକୁ ସ୍ଥିର କରିଛୁ। ଏଥିରେ ବିଜୟୀ ହେବୁ। ଚଳିତ ମାସରେ ତେଜସ୍ୱୀଙ୍କୁ ଗିରଫ କରାଯିବ ନାହିଁ ବୋଲି ସିବିଆଇ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଯାଇ ଆଜି ଜେରା ପାଇଁ ହାଜର ହେବାକୁ ସେ ରାଜି ହୋଇଥିଲେ।

Advertisment

ପୂର୍ବରୁ ମାର୍ଚ୍ଚ ୧୧ରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ କେନ୍ଦ୍ରୀୟ ବ୍ୟୁରୋ ଅନୁସନ୍ଧାନାକାରୀ (ସିବିଆଇ) ସମନ କରିଥିଲା। ତେଜସ୍ୱୀ ସିବିଆଇରେ ହାଜର ହେବା କଥା। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀ କିନ୍ତୁ ଯାଞ୍ଚ ଏଜେନ୍ସିରେ ହାଜର ହୋଇନଥିଲେ। ତାଙ୍କ ବିରୋଧରେ ପ୍ରମାଣ ଏବଂ କାଗଜପତ୍ରକୁ ଆଧାର କରି ସିବିଆଇ ଦ୍ୱିତୀୟ ଥର ପାଇଁ ଆରଜେଡି ନେତା ତେଜସ୍ୱୀଙ୍କୁ ଡକାଇଥିଲା। ତେଜସ୍ୱୀଙ୍କ ପତ୍ନୀ ଗର୍ଭବତୀ ଏବଂ ସେ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ତେଜସ୍ୱୀ ହାଜର ହୋଇପାରିବେ ନାହିଁ ବୋଲି ସିବିଆଇକୁ ଜଣାଇଥିଲେ ।

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମାର୍ଚ ୧୦ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଧ୍ୟ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ କରିଥିଲା। ଜାତୀୟ ରାଜଧାନୀର ନିୟୁ ଫ୍ରେଣ୍ଡସ୍‌ କଲୋନିରେ ଅବସ୍ଥିତ ତେଜସ୍ବୀଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଗୁଇନ୍ଦାମାନେ ସକାଳ ୮.୩୦ରେ ଚଢ଼ଉ ଆରମ୍ଭ କରିଥିଲେ।

Advertisment

ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅମାନଙ୍କ ଘରୁ ଓ ପୁଅ ତେଜସ୍ୱୀ ଯାଦବଙ୍କ ଘରୁ ନଗଦ ୭୦ ଲକ୍ଷ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ୍‌ ଖାଣ୍ଟିସୁନା ବିସ୍କିଟ୍‌ ଏବଂ ୯୦୦ ଆମେରିକୀୟ ଡଲାର୍‌ ସମେତ କିଛି ବିଦେଶୀ ମୁଦ୍ରା ଜବତ କରିଛି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe