Advertisment

ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଚାର୍ଜସିଟ୍‌ରେ ଲାଲୁଙ୍କ ଆଉ ଜଣେ ଝିଅର ନାଁ

ଇଡି ଲାଲୁଙ୍କ ଆଉ ଜଣେ ଝିଅ ହେମା ଯାଦବଙ୍କ ନାଁକୁ ମଧ୍ୟ ଏହି ମାମଲାର ଚାର୍ଜସିଟ୍‌ରେ ଯୋଡିଛି।

ଅଦ୍ୟତନ ହୋଇଛି
Land for Job Scam

Land for Job Scam

Advertisment

ବହୁ ଚର୍ଚ୍ଚିତ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ନୂଆ ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ତାଙ୍କ ଝିଅ ମିସା ଭାରତୀ, ହୃଦୟାନନ୍ଦ ଚୌଧୁରୀ ସମେତ ଅମିତ କାଟିଆଲଙ୍କ ନାଁକୁ ଇଡି ସାମିଲ କିରଛି।

Advertisment

ଏମାନଙ୍କ ବ୍ୟତୀତ ଇଡି ଲାଲୁଙ୍କ ଆଉ ଜଣେ ଝିଅ ହେମା ଯାଦବଙ୍କ ନାଁକୁ ମଧ୍ୟ ଏହି ମାମଲାର ଚାର୍ଜସିଟ୍‌ରେ ଯୋଡିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଇଡି ଏହି ଚାର୍ଜସିଟ୍‌ ଦାଖଲ କରିଛି। କେବଳ ସେତିକି ନୁହେଁ ଏହି ମାମଲାରେ ଦୁଇଟି କମ୍ପାନୀକୁ ଇଡି ଅଭିଯୁକ୍ତ ଦର୍ଶାଇଛି। ଏହି ଚାର୍ଜସିଟ୍‌ର ଇ-କପିକୁ ମଧ୍ୟ ଦାଖଲ କରିବାକୁ ଇଡିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜାନୁଆରୀ ୧୬ ତାରିଖରେ ଏହି ମାମଲାର ଶୁଣାଣି ହେବ।

ଉଲ୍ଲେଖଯୋଗ୍ୟ, ଇଡି ଏହି ମାମଲାରେ ଅମିତ କଟିଆଲଙ୍କୁ ଗତ ବର୍ଷ ନଭେମ୍ବରରେ ଗିରଫ କରିଥିଲା। ଏଥିସହ ପଚରାଉଚରା କରିବା ପାଇଁ ଲାଲା ପ୍ରସାଦ ଯାଦବ ଓ ତାଙ୍କ ପୁଅ ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ ମଧ୍ୟ କରାଯାଇଥିଲା। ତେବେ ସମନ ଜାରି ହୋଇଥିଲେ ସୁଦ୍ଧା ଲାଲୁ ଓ ତେଜସ୍ୱୀ ଉଭୟ ଏଯାଏଁ ପଚରାଉଚରାରେ ସାମିଲ ହୋଇନାହାନ୍ତି।

Advertisment
Hema Yadavରାବ୍ରୀ ଦେବୀ ଓ ଝିଅ ହେମା ଯାଦବ

କହିରଖୁ ଯେ, ୟୁପିଏ-୧ ମେଣ୍ଟ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ଆରମ୍ଭ ହୋଇଥିଲା। ଅଭିଯୋଗ ରହିଛି ଯେ, ୨୦୦୪ରୁ ୨୦୦୯ ଯାଏଁ ଅନେକ ଲୋକଙ୍କୁ ଭାରତୀୟ ରେଳ ବଭାଗର ବିଭିନ୍ନ ଜୋନ୍‌ରେ ଗ୍ରୁପ୍‌ ଡି' ପଦବୀରେ ନିଯୁକ୍ତ କରାଯାଇଥିଲା। ଏହି ଚାକିରି ବଦଳରେ ଲୋକେ ନିଜ ଜମିକୁ ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ଏ.କେ ଇନ୍‌ଫୋସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ୍‌କୁ ହସ୍ତାନ୍ତର କରିଥିଲେ। ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଏହି ଅଭିଯୋଗରୁ ଇଡି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୂର୍ବରୁ ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିସାରିଛି। 

Lalu Prasad Yadav Ed Land For Job Scam Rabri Devi Misa Bharti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe