Advertisment

ଲ୍ୟାଣ୍ଡ ଫର୍ ଜବ୍ ଦୁର୍ନୀତି ମାମଲା: ଲାଲୁ ଓ ତାଙ୍କ ପରିବାରକୁ ମିଳିଲା ଜାମିନ

ମାର୍ଚ୍ଚ ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅଦ୍ୟତନ ହୋଇଛି
Lalu and his family

Lalu and his family

Advertisment

ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ତାଙ୍କୁ ଓ ତାଙ୍କ ପରିବାରକୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

Advertisment

ଆଜି ଲାଲୁ ପ୍ରଦାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଜଳିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

ଏହି ମାମଲାରେ ସିବିଆଇ ଗତବର୍ଷ ଅକ୍ଟୋବର ମାସରେ ଲାଲୁ ଓ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ସମେତ ୧୪ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା। ତେବେ ଏହି ଚାର୍ଜଶିଟ୍‌ରେ ଗିରଫଦାରୀ ବିଷୟରେ କିଛି ଦର୍ଶାଯାଇନଥିବା କହି କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। 

Advertisment

ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ, ମିସା ଭାରତୀ ଓ ହେମା ଯାଦବଙ୍କ ସମେତ ୧୬ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ଆଜି ହାଜର ହେବା ପାଇଁ ସମନ କରାଯାଇଥିଲା। ଏହି ମାମଲରେ ସିବିଆଇ ଏକ ସପ୍ତାହ ପୂର୍ବରୁ ରାବ୍ରି ଦେବୀ, ଲାଲୁ ଯାଦବ ଓ ମିସା ଭାରତୀ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିସାରିଛି। ସେପଟେ ଇଡି ଲାଲୁ ପରିବାରର ସଦସ୍ୟ ଓ ଠିକଣାରେ ଚଢ଼ାଉ ମଧ୍ୟ କରିଥିଲା। 

୧୪ ବର୍ଷ ପୁରୁଣା ଏହି କେସ୍‌କୁ ନେଇ ଲାଲୁଙ୍କ ପରିବାରକୁ ଘାଣ୍ଟୁଛି ସିବିଆଇ। ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ରେଳବାଇରେ ଚାକିରି ବଦଳରେ ସେ ଲୋକଙ୍କ ଜାଗା ହଡ଼ପ କରିଥିବା ତଥା ବହୁ କମ୍ ମୂଲ୍ୟରେ କିଣିଥିବା ଅଭିଯୋଗ ହୋଇଥିଲା। ୧୮ ମେ’ରେ ସିବିଆଇ ଏନେଇ ମାମଲା ରୁଜୁ କରିଥିଲା।

Lalu Prasad Yadav Land For Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe