Advertisment

ପାହାଡ଼ରୁ ପଥର ଖସି ଚାପି ହୋଇଗଲା କାର୍‌; ଚାଲିଗଲା ୨ ଜୀବନ

ନାଗାଲାଣ୍ଡରେ ଗତ କିଛି ହେବ ପ୍ରବଳ ବର୍ଷା ଲାଗି ରହିଛି। ଗତକାଲି ସନ୍ଧ୍ୟାରେ ଦିମାପୁର ଓ କୋହିମା ମଧ୍ୟରେ ଚୁମୌକୈଦିମା ଜିଲ୍ଲା ଦେଇ ଯାଇଥିବା ୨୯ ନଂ ଜାତୀୟ ରାଜପଥରେ ଗତ ସନ୍ଧ୍ୟାରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି।

author-image
Niharika Rout
Car

Car

ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ବଡ଼ ବଡ଼ ପଥର। ଆଉ ଏହି ପଥର ତଳେ କାର୍‌ ଚାପି ହୋଇ ଚାଲିଗଲା ୨ ଜୀବନ । ଏହି ଅଘଟଣରେ ଆଉ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ଗତକାଲି ନାଗାଲାଣ୍ଡରେ ଘଟିଛି।

Advertisment

ନାଗାଲାଣ୍ଡରେ ଗତ କିଛି ହେବ ପ୍ରବଳ ବର୍ଷା ଲାଗି ରହିଛି। ଗତକାଲି ସନ୍ଧ୍ୟାରେ ଦିମାପୁର ଓ କୋହିମା ମଧ୍ୟରେ ଚୁମୌକୈଦିମା ଜିଲ୍ଲା ଦେଇ ଯାଇଥିବା ୨୯ ନଂ ଜାତୀୟ ରାଜପଥରେ ଗତ ସନ୍ଧ୍ୟାରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି, ପ୍ରବଳ ବର୍ଷା ହେତୁ ରାଜପଥ ଉପରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଏହି ସମୟରେ ଅଚାନକ କିଛି ବିରାଟ ପଥର ଉପରୁ ଖସି ଆସି ଏକ କାର୍‌କୁ ଚାପି ଦେଇଥିଲା। ଏଥିଯୋଗୁ ପାଖରେ ଥିବା ଆଉ କିଛି କାର୍‌ ବି କ୍ଷତିଗ୍ରସ୍ତ ହୋଇଛି।

Advertisment

ଉକ୍ତ କାର୍‌ରେ ୨ ଜଣ ଥିବା ବେଳେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ଓ ଅନ୍ୟ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। ତେବେ ସେମାନଙ୍କ ପରିଚୟ ମିଳି ପାରିନି। ଉକ୍ତ କାର୍‌ର ପଛରେ ଥିବା ଏକ କାର୍‌ର କ୍ୟାମେରାରେ ଏହି ଭୟଙ୍କର ଦୃଶ୍ୟ କଏଦ ହୋଇଛି।

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଏହି ଅଘଟଣ ଖବରରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ପୀଡ଼ିତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହ ଗୁରୁତରଙ୍କୁ ସବୁ ଚିକିତ୍ସା ସୁବିଧା ମାଗଣାରେ ପ୍ରଦାନ କରାଯିବ ବୋଲି ସେ ଟ୍ୱିଟ କରିଛନ୍ତି।

Car Accident Nagaland