Advertisment

ଭୟଙ୍କର ଭୂସ୍ଖଳନ: ୧୩ ମୃତ, ୧୦୦ରୁ ଅଧିକ ଫସି ରହିଥିବା ଆଶଙ୍କା

ଗୁରୁବାର ଭୋର ସମୟରେ ଭୂସ୍ଖଳନ ହୋଇଥିଲା। କିନ୍ତୁ ଏଯାଏ ଉଦ୍ଧାର କାର୍ଯ୍ୟ ଶେଷ ହୋଇ ପାରିନି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ପ୍ରାୟ ୪୮ଟି ପରିବାରର ଲୋକ ପ୍ରଭାବିତ ହୋଇଛନ୍ତି।

author-image
Hemant Lenka
Landslide

Landslide

ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୧୩ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଏବେ ବି ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଗୁରୁବାର ଭୋର ସମୟରେ ଭୂସ୍ଖଳନ ହୋଇଥିଲା। କିନ୍ତୁ ଏଯାଏ ଉଦ୍ଧାର କାର୍ଯ୍ୟ ଶେଷ ହୋଇ ପାରିନି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ପ୍ରାୟ ୪୮ଟି ପରିବାରର ଲୋକ ପ୍ରଭାବିତ ହୋଇଛନ୍ତି।

Advertisment

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଘଟଣା ସ୍ଥଳରୁ ବିଚଳିତ କରିବା ଭଳି ଫଟୋ ଆସିଛି। ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଜିନିଷପତ୍ର ନଷ୍ଟ ହୋଇଯାଇଛି। ମାଟି ତଳୁ ନିଜର ପ୍ରିୟଜନଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ଲୋକମାନେ ଡହଳ ବିକଳ ହେବାରେ ଲାଗିଛନ୍ତି।

ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବାରୁ ବିଶେଷଜ୍ଞ ଟିମକୁ ଉଦ୍ଧାର କାର୍ଯ୍ୟରେ ଲଗା ଯାଇଛି। ଏଥିରେ ୪୬ଟି ଘର ଭାଙ୍ଗି ଯାଇଥିବା ବେଳେ ୨୦ ଜଣ ମାଟି ତଳେ ସଂପୂର୍ଣ୍ଣ ଭାବେ ପୋତି ହୋଇ ଯାଇଛନ୍ତି।

Advertisment

ଭୋର ସମୟରେ ଘଟଣା ଘଟିଥିବାରୁ ଅଧିକାଂଶ ଲୋକ ଶୋଇଥିଲେ। ତେଣୁ ସେମାନେ ଠିକଣା ସମୟରେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଯାଇ ପାରି ନଥିଲେ। ତେଣୁ ମାଟି ତଳେ ଚାପି ହୋଇ ସେମାନଙ୍କର ମୃତ୍ୟୁ ଘଟିଛି। ଭଲ ନେଟୱର୍କ ପାଇଁ କିଛି ପିଲା ମୋବାଇଲ ଧରି ଗାଁ ବାହାରକୁ ଯାଇଥିଲେ। ସେମାନେ ହିଁ ଭୂସ୍ଖଳନ ସମ୍ପର୍କରେ ପ୍ରଥମେ ଖବର ପାଇ ଗାଁ ଲୋକଙ୍କୁ ଜଣାଇଥିଲେ।

ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ସହ ଏନଡିଆରଏଫର ଯବାନମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ରାଇଗଡ଼ର ଖାଲାପୁର ତହସିଲ ଅଧୀନ ଇର୍ଶଲୱାଡି ଗାଁରେ ହୋଇଥିବା ଭୟଙ୍କର ଭୂସ୍ଖଳନ ସମସ୍ତଙ୍କୁ ମର୍ମାହତ କରିଛି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏମର୍ଜେନ୍ସି କଣ୍ଟ୍ରୋଲ ରୁମରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିଛନ୍ତି।

Maharashtra Land Slide