Advertisment

ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ, ୭ ମୃତ

ସୋମବାର ଠାରୁ ଲଗାତାର ବର୍ଷା ହେତୁ ତ୍ରିପୁରାରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି।

author-image
Madhupriya Mistry
Landslide

Landslide

ଲଗାଣ ବର୍ଷାରେ ବେହାଲା ତ୍ରିପୁରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ସୋମବାର ଠାରୁ ଲଗାରତ ବର୍ଷା ଜାରି ରହିଛି। ବର୍ଷା ପରେ ଭୂସ୍ଖଳନ ହୋଇଛି। ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ସକେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମାଟି ତଳେ ପୋତି ହୋଇ ଦୁଇ ଜଣ ନିଖୋଜ ଅଛନ୍ତି।

Advertisment

ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ କହିଛନ୍ତି ଯେ ସୋମବାର ବିଳମ୍ବିତ ରାତିରେ ଦକ୍ଷିଣ ତ୍ରିପୁରା ଜିଲ୍ଲାର ଦେବିପୁରରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏଥିଯୋଗୁ ଜଣେ ମହିଳା ଓ ଶିଶୁଙ୍କ ସମେତ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ରାଜସ୍ୱ ବିଭାଗର ସଚିବ ବ୍ରିଜେଶ ପାଣ୍ଡେ କହିଛନ୍ତି ଯେ ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୋମାତି ଏବଂ ଖୋୱାଇ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେହିପରି ଗୋମାତି ଏବଂ ଖୋୱାଇ ଜିଲ୍ଲାରୁ ହିଁ ଦୁଇ ଜଣ ନିଖୋଜ ଅଛନ୍ତି।

Advertisment

ଅଧିକାରୀଙ୍କ କହିବା ମୁତାବକ, ସୋମବାର ଠାରୁ ଲଗାତାର ବର୍ଷା ହେତୁ ତ୍ରିପୁରାରେ ଅନେକ ନଦୀର ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ତ୍ରିପୁରା ଏବଂ ଗୋମତି ଜିଲ୍ଲା ବିଶେଷ ରୂପେ ପ୍ରଭାବିତ ହୋଇଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।

Heavy Rain Tripura Landslide