Advertisment

ଦିଲ୍ଲୀରେ ହୋଇପାରିବନି ବିଶାଳ ସମାବେଶ; ଆଗାମୀ ମାସେ ପର୍ଯ୍ୟନ୍ତ ଲାଗିଲା ପ୍ରତିବନ୍ଧକ

ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ସମାବେଶ ହୋଇପାରିବ ନାହିଁ।

ଅଦ୍ୟତନ ହୋଇଛି
Delhi Road Block

Delhi Road Block

Advertisment

ଦିଲ୍ଲୀରେ ଆଗାମୀ ମାସେ ପର୍ଯ୍ୟନ୍ତ ବିଶାଳ ସମାବେଶ ଉପରେ ଲାଗିଲା ରୋକ୍। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବିଶାଳ ସମାବେଶର ଆୟୋଜନ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସ କମିଶନର କହିଛନ୍ତି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ ପ୍ରଶାସନ।

Advertisment

ସାଚନା ଅନୁସାରେ, ଆସନ୍ତାକାଲି ଦିଲ୍ଲୀରେ ହଜାର ହଜାର କୃଷକ ବିକ୍ଷୋଭ ସାଙ୍ଗକୁ ଟ୍ରାକ୍ଟର ରାଲି କରିବା ନେଇ ସଜବାଜ ହେଉଥିଲେ। ପଞ୍ଜାବ ଓ ହରିୟାଣାର ୨୦୦ କୃଷକ ସଂଗଠନ 'ଦିଲ୍ଲୀ ଚଲୋ' ଡାକରା ଦେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିଲେ। ଏପରିକି ରାଜଧାନୀରେ ଟ୍ରାକ୍ଟର ରାଲି କରିବା ନେଇ ହରସେଲ୍ ମଧ୍ୟ କରିଥିଲେ।  

ପାଖାପାଖି ୨୦,୦୦୦ରୁ ଅଧିକ କୃଷକ ଏକ ସମୟରେ ଆନ୍ଦୋଳନ କରିବାକୁ ଥିବାରୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। କିଛି ସମୟ ପୂର୍ବରୁ ହରିୟାଣା ସରକାର ଦୁଇଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲରେ ବ୍ୟବସ୍ଥା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ କମିଶନର ରାଜଧାନୀରେ ବିଶାଳ ସମାବେଶ ଉପରେ ରୋକ୍ ଲଗାଇଛନ୍ତି। 

Advertisment

ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରା ଦେଇଥିବା ନିର୍ଦ୍ଦେଶାନାମା ଅନୁସାରେ, ବିଶାଳ ସମାବେଶ ସାଙ୍ଗକୁ ରାଜଧାନୀକୁ ଟ୍ରାକ୍ଟର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ବନ୍ଧୁକ, ଜ୍ୱଳନ୍ତ ପଦାର୍ଥ ବହନ ଏବଂ ଇଟା, ପଥର, ଅସ୍ତ୍ରଶସ୍ତ୍ର, ପେଟ୍ରୋଲ୍ କେନ୍ ଓ ସୋଡା ବୋତଲ ସଂଗ୍ରେହ କରିବା ଉପରେ ମଧ୍ୟ ରୋକ୍ ଲଗାଯାଇଛି। କୌଣସି ବ୍ୟକ୍ତି ଏହି ସବୁ ଆପତ୍ତିଜନକ ସାମଗ୍ରୀର ସଂଗ୍ରହ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୁଲିସ କମିଶନର କହିଛନ୍ତି। 

ସେହିପରି ଲାଉଡ ସ୍ପିକର ବ୍ୟବହାର ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି। ଏହି ସବୁ ଆଦେଶର ଉଲ୍ଲଂଘନ କଲେ ଗିରଫ କରାଯିବ ବୋଲି ପୁଲିସ ଚେତାବନୀ ଦେଇଛି। 

ପ୍ରକାଶ ଥାଉ କି, ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ତଥା ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଏବଂ ଏମଏସ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ କୃଷକଙ୍କ ଦାବି ରହିଛି। ଦୀର୍ଧ ୭୫ ବର୍ଷ ହେବ ଏହି ଦାବି ପୂରଣ ହୋଇପାରୁ ନାହିଁ ବୋଲି କୃଷକମାନେ ଅଭିଯୋଗ କରିଛନ୍ତି। ତେଣୁ ଏସବୁ ଦିଗ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆନ୍ଦୋଳନ କରାଯିବ ବୋଲି ଚାଷୀ ନେତାମାନେ କହିଥିଲେ।

Delhi Farmers Protest Farmers' Mega March
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe