Advertisment

Pahalgam Terror Attack: ପହଲଗାମ ନରସଂହାର: ଚାର୍ଜଶିଟରେ ପାକ୍‌ ଆତଙ୍କୀ ସଂଗଠନ ଓ ଆତଙ୍କବାଦୀଙ୍କ ନାଁ

ଚାର୍ଜଶିଟରେ ପାକିସ୍ତାନର ଷଡ଼ଯନ୍ତ୍ର, ଅଭିଯୁକ୍ତମାନଙ୍କ ଭୂମିକା ଓ ସହାୟତା, ଆକ୍ରମଣ ପାଇଁ ଲସ୍କର/ଟିଆରଏଫର ଯୋଜନା, ବ୍ୟବସ୍ଥା ଓ କେମିତି ପହଲଗାମ ହମଲାକୁ କାର୍ଯ୍ୟକାରୀ କରାଯାଇଥିଲା, ତା’ର ବିସ୍ତୃତ ତଥ୍ୟ ରହିଛି।

attack

ପହଲଗାମ ହମଲା

Advertisment

ଦେଶକୁ ଦୋହଲାଇ ଦେଇଥିବା ପହଲଗାମ(Pahalgam) ନରସଂହାରର ପ୍ରାୟ ୮ ମାସ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଆଜି ଚାର୍ଜଶିଟ ଦାଖଲ କରିଛି। ଏଥିରେ ୭ ଅଭିଯୁକ୍ତ, ୫ ସନ୍ଦିଗ୍ଧ ଓ ୨ ପାକିସ୍ତାନୀ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବା ଓ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫର ନାଁ ରହିଛି। ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ନରସଂହାରରେ ୨୬ ଜଣଙ୍କ ଜୀବନ ଯାଇଥିଲା। 

Advertisment

ଚାର୍ଜଶିଟରେ ପାକିସ୍ତାନର ଷଡ଼ଯନ୍ତ୍ର, ଅଭିଯୁକ୍ତମାନଙ୍କ ଭୂମିକା ଓ ସହାୟତା, ଆକ୍ରମଣ ପାଇଁ ଲସ୍କର/ଟିଆରଏଫର ଯୋଜନା, ବ୍ୟବସ୍ଥା ଓ କେମିତି ପହଲଗାମ ହମଲାକୁ କାର୍ଯ୍ୟକାରୀ କରାଯାଇଥିଲା, ତା’ର ବିସ୍ତୃତ ତଥ୍ୟ ରହିଛି। ୧୫୯୭ ପୃଷ୍ଠାର ଚାର୍ଜଶିଟରେ ଲସ୍କର କମାଣ୍ଡରୁ ସାଜିଦ ଜାଟ୍ଟକୁ ପହଲଗାମ ନରସଂହାରର ମୁଖ୍ୟ ହ୍ୟାଣ୍ଡେଲର ଭାବେ ଦର୍ଶାଯାଇଛି। 

ପାକିସ୍ତାନୀ ଆତଙ୍କବାଦୀ ସୁଲେମାନ ଶାହ, ହବୀବ ତାହିର ଓରଫ ଜିବ୍ରାନ ଓ ହମଜା ଆଫଗାନୀର ନାଁ ଚାର୍ଜଶିଟରେ ରହିଛି। ଏହି ୩ ଆତଙ୍କବାଦୀ ଜୁଲାଇ ମାସରେ ପୁଲିସ୍‌ ଶ୍ରୀନଗରରେ କରିଥିବା ହମଲାରେ ନିହତ ହୋଇ ସାରିଛନ୍ତି।

Advertisment

ଲସ୍କର/ଟିଆରଏଫର ସମେତ ୪ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ, ଆର୍ମସ ଆକ୍ଟ, ୟୁଏପିଏର ବିଭିନ୍ନ ଦଫାରେ ଚାର୍ଜଫ୍ରେମ କରାଯାଇଛି। ଚାର୍ଜଶିଟରେ ଏନଆଇଏ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତ ବିରୋଧୀ ଯୁଦ୍ଧଖୋର ମନୋଭାବ ଦଫା ମଧ୍ୟ ଲଗାଯାଇଛି। 

ପହଲଗାମ ହମଲାକରୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଏନଆଇଏ ଜୁନ ୨୨ରେ ପରଭେଜ ଅହମଦ ଓ ବଶିର ଅହମଦଙ୍କୁ ଗିରଫ କରିଥିଲା। ଚାର୍ଜଶିଟରେ ଏହି ୨ ଜଣଙ୍କ ନାଁ ବି ରହିଛି।

ପରଭେଜ ଓ ବଶିରକୁ ଜେରା କରିବା ବେଳେ ସେମାନେ ହମଲା(Terror Attack)ରେ ସାମିଲ ଥିବା ୩ ପାକିସ୍ତାନୀ ଆତଙ୍କୀଙ୍କ ପରିଚୟ ଦେଇଥିଲେ। ଲସ୍କର ଇସାରାରେ ଏମାନେ ପାକିସ୍ତାନୀରୁ ଆସି ଏଠାରେ ହମଲା କରିଥିବା ଉଭୟ ଏନଆଇଏକୁ କହିଥିଲେ। 

ଆଜି ଏନଆଇଏ ପକ୍ଷରୁ ଚାର୍ଜଶିଟକୁ ଜମ୍ମୁରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଦାଖଲ କରାଯାଇଛି। ଏଥିରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଲସ୍କର କମାଣ୍ଡର ସାଜିଦ ଜାଟ୍ଟକୁ ଚିତ୍ରଣ କରାଯାଇଛି। ସେହିପରି ସାଜିଦ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଏନଆଇଏ ଘୋଷଣା କରିଛି।

ଚାର୍ଜଶିଟ ଦାଖଲ ପାଇଁ ଏନଆଇଏ ପାଖରେ ୧୮୦ ଦିନର ସମୟ ଥିଲା। ଏହା ଡିସେମ୍ବର ୧୮ରେ ପୂରିବାକୁ ଯାଉଥିବା ବେଳେ ୧୫ ତାରିଖରୁ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ ଦାଖଲ କରିଛି। ପ୍ରାରମ୍ଭିକ ୯୦ ଦିନର ତଦନ୍ତ ପରେ କୋର୍ଟ ଏନଆଇଏକୁ ଅତିରିକ୍ତ ୪୫ ଦିନର ସମୟ ଦେଇଥିଲେ। 

Terror Attack Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe