Advertisment

ଜମ୍ମୁ-କଶ୍ମୀର ଯୋଜନାବଦ୍ଧ ଆତଙ୍କୀ ହମଲା ପଛରେ ଲସ୍କରର ମୋଷ୍ଟ ୱାଣ୍ଟେଡ୍‌

ସାଜିଦର ଘର ପାକିସ୍ତାନ ଅନ୍ତର୍ଗତ ପଞ୍ଜାବର କାସୁର ଜିଲ୍ଲାରେ। ସେ ଜଣେ ହାର୍ଡକୋର ଆତଙ୍କବାଦୀ। ତାକୁ ଧରିବା ପାଇଁ ଭାରତରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

author-image
Hemant Lenka
Kashmir

Kashmir

ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ଗତକାଲି ଠାରୁ କୁଲଗାମ ଓ ରଜୌରୀ ଭଳି ଏକାଧିକ ସ୍ଥାନରେ ଏନକାଉଣ୍ଟର ଜାରି ରହିଛି। ଏଥିରେ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଏହାପୂର୍ବରୁ ମଧ୍ୟ ଘାଟିରେ ଏକାଧିକ ଯୋଜନାବଦ୍ଧ ଆତଙ୍କବାଦୀ ହମଲା ହୋଇଥିଲା।

Advertisment

ଏସବୁ ଘଟଣା ପଛରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର ଦ୍ୱାରା ଅନୁବନ୍ଧିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ରହିଥିବା ଜଣାପଡ଼ିଛି। ଲସ୍କରର ମୋଷ୍ଟୱେଣ୍ଟାଡେ କମାଣ୍ଡର ଶୈଫୁଲ୍ଲା ସାଜିଦ ଜାଟ୍ଟ ହିଁ ପୂରା ଘଟଣାର ମାଷ୍ଟରମାଇଣ୍ଡ।

ସାଜିଦର ଘର ପାକିସ୍ତାନ ଅନ୍ତର୍ଗତ ପଞ୍ଜାବର କାସୁର ଜିଲ୍ଲାରେ। ସେ ଜଣେ ହାର୍ଡକୋର ଆତଙ୍କବାଦୀ। ତାକୁ ଧରିବା ପାଇଁ ଭାରତରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

Advertisment

ସୂତ୍ର ଅନୁସାରେ, ସାଜିଦ ପାକିସ୍ତାନର ଇସଲାମାବାଦରେ ଥିବା ବେସ୍‌ କ୍ୟାମ୍ପରେ ରହି ସବୁ କିଛିକୁ ମନିଟରିଂ କରିଥାଏ। ତା’ ପତ୍ନୀ ଭାରତୀୟ ବଂଶୋଦ୍ଭବ। ତେବେ ସେ ଇସଲାମାବାଦରେ ସାଜିଦ ସହ ରହୁଛି। ସାଜିଦ ପ୍ରଥମେ ପିଓକରେ କାର୍ଯ୍ୟ କରୁଥିଲା। ଏବେ ସେ ଲସ୍କର ନିଯୁକ୍ତି ଓ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା କାମରେ ନିୟୋଜିତ ରହିଛି।

ସାଜିଦ ଲସ୍କରର ଅପରେସନାଲ କମାଣ୍ଡର ଓ ସେ ଟେରର ପଣ୍ଡିଂ କଥା ମଧ୍ୟ ବୁଝିଥାଏ। ସେ ଏନଆଇଏର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ମଧ୍ୟ ରହିଛି। ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି ଯେ ଜମ୍ମୁ-କଶ୍ମୀରରେ ରହିଥିବା କ୍ୱାସିମ ନାମ ଜଣେ ବ୍ୟକ୍ତି ସହ ସେ ଯୋଗାଯୋଗ କରିଥିଲା। ତେଣୁ ଏବେ କ୍ୱାସିମକୁ ଖୋଜା ପଡ଼ିଛି।

ବିଗତ କିଛି ବର୍ଷ ହେଲା ସାଜିଦ ଇସାରରେ ଉପତ୍ୟକାରେ ଏକାଧିକ ଆକ୍ରମଣ ହୋଇଛି। ଗତ ମାସରେ ଆତଙ୍କବାଦୀମାନେ ରୈସି ଜିଲ୍ଲାରେ ଗୋଟିଏ ତୀର୍ଥ ଯାତ୍ରୀ ବସ୍‌ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଏହା ଘାଟିକୁ ଖସି ପଡ଼ିଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ରୈସି ଆକ୍ରମଣର କିଛି ଦିନ ପରେ ଆତଙ୍କବାଦୀମାନେ ଗୋଟିଏ ଗାଁରେ ପଶି ଯାଇଥିଲେ। ସେମାନଙ୍କ ସହ ଲଢ଼େଇ କରି ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିଲା।

Terror Attack Jammu Kashmir