Advertisment

ରାଜଧାନୀ ରେଲଓ୍ୱେ ଷ୍ଟେସନରୁ ଲସ୍କର ଆତଙ୍କୀ ଗିରଫ

ଗିରଫ ଆତଙ୍କବାଦୀ ଜଣକ ହେଉଛି ଜଣେ ଅବସରପ୍ରାପ୍ତ ସୈନିକ।

author-image
Madhupriya Mistry
ଅଦ୍ୟତନ ହୋଇଛି
Lashkar terrorist arrested

Lashkar terrorist arrested

ରାଜଧାନୀ ରେଲଓ୍ୱେ ଷ୍ଟେସନରୁ ଧରାପଡିଲା ଲସ୍କର ଆତଙ୍କୀ। ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀର କୁପଓ୍ୱାଡାର ଲସ୍କର-ଏ-ତୋଇବାର ଜଣେ ସକ୍ରିୟ ସଦସ୍ୟକୁ ଗିରଫ କରାଯାଇଛି।

Advertisment

ଦିଲ୍ଲୀର ଏକ ରେଲଓ୍ୱେ ଷ୍ଟେସନରୁ ଏହି ଲସ୍କର ଆତଙ୍କବାଦୀକୁ ଦିଲ୍ଲୀ ରେଲଓ୍ୱେ ପୁଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ଜଣକ ହେଉଛି ଜଣେ ଅବସରପ୍ରାପ୍ତ ସୈନିକ। ତା' ନାଁ ରିଆଜ ଅହମ୍ମଦ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ୍‌ ଓ ଅନେକ ସିମ୍‌ କାର୍ଡ ଜବତ ହୋଇଛି।

ଧରାପଡିଥିବା ଆତଙ୍କବାଦୀ ରିଆଜ ଅହମ୍ମଦ ହେଉଛି ଜମ୍ମୁକଶ୍ମୀର କୁପଓ୍ୱାଡାର ବାସିନ୍ଦା। ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଫେବ୍ରୁଆରୀ ୪ ତାରିଖରେ ନୂଆ ଦିଲ୍ଲୀର ରେଲଓ୍ୱେ ଷ୍ଟେସନରୁ ରିଆଜକୁ ଗିରଫ କରିଥିଲା। ରିଆଜ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଆଣୁଥିଲା। ସେ ଆତଙ୍କୀଙ୍କ ଆକ୍କା ଖୁର୍ସିଦ ଅହମ୍ମଦ ରାଥର ଓ ଗୁଲାମ ସରଓ୍ୱର ରାଥର ସହ ମିଶି ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର କରୁଥିଲା।

Advertisment

ରେଲଓ୍ୱେ ଡିସିପିଙ୍କ କହିବା ମୁତାବକ, ନିକଟରେ କୁପଓ୍ୱାଡା ବାସିନ୍ଦା ରିଆଜ ବହୁ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ଓ୍ୱାଣ୍ଟେଡ୍‌ ଥିଲା। ଫେବ୍ରୁଆରୀ ୪ ତାରିଖ ଦିନ ଦିଲ୍ଲୀ ରେଲଓ୍ୱେ ଷ୍ଟେସନରେ ପୁଲିସକୁ ଦେଖି ରିଆଜ୍‌ ଖସି ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଷ୍ଟେସନର ଏଗ୍‌ଜିଟ୍‌ ଗେଟ୍ ନମ୍ବର-୧ରୁ ତାକୁ ଗିରଫ କରାଯାଇଥିଲା।

Lashkar Terrorist Arrested Railway Station Delhi Jammu Kashmir