Advertisment

କାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ମଇଦାନରେ ହେଭିୱେଟ

ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ମତଦାନ ହେବ ।

ଅଦ୍ୟତନ ହୋଇଛି
Election

Election

Advertisment

ଆସନ୍ତାକାଲି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ମତଦାନ ହେବ । ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ମତଦାନ ହେବ ।

Advertisment

୨୦୧୯ ନିର୍ବାଚନରେ ଏହି ୭୫ ଆସନରୁ ବିଜେପି ୨୫ ଆସନରେ ବିଜୟ ଲାଭ କରିଥିଲା। ଟିଏମସି ୮ଟି ଆସନରେ ବାଜିମାତ କରିଥିଲା । କଂଗ୍ରେସକୁ ୭ଟି ଆସନ ମିଳିଥିଲା । ଏହି ୫୭ ଆସନରେ ୨୦୧୯ରେ ଭୋଟ୍ ହାର ଥିଲା ୬୫.୨୯ ପ୍ରତିଶତ ।

ଶେଷ ପର୍ଯ୍ୟାୟରେ ବହୁ କେନ୍ଦ୍ରୀୟ ନେତା ଓ ସେଲିବ୍ରିଟିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଯାହାଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଭିନେତ୍ରୀ କଙ୍ଗନା ରାଣାୱତ, ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କ ଭଳି ହେଭିୱେଟ।

Advertisment

ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ, ଭୋଜପୁରୀ ଅଭିନେତା ପୱନ ସିଂ ଭଳି ହେଭିୱେଟ ନେତାଙ୍କ ସହ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ ।

2024 General Election Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe