Advertisment

ଦୁର୍ଘଟଣାରେ ଆଖି ବୁଜିଲେ ବାପଝିଅ, ଏକସଙ୍ଗେ ଜଳିଲା ଜୁଇ

ଘଟଣାସ୍ଥଳରେ ହିଁ ବାପାଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟିଛି। ବିବାହ ସମାରୋହରେ ଯୋଗ ଦେଇ କାର୍‌ ଯୋଗେ ଫେରୁଥିବା ଏକ ପରିବାର ଦୁର୍ଘଟଣାରେ ଛାରଖାର ହୋଇ ଯାଇଛି। ଘଟଣାସ୍ଥଳରେ ହିଁ ବାପାଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ଫଳରେ ଏକ ସଙ୍ଗେ ଘରୁ ବାପଝିଅଙ୍କ ମୃତଦେହ ଉଠିଥିବା ବେଳେ ଗୋଟିଏ ଜୁଇରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି।

Advertisment

ରାଜସ୍ଥାନର ପଚେୱର ଗାଁର ଗମ୍ଭୀର ମଲ ଜୈନ ନିଜ ପରିବାର ସହ ଜଣେ ସମ୍ପର୍କୀୟଙ୍କ ବିବାହ ସମାରୋହକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ବାଜୋଲାବ ଗାଁ ନିକଟରେ କାର୍‌ଟି ନିୟନ୍ତ୍ରଣ ହରାଇ ଏକ ପୋଲ ବାଡାରେ ପିଟି ହୋଇଥିଲା।

ଏହି ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଗାଡ଼ି ଚଳାଉଥିବା ଗମ୍ଭୀର ମଲ ଜୈନ ଓ ପଛରେ ବସିଥିବା ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି କାର୍‌ରୁ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ଗମ୍ଭୀର ମଲ ଜୈନ ଓ ତାଙ୍କ ଝିଅଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଆଉ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।

Advertisment

ଏହି ଘଟଣା ପ୍ରଚାରିତ ହେବା ପରେ ପଚେୱର ଗାଁରେ ଶୋକର ଛାୟା ଖେଳି ଯାଇଛି। ଉଭୟ ବାପଝିଅଙ୍କ ଜୁଇ ଏକ ସଙ୍ଗେ ଜଳିଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗମ୍ଭୀର ମଲ ଜୈନଙ୍କ ଆଖି ଲାଗି ଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

Road Accident Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe