Advertisment

ପୁଣି ମା’ ହେବେ ସିଦ୍ଧୁ ମୁସେଓ୍ୱାଲାଙ୍କ ମା’

୬୦ ବର୍ଷ ପାଖାପାଖି ହୋଇସାରିଥିବା ସିଦ୍ଧୁ ମୁସେଓ୍ୱାଲାଙ୍କ ମା’ ଚରଣ କୌର ସିଂହ ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ।

ଅଦ୍ୟତନ ହୋଇଛି
Sidhu Moose Wala's parents are expecting child

Sidhu Moose Wala's parents are expecting child

Advertisment

ପଞ୍ଜାବର ଦିବଙ୍ଗତ ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ଘରକୁ ଆସିବେ କୁନି ସଦସ୍ୟ। ପୁଣି ଥରେ ମା’ ହେବାକୁ ଯାଉଛନ୍ତି ତାଙ୍କ ମା’ ଚରଣ କୌର ସିଂହ। ସେ ଗର୍ଭବତୀ ଥିବା ସୂଚନା ମିଳିଛି। ଆସନ୍ତ ମାର୍ଚ୍ଚ ମାସରେ ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ।

Advertisment

୬୦ ବର୍ଷ ପାଖାପାଖା ପହଞ୍ଚି ସାରିଥିବା ସିଦ୍ଧୁ ମୁସେଓ୍ୱାଲାଙ୍କ ମା’ ଆଇଭିଏଫ୍ ଜରିଆରେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏଥିପାଇଁ ସେ ସ୍ୱତନ୍ତ୍ର ଭାବେ ଡାକ୍ତରଙ୍କ ଦେଖାରେଖାରେ ଅଛନ୍ତି। ସିଦ୍ଧୁ ମୁସେଓ୍ୱାଲାଙ୍କ ବଡ଼ ବାପା ଚମକୌର୍‌ ସିଂହ ଏହି ସୂଚନା ଦେଇଛନ୍ତି। ତେବେ ସିଦ୍ଧୁଙ୍କ ବାପା-ମା’ଙ୍କ ତରଫରୁ କିଛି କୁହାଯାଇ ନାହିଁ। 

ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ବାପା-ମା'ଙ୍କର ସେ ଏକମାତ୍ର ସନ୍ତାନ ଥିଲେ। ସେଥିପାଇଁ ସିଦ୍ଧୁ ପରିବାରର ପ୍ରଶଂସକମାନେ ଉତ୍ତରାଧିକାରୀ ପାଇଁ ନିରନ୍ତର ପ୍ରାର୍ଥନା କରୁଥିଲେ। ଏହି କାରଣରୁ ସିଦ୍ଧୁଙ୍କ ମା' ଆଇଭିଏଫ ଟେକ୍ନୋଲୋଜି ସାହାଯ୍ୟରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳଯାଇଛି।

Advertisment

୨୯ ମେ’ ୨୦୨୨ରେ ପଞ୍ଜାବର ମାନସା ଜିଲାରେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଚାରିପଟୁ ଘେରି ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇ ନିଜକୁ ଦାୟୀ କରିଥିଲେ। ପରେ ପୁଲିସ ଗୋଲ୍ଡି ବ୍ରାର ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି କହିଥିଲା।   

Second Child Moose Wala's Mother Pregnant Late Singer Sidhu Moose Wala Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe