Advertisment

ନ୍ୟାୟପାଳିକା ବନାମ କେନ୍ଦ୍ର ସରକାର: ପୂର୍ବ ଜଜଙ୍କ ବୟାନକୁ ଶେୟାର କରି ତେର୍ଚ୍ଛାବାଣ ମାରିଲେ ଆଇନମନ୍ତ୍ରୀ

କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଜଣେ ପୂର୍ବତନ ବିଚାରପତିଙ୍କ ବୟାନକୁ ଅତି ସୁନ୍ଦର କହି ତେର୍ଚ୍ଛାବାଣ ମାରିଛନ୍ତି।

Union Law Minister Kiren Rijiju

Union Law Minister Kiren Rijiju

Advertisment

ବିଚାରପତି ନିଯୁକ୍ତିକୁ ନେଇ ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି। ଏସବୁ ଭିତରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଜଣେ ପୂର୍ବତନ ବିଚାରପତିଙ୍କ ବୟାନକୁ ଅତି ସୁନ୍ଦର କହି ସୁପ୍ରିମକୋର୍ଟ କଲେଜିୟମକୁ ତେର୍ଚ୍ଛାବାଣ ମାରିଛନ୍ତି। ଗୋଟିଏ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆରଏସ୍‌ ଶୋଢ଼ି କହିଥିଲେ ଯେ “ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ସମ୍ବିଧାନକୁ ହାଇଜ୍ୟାକ କରି ନେଇଛନ୍ତି।

Advertisment

ସେମାନେ କହୁଛନ୍ତି ନିଜ ଇଚ୍ଛାରେ ବିଚାରପତି ନିଯୁକ୍ତ କରିବେ। ସରକାରଙ୍କ ଏଥିରେ କୌଣସି ପ୍ରକାରର ଭୂମିକା ନାହିଁ। ସମ୍ବିଧାନ ଅନୁସାରେ, ଉଚ୍ଚ ନ୍ୟାୟାଳୟ ସର୍ବୋଚ୍ଚ ଅଦାଲତ ଅଧୀନରେ ଆସୁନାହିଁ। ଦୁଇଟି ଯାକ ସଂସ୍ଥା ସ୍ୱତନ୍ତ୍ର। କିନ୍ତୁ ଉଚ୍ଚ ନ୍ୟାୟାଳୟର ବିଚାରପତି ସର୍ବୋଚ୍ଚ ଅଦାଲତକୁ ଦେଖୁଛନ୍ତି।ୟ

ଏଥିସହ ସେମାନଙ୍କ ଅଧୀନରେ ରହୁଛନ୍ତି। ଏହା ପଛର କାରଣ ହେଲା ସର୍ବୋଚ୍ଚ ଅଦାଲତର କଲେଜିୟମ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ନିଯୁକ୍ତ କରନ୍ତି। କଲେଜିୟମ ହିଁ ବିଚାରପତିଙ୍କ ପ୍ରମୋସନ ଓ ବଦଳି ମଧ୍ୟ କରିଥାଏ। ଏହି କାରଣ ପାଇଁ ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ସବୁବେଳେ ସର୍ବୋଚ୍ଚ ଅଦାଲତକୁ ଚାହିଁ ରହୁଛନ୍ତି। ସମ୍ବିଧାନ ଅନୁସାରେ, ସୁପ୍ରିମକୋର୍ଟ ତା’ ସୀମାରେ ସୁପ୍ରିମ ଓ ହାଇକୋର୍ଟ ତା’ ସୀମାରେ ସୁପ୍ରିମ।”

Advertisment

ଏହି ବୟାନର ଭିଡିଓ କ୍ଲିପକୁ ଶେୟାର କରି ଆଇନମନ୍ତ୍ରୀ ରିଜିଜୁ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଜଣେ ବିଚାରପତିଙ୍କ ସ୍ୱଚ୍ଛ ବୟାନ। ଭାରତୀୟ ଗଣତନ୍ତ୍ରର ସଫଳ ସୁନ୍ଦରତା ଏହି ବୟାନରୁ ସ୍ପଷ୍ଟ ହୋଇଛି। ଜନତା ନିଜର ପ୍ରତିନିଧିଙ୍କ ମାଧ୍ୟମରେ ସ୍ୱଂୟଶାସିତ କରିଥାଏ। ନିର୍ବାଚିତ ପ୍ରତିନିଧିମାନେ ସବୁବେଳେ ଲୋକଙ୍କ ହିତ ପାଇଁ ପ୍ରତିଶ୍ରୁତିବଦ୍ଧ।

ସେମାନେ ଆଇନ ପ୍ରଣୟନ କରନ୍ତି। ଆମ ନ୍ୟାୟପାଳିକା ସ୍ୱତନ୍ତ୍ର। କିନ୍ତୁ ସମ୍ବିଧାନ ସର୍ବୋଚ୍ଚ ସ୍ଥାନରେ ରହିଛି। ପ୍ରକୃତରେ ଅଧିକାଂଶ ଲୋକଙ୍କ ବିଚାର ଏହି ପ୍ରସଙ୍ଗରେ ସମାନ ଓ ଅତ୍ୟନ୍ତ ସୁନ୍ଦର। ଏହି କଥାକୁ ସେହିମାନେ ବିରୋଧ କରୁଛନ୍ତି ଯେଉଁମାନେ ସମ୍ବିଧାନର ପ୍ରାବଧାନ ଓ ଲୋକଙ୍କ ଜନାଦେଶକୁ ମାନନ୍ତି ନାହିଁ ଓ ନିଜକୁ ଭାରତର ସମ୍ବିଧାନ ଉପରେ ବୋଲି ବିଚାର କରନ୍ତି।”

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe