Advertisment

କେନ୍ଦ୍ର ବନାମ ନ୍ୟାୟପାଳିକା: ପୁଣି ସୁପ୍ରିମକୋର୍ଟକୁ ବିରୋଧ କଲେ ଆଇନମନ୍ତ୍ରୀ

ପ୍ରତିଦିନ କେନ୍ଦ୍ର ପକ୍ଷରୁ ଆଇନମନ୍ତ୍ରୀ କିରେନ ରିଜିଜୁ ସାମ୍ନାକୁ ଆସି ସୁପ୍ରିମକୋର୍ଟଙ୍କୁ ପରୋକ୍ଷରେ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ସେ ପୁଣିଥରେ ସୁପ୍ରିମକୋର୍ଟଙ୍କୁ ବିରୋଧ କରିଛନ୍ତି।

Law Minister

Law Minister

Advertisment

ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଥମିବାର ନାଁ ଧରୁନି। ପ୍ରତିଦିନ କେନ୍ଦ୍ର ପକ୍ଷରୁ ଆଇନମନ୍ତ୍ରୀ କିରେନ ରିଜିଜୁ ସାମ୍ନାକୁ ଆସି ସୁପ୍ରିମକୋର୍ଟଙ୍କୁ ପରୋକ୍ଷରେ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ସେ ପୁଣିଥରେ ସୁପ୍ରିମକୋର୍ଟଙ୍କୁ ବିରୋଧ କରିଛନ୍ତି। ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିବା ବେଳେ ଏହାକୁ ବିଭିନ୍ନ ଆଳରେ କେନ୍ଦ୍ର ସରକାର ବିରୋଧ କରୁଛନ୍ତି। କେନ୍ଦ୍ର ସରକାର କ’ଣ ପାଇଁ ସୁପାରିସକୁ ବିରୋଧ କରିଥିଲେ, ସେକଥା ସୁପ୍ରିମକୋର୍ଟ ସାର୍ବଜନୀନ କରି ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏପରି ପଦକ୍ଷେପକୁ ଆଇନମନ୍ତ୍ରୀ ରିଜିଜୁ ବିରୋଧ କରିଛନ୍ତି।

Advertisment

ଗତ ସପ୍ତାହରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ କଲେଜିୟମ ସୁପ୍ରିମକୋର୍ଟ ୱେବସାଇଟରେ କେନ୍ଦ୍ର ସରକାର କାହିଁକି ୩ ଜଣ ଆଶାୟୀଙ୍କୁ ବିଚାରପତି ଭାବେ ପ୍ରମୋସନ ଦେବାକୁ ଚାହୁଁନାହାନ୍ତି, ତା’ର ତଥ୍ୟ ସାର୍ବଜନୀନ କରିଥିଲେ। ଏଥିସହ କେନ୍ଦ୍ରକୁ କାଉଣ୍ଟର କରିବା ପାଇଁ ନିଜର ପକ୍ଷ ମଧ୍ୟ ରଖିଥିଲେ।

ଏହା କେନ୍ଦ୍ର ସରକାରଙ୍କୁ ଭାରି ବାଧିଥିଲା। ଏଥିପାଇଁ ଆଜି ରିଜିଜୁ କହିଛନ୍ତି, “ଠିକଣା ସମୟରେ ମୁଁ ଏହା ଉପରେ ପ୍ରତିକ୍ରିୟା ଦେବି। ର’ ଓ ଆଇବିର ସମ୍ବେଦନଶୀଳ ତଥା ଗୁପ୍ତ ତଥ୍ୟକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ଅତ୍ୟନ୍ତ ଚିନ୍ତାର ବିଷୟ। ଏହା ଉପରେ ମୁଁ ଠିକଣା ସମୟରେ ମତ ରଖିବି। ଆଜି ଏହା ଉପରେ ପ୍ରତିକ୍ରିୟା ଦେବା ଉପଯୁକ୍ତ ସମୟ ନୁହେଁ।

Advertisment

ଦେଶ ପାଇଁ ନିଜ ପରିଚୟକୁ ବଦଳାଇ କିମ୍ବା ଗୁପ୍ତ ରଖି ଅତ୍ୟନ୍ତ ସମ୍ବେଦଶୀଳ ଅଞ୍ଚଳରେ କାମ କରୁଥିବା ଅଫିସରଙ୍କ ତଥ୍ୟକୁ ଯଦି ସାର୍ବଜନୀନ କରାଯିବ, ତା’ହେଲେ ଅଧିକାରୀ ଜଣଙ୍କ ଆସନ୍ତାକାଲି ତଥ୍ୟ ଦେବା ପୂର୍ବରୁ ୨ଥର ଚିନ୍ତା କରିବେ। ଏହାକର ପ୍ରଭାବ ମଧ୍ୟ ପଡ଼ିବ। ତେଣୁ ଏହା ଉପରେ ମୁଁ ମନ୍ତବ୍ୟ ଦେବାକୁ ଚାହୁଁନି।”

କ’ଣ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ପ୍ରଧାନ ବିଚାରପତିଙ୍କ ସହ କଥା ହେବେ ପ୍ରଶ୍ନରେ ରିଜିଜୁ କହିଛନ୍ତି, “ପ୍ରଧାନ ବିଚାରପତି ଓ ମୁଁ ପ୍ରାୟ ସବୁବେଳେ ଦେଖା ହେଉଛୁ। ଆମେ ପରସ୍ପରର ଯୋଗାଯୋଗରେ ରହିଛୁ। ସେ ନ୍ୟାୟପାଳିକାର ମୁଖ୍ୟ। ମୁଁ ସରକାର ଓ ନ୍ୟାୟପାଳିକା ମଧ୍ୟରେ ଗୋଟିଏ ସେତୁ। ଆମକୁ ଏକାଠି କାମ କରିବାକୁ ପଡ଼ିବ। ଅଲଗା ଅଲଗା ହୋଇ ଆମେ କାମ କରିପାରିବୁ ନାହିଁ। ଏହା ଚାଲୁ ରହିଥିବା ଗୋଟିଏ ପ୍ରସଙ୍ଗ। ଏହାକୁ ଆଉ ଗୋଟିଏ ଦିନକୁ ଛାଡ଼ି ଦିଅନ୍ତୁ।”

ଜାନୁଆରୀ ୧୯ରେ ସୁପ୍ରିମକୋର୍ଟ ନିଜର ଚିଠିକୁ ଅପଲୋଡ କରିଥିଲେ। ଏଥିରେ ଜଣେ ସମଲିଙ୍ଗୀ ଆଇନଜୀବୀଙ୍କୁ କାହିଁକି କେନ୍ଦ୍ର ସରକାର ବିଚାରପତି ଭାବେ ପ୍ରମୋସନ ଦେବାକୁ ଚାହୁଁନାହାନ୍ତି, ତା’ର ତଥ୍ୟ ରହିଥିଲା। ଏହାବାଦ ଆଉ ଦୁଇ ଜଣଙ୍କୁ ମଧ୍ୟ କଲେଜିୟମ ବିଚାରପତି କରିବାକୁ ସୁପାରିସ କରିଥିଲେ ମଧ୍ୟ ଏହାକୁ କେନ୍ଦ୍ର ସରକାର ବିଭିନ୍ନ ଆଳରେ ମାନି ନଥିବା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଥିଲା।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe