Advertisment

ୟୁନିଫର୍ମ ସିଭିଲ କୋଡ୍‌: ମତାମତ ମାଗିଲେ ଆଇନ କମିଶନ

ବୁଧବାର ଆଇନ କମିଶନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରାଥମିକ ଭାବେ ୨୧ତମ ଭାରତୀୟ ଆଇନ କମିଶନ ୟୁନିଫର୍ମ ସିଭିଲ କୋଡର ବିଷୟବସ୍ତୁକୁ ସମୀକ୍ଷା କରିଥିଲେ

ଅଦ୍ୟତନ ହୋଇଛି
UCC

UCC

Advertisment

ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା ଲାଗୁ କରିବା ପୂର୍ବରୁ ଆଇନ କମିଶନ ପୁଣି ମତାମତ ଲୋଡ଼ିବା ପ୍ରକ୍ରିୟା ଆମ୍ଭ କରିଛନ୍ତି। ୨୨ତମ ଭାରତୀୟ ଆଇନ କମିଶନ ଅଧିକ ସଂଖ୍ୟକ ଲୋକ ଓ ପଞ୍ଜୀକୃତ ହୋଇଥିବା ଧାର୍ମିକ ସଂଗଠନର ମତାମତ ଏବଂ ପ୍ରସ୍ତାବକୁ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ  ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ପୁଣିଥରେ ସମସ୍ତଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି।

Advertisment

ବୁଧବାର ଆଇନ କମିଶନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରାଥମିକ ଭାବେ ୨୧ତମ ଭାରତୀୟ ଆଇନ କମିଶନ ୟୁନିଫର୍ମ ସିଭିଲ କୋଡର ବିଷୟବସ୍ତୁକୁ ସମୀକ୍ଷା କରିଥିଲେ। ଏଥିସହ ଏହାର ସମସ୍ତ ଅଶିଂଦାରଙ୍କ ମତାମତକୁ ୨୦୧୬ ଅକ୍ଟୋବର ୭ରେ କିଛି ପ୍ରଶ୍ନ ଓ ଆହ୍ୱାନ ଦ୍ୱାରା ବିଚାର ମଧ୍ୟ କରାଯାଇଥିଲା।

ଏହାବାଦ ୨୦୧୮ ମାର୍ଚ୍ଚ ୧୯, ୨୦୧୮ ମାର୍ଚ୍ଚ ୨୭ ଓ ୨୦୧୮ ଏପ୍ରିଲ ୧୦ରେ ସର୍ବସାଧାରଣ ନୋଟିସ ଦ୍ୱାରା ମଧ୍ୟ ମତାମତ ଆହ୍ୱାନ କରାଯାଇଥିଲା। କମିଶନଙ୍କ ପାଖକୁ ଅନେକ ମତାମତ ଆସିଥିଲା। ୨୧ତମ ଆଇନ କମିଶନ ବିଚାରବିମର୍ଷ ପେପର ‘ପାରିବାରିକ ଆଇନ ସଂସ୍କାର’ ୨୦୧୮ ଅଗଷ୍ଟ ୩୧ରେ ଜାରି କରିଥିଲେ।

Advertisment

ତେବେ ଏହାକୁ ୩ ବର୍ଷ ବିତି ଯାଇଥିବା ବେଳେ ଏହି ପ୍ରସଙ୍ଗ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଓ ବିଭିନ୍ନ କୋର୍ଟ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ୨୨ତମ ଆଇନ କମିଶନ ଏହି ବିଷୟରେ ନୂଆ ମତାମତର ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଅଧିକ ସଂଖ୍ୟକ ଲୋକ ଓ ଧାର୍ମିକ ସଂଗଠନର ପ୍ରସ୍ତାବକୁ ପୁଣି ବଚାର କରାଯିବ ବୋଲି ବିବୃତିରେ କୁହାଯାଇଛି।

ନୋଟିସ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଆଇନ କମିଶନ ପାଖକୁ ସଂଗଠନ ଓ ଲୋକମାନେ ସେମାନଙ୍କ ମତାମତ membersecretary-lci@gov.inରେ ପଠାଇ ପାରିବେ।

ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନର ବ୍ୟବସ୍ଥା କରିବାକୁ ୟୁନିଫର୍ମ ସିଭିଲ କୋଡ୍‌ରେ ବ୍ୟବସ୍ଥା ରହିବ। ଜାତି, ଧର୍ମ ଓ ଲିଙ୍ଗ ଇତ୍ୟାଦି ଭିନ୍ନ ରହିଥିଲେ ହେଁ ବ୍ୟକ୍ତିଗତ ଆଇନ ସମସ୍ତଙ୍କ ପାଇଁ ସମାନ ରହିବାର ବ୍ୟବସ୍ଥା ହେବ।

Uniform Civil Code Law Panel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe