Advertisment

ଭାଇ ପାଇଁ ଅଲଗା ହେଲେ ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର

୨୦୧୭ରେ ସେ ଭାରତରୁ ଗୁପ୍ତ ଭାବେ ଆମେରିକା ଚାଲି ଯାଇଥିଲା। ସେଠାରୁ ସେ ଆଉ ଫେରି ନାହିଁ। ବ୍ରାର ବିଦେଶରେ ରହି ତା’ର ଗ୍ୟାଙ୍ଗକୁ ଚଳାଉଥିବା ବେଳେ ଲରେନ୍ସ ବିଷ୍ଣୋଇ ଜେଲରେ ରହି ତା’ର ନେଟୱର୍କକୁ କାର୍ଯ୍ୟକାରୀ କରୁଛି।

Goldy

Goldy

Advertisment

ଦୁଇ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର ମଧ୍ୟରେ ଏବେ ଫାଟ ସୃଷ୍ଟି ହୋଇଛି। ଉଭୟ ପୂର୍ବରୁ ମିଳିତ ଭାବେ ଅପରାଧ ଘଟାଉଥିଲେ। କିନ୍ତୁ ବେଶ କିଛି ମାସ ହେଲା ସେମାନଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଛି। ସେମାନଙ୍କ ମଧ୍ୟରେ ଏବେ ବିବାଦ ରହିଥିବାରୁ ପୁଲିସ୍‌କୁ ଉଭୟଙ୍କ ଅପରାଧିକ ନେଟୱର୍କର ପର୍ଦ୍ଦାଫାସ କରିବାକୁ ଆହୁରି କଷ୍ଟକର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।

Advertisment

ମିଳିଥିବା ସୂତ୍ର ଅନୁସାରେ, ଲରେନ୍ସ ବିଷ୍ଣୋଇ ଓ ବ୍ରାରର କିଛି ସହଯୋଗୀଙ୍କୁ ଜେରା କରିବା ପରେ ପୁଲିସ୍‌ ହାତରେ ଦୁଇ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ତଥ୍ୟ ମିଳିଛି। ଲରେନ୍ସ ବିଷ୍ଣୋଇ ଏବେ ଅହମଦାବାର ସାବରମତି ଜେଲରେ ରହିଛି। କିନ୍ତୁ ବ୍ରାର ଏବେ ବି ପୁଲିସ୍‌ର ମୋଷ୍ଟୱାଣ୍ଟେଡ ତାଲିକାରେ ରହିଛି।

୨୦୧୭ରେ ସେ ଭାରତରୁ ଗୁପ୍ତ ଭାବେ ଆମେରିକା ଚାଲି ଯାଇଥିଲା। ସେଠାରୁ ସେ ଆଉ ଫେରି ନାହିଁ। ବ୍ରାର ବିଦେଶରେ ରହି ତା’ର ଗ୍ୟାଙ୍ଗକୁ ଚଳାଉଥିବା ବେଳେ ଲରେନ୍ସ ବିଷ୍ଣୋଇ ଜେଲରେ ରହି ତା’ର ନେଟୱର୍କକୁ କାର୍ଯ୍ୟକାରୀ କରୁଛି।

Advertisment

କୁହାଯାଉଛି ଯେ ଲରେନ୍ସ ବିଷ୍ଣୋଇ ଠାରୁ ଅଲଗା ହେବା ପରେ ବ୍ରାର ଅଜରବୈଜାନ ଭିତ୍ତିକ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ସହ ହାତ ମିଳାଇଛି। ସେହିପରି ଲରେନ୍ସ ବିଷ୍ଣୋଇ କାନାଡାରୁ ରହି ଅପରାଧ ଘଟାଉଥିବା ନୋନି ରାଣା ଓରଫ ସୂର୍ଯ୍ୟ ପ୍ରତାପ ସହ ଡିଲ କରିଛି। ଦୁଇ ଗ୍ୟାଙ୍ଗଷ୍ଟରଙ୍କ ବ୍ରେକ ଅପର ପ୍ରଭାବ କ’ଣ ରହିବ, ତା’ର ଆକଳନ କରିବାକୁ ନିକଟରେ ପଞ୍ଜାବ, ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ଜାତୀୟ ତଦନ୍ତକାରୀ ଏଜେନ୍ସି ସହ ବୈଠକ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଲରେନ୍ସ ବିଷ୍ଣୋଇ ଓ ବ୍ରାର ମଧ୍ୟରେ ତିକ୍ତତା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅନମୋଲ ବିଷ୍ଣୋଇକୁ ଗତବର୍ଷ ନଭେମ୍ବର ମାସରେ କାଲିଫର୍ଣ୍ଣିଆରେ ଗିରଫ କରାଯାଇଥିଲା। ଅନମୋଲ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବାରୁ ତା’କୁ ସେଠାରେ ଗିରଫ ହେବାକୁ ପଡ଼ିଥିଲା। ଅନମୋଲ ହେଉଛି ଲରେନ୍ସ ବିଷ୍ଣୋଇର ଭାଇ।

ଅନମୋଲ ନାଁରେ ଏକାଧିକ ହତ୍ୟା ମାମଲା ରହିଛି। ଗତବର୍ଷ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା କାଣ୍ଡରେ ମଧ୍ୟ ସେ ସାମିଲ ଥିଲା। ଆମେରିକାରେ ସେ ଗିରଫ ହେବା ପରେ ତା’କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଅନୁରୋଧ କରିଛନ୍ତି। କିନ୍ତୁ ଅନମୋଲ ଆମେରିକାରେ ରାଜନୀତିକ ଆଶ୍ରୟ ପାଇଁ ଗୋଟିଏ ଆବେଦନ ସେଠାରେ ଦାଖଲ କରିଛି।

ଏହାକୁ ଦୃଷ୍ଟିରେ ରଖି ଆମେରିକା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନମୋଲ ନାଁରେ ଥିବା ମାମଲାଗୁଡ଼ିକ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ଭାରତ ସରକାରଙ୍କୁ କହିଥିଲେ। ତା’ ବିରୋଧରେ ଥିବା ପ୍ରମାଣ ଓ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ମଧ୍ୟ ଆମେରିକା ମାଗିଛି।

ଅନମୋଲ ଗିରଫ ହୋଇଥିଲେ ହେଁ ତାକୁ ରୋହିତ କିମ୍ବା ବ୍ରାର ବେଲ ବଣ୍ଡ ପ୍ରକ୍ରିୟାରେ ସହାୟତା କରି ନଥିବା ଲରେନ୍ସ ବିଷ୍ଣୋଇ ଜାଣିବାକୁ ପାଇଛି। ସେମାନେ ସହାୟତା ନ କରିବାରୁ ଅନମୋଲକୁ ବେଲ ମିଳି ନଥିଲା ଓ ତା’କୁ ବଳପୂର୍ବକୁ ଜିପିଏସ୍‌ ଟ୍ରାକର ପିନ୍ଧିବାକୁ ଆମେରିକାରେ ବାଧ୍ୟ କରାଯାଇଥିଲା। ଏହି ଘଟଣା ଲରେନ୍ସ ବିଷ୍ଣୋଇକୁ ବେଶ କଷ୍ଟ ଦେଇଥିଲା। ତେଣୁ ସେ ବ୍ରାର ସହ ସବୁ ସମ୍ପର୍କଚ୍ଛିନ୍ନ କରିଛି। ବ୍ରାରକୁ ଛାଡ଼ି ସେ ନୋନି ରାଣା ସହ ହାତ ମିଳାଇଛି। ନୋନି ରାଣା ହେଉଛି ହରିୟାଣର କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ରାଣା ଓରଫ ବରେନ୍ଦ୍ର ରାଣାର ସାନ ଭାଇ।

ବେଶ କିଛି ମାସ ହେଲାଣି ଲରେନ୍ସ ବିଷ୍ଣୋଇ ଓ ନୋନି ରାଣା ଏକାଠି କାମ କରୁଛନ୍ତି। ଲରେନ୍ସ ଜେଲରେ ରହିଛି ବିଭିନ୍ନ ଲୋକଙ୍କୁ ବଟି ଦେବାକୁ କହୁଥିବା ବେଳେ ନୋନି ରାଣାର ଲୋକମାନେ ଏହାକୁ ସଂଗ୍ରହ କରୁଛନ୍ତି। ସେହିପରି ବ୍ରାର ଗ୍ୟାଙ୍ଗ ସହ ଲରେନ୍ସର ଗ୍ୟାଙ୍ଗର ଛକାପଞ୍ଝା ମଧ୍ୟ ଚାଲିଛି।

Lawrence Bishnoi Goldy Brar Lawrence Bishnoi Gang
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe