Advertisment

ଜେଲରୁ ଲରେନ୍ସ ବିଷ୍ଣୋଇର ଇଣ୍ଟର୍ଭ୍ୟୁ; ୭ ପୁଲିସ ସସପେଣ୍ଡ

ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଙ୍କର ଦୁଇ ଜଣ ଅଧିକାରୀଙ୍କ ସମେତ ସବ୍-ଇନସ୍ପେକ୍ଟର ଏବଂ ମୁଖ୍ୟ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Lawrence Bishnoi

Lawrence Bishnoi

Advertisment

ସାତ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ପଞ୍ଜାବ ସରକାର। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଜେଲରେ ଥିବାବେଳେ ଗଣମାଧ୍ୟମକୁ ସାକ୍ଷାତକାର ଦେବା ମାମଲାରେ ସରକାର ସାତ ଜଣ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। କର୍ତ୍ତବ୍ୟରେ ଦାୟିତ୍ୱହୀନତା ଏବଂ ଚରମ ଅବହେଳା ଦର୍ଶାଇ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ସୂଚନା ଅନୁସାରେ, ୨୦୨୨ରେ ଲରେନ୍ସ ବିଷ୍ଣୋଇ ଖରାର ସିଆଇ ହେପାଜତରେ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟକୁ ସାକ୍ଷାତକାର ଦେଇଥିଲା। ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ଲରେନ୍ସ ବିଷ୍ଣୋଇକୁ ତିହାର ଜେଲରୁ ଖରାର ସିଏଏକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ସେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏହାକୁ ନେଇ ବିବାଦ ଉପୁଜିବା ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏସଆଇଟି ଟିମ୍ ଗଠନ କରି ତଦନ୍ତ କରିଥିଲା। ତଦନ୍ତ ପରେ ପଞ୍ଜାବ ସରକାର ରାଜ୍ୟ ପୁଲିସର ୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ବିଷ୍ଣୋଇକୁ ତିହାର ଜେଲରୁ ଖରାର ସିଆଇଏକୁ ସ୍ଥାନାନ୍ତର କରାଯିବା ପରେ ଏହି ଇଣ୍ଟର୍ଭ୍ୟୁ ନିଆଯାଇଥିଲା। ସାକ୍ଷାତକାର ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା। 

Advertisment

ଏହି ସମୟରେ ଦାୟିତ୍ୱରେ ଥିବା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଙ୍କର ଦୁଇ ଜଣ ଅଧିକାରୀ ଗୁରଶେର ସିଂହ ଏବଂ ସମୀର ବନୀତଙ୍କ ସମେତ ସାତ ଜଣଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ଗୃହ ସଚିବ ଗୁରକିରତ କିରପାଲ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସବ୍-ଇନସ୍ପେକ୍ଟର ଏବଂ ମୁଖ୍ୟ କନଷ୍ଟେବଳ ଅଛନ୍ତି। 

Lawrence Bishnoi Punjab Police Lawrence Bishnoi Interview Police Suspend
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe