Advertisment

ବଢ଼ିଲା ମହୁଆଙ୍କ ଅଡୁଆ, ଆସିଲା ଆଉ ଏକ ଅଭିଯୋଗ

ମହୁଆ ମୋଇତ୍ରାଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା।

Mahua Moitra

Mahua Moitra

Advertisment

ବଢ଼ିଲା ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆ ମୋଇତ୍ରାଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା। ଆଇନଜୀବୀ ଅନନ୍ତ ଦେହାଦ୍ରଇ ଏଥର ସିବିଆଇକୁ ଚିଠି ଲେଖି ତାଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି।

Advertisment

ଅଭିଯୋଗ ମୁତାବକ, ମହୁଆ ତାଙ୍କ ଉପରେ ନଜର ରଖିଥିବା ନେଇ ଅନନ୍ତ ସନ୍ଦେହ କରୁଛନ୍ତି। ଏପରିକି ମହୁଆ ମୋଇତ୍ରା ନିଜ ସମ୍ପର୍କୀୟଙ୍କ ଜରିଆରେ ଫୋନ୍‌ ଟ୍ରାକ୍‌ କରୁଥିବା ନେଇ ଓକିଲ ଅନନ୍ତ ଦେହାଦ୍ରୋଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଡିସେମ୍ବର ୨୯ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓ ସିବିଆଇକୁ ଚିଠି ଲେଖି ଜଣାଇଛନ୍ତି।

ସୂଚନାଯୋଗ୍ୟ, ଅନନ୍ତ ଦେହାଦ୍ରୋଇ ସେହି ବ୍ୟକ୍ତି ଯିଏକି ମହୁଆଙ୍କ ବିରୋଧରେ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରୁଥିବା ଅଭିଯୋଗ ଆଣିଥିଲେ। ତାଙ୍କ କହିବା ମୁତାବକ, ଟିଏମ୍‌ସି ନେତ୍ରର ତାଙ୍କୁ ପୂର୍ବରୁ ମଧ୍ୟ ଧମକ ଦେଉଥିଲେ। ମୁଁ କେଉଁଠି ଅଛି ସେ ଜାଣିଥିବା ନେଇ ବାରମ୍ବାର କହୁଥିଲେ। କେବଳ ସେତିକି ନୁହେଁ ସେ ଅତିତରେ ଅନ୍ୟଙ୍କ ଉପରେ ମଧ୍ୟ ଗୁଇନ୍ଦାଗିରି କରିଥିବ ସେ ଅଭିଯୋଗ ଆଣିଛନ୍ତି।

Advertisment

୧୪ ଅକ୍ଟୋବର ୨୦୨୩ରେ ପୂର୍ବତନ ଲିଭ୍‌-ଇନ୍‌ ପାର୍ଟନର ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରୋଇ ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପାରୁଥିବା ଅଭିଯୋଗ ଆଣିଥିଲେ। ଏହି ପ୍ରସଙ୍ଗରେ ସେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଏକ ଚିଠି ଲେଖିଥିଲେ। ଏହାପରେ ଅକ୍ଟୋବର ୧୫ ତାରିଖରେ ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ସମାନ ଅଭିଯୋଗ କରିଥିଲେ। ଏଥିସହ ତାଙ୍କୁ ନଲମ୍ବିତ କରିବାକୁ ସେ ଦାବି କରିଥିଲେ। ଅଭିଯୋଗ ପାଇବା ପରେ ବାଚସ୍ପତି ବିର୍ଲା ଘଟଣାକୁ ଏଥିକ୍ସ କମିଟିକୁ ହସ୍ତାନ୍ତର କରିଥିଲେ।

Anant Dehadrai CBI TMC MP Mahua Moitra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe