Advertisment

ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ

ଅବୈଧ ଖନନ ମାମଲାରେ ପୁଲିସ୍‌ ଜବତ କରିଥିବା ବାଇକ୍‌କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।

Court

Court

Advertisment

ଓକିଲ କଲେ ଜାଲିଆତି। ପୁଲିସ୍‌ ସହ ଗେମ୍‌ ଖେଳିବା ତାଙ୍କୁ ମହଙ୍ଗା ପଡ଼ିଛି। ଅବୈଧ ଖନନ ମାମଲାରେ ପୁଲିସ୍‌ ଜବତ କରିଥିବା ବାଇକ୍‌କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ । ଏପରି ଚଞ୍ଚକତା ଘଟଣା ଜମ୍ମୁରେ ଘଟିଛି। ଗିରଫ ଅଭିଯୁକ୍ତଜଣକ ହେଉଛନ୍ତି ବଶାରତ ଅହମ୍ମଦ ଖାନ ।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ବଶାରତ ଅହମ୍ମଦ ଖାନ ୫୦ ହଜାର ଟଙ୍କାର ନକଲି ରସିଦ ଓ ନକଲି ଟିକେଟ ଲଗାଇବା ସହ ବିଚାରପତିଙ୍କ ଜାଲି ଦସ୍ତଖତ କରି ଏକ ମିଥ୍ୟା ଅର୍ଡର ପ୍ରସ୍ତୁତ କରିଥିଲେ। ଅବୈଧ ଖନନ ମାମଲାରେ ଜବତ ହୋଇଥିବା ଗାଡ଼ିକୁ ମୁକୁଳାଇବାକୁ ଏହି ଜାଲି ଅର୍ଡରକୁ ସେ ବ୍ୟବହାର କରିଥିଲେ।

ଏହି ମାମଲାର ଯାଞ୍ଚ ପାଇଁ ଜମ୍ମୁର ବରିଷ୍ଠ ପୁଲିସ୍‌ ଅଧିକାରୀ SIT ଗଠନ କଲେ । SIT ଦ୍ୱାରା ତଦନ୍ତ ପରେ ଓକିଲ ବଶାରତ ଅହମ୍ମଦ ଖାନ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ତୁରନ୍ତ ତାଙ୍କୁ ବାନ୍ଧିଛି।

Advertisment

ଏହାପରେ ବଶାରତ ଅହମ୍ମଦ ଖାନଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇ ଫର୍ଜି ଡକ୍ୟୁମେଣ୍ଟ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଏକ ମୋବାଇଲ ଫୋନ୍‌, ନକଲି ରସିଦ ସହ ଏକ କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ଅନ୍ୟ କିଛି ବୈଦୁତିକ ଉପକରଣ ବି ଜବତ ହୋଇଛି। ପୁଲିସ୍‌ ସବୁ ଡକ୍ୟୁମେଣ୍ଟ ଓ ଉପକରଣକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ବି ତଦନ୍ତ କରୁଛି।

Jammu Kashmir Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe