Advertisment

Spying For Pak: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଆଇନଜୀବୀ ଗିରଫ, ଟଙ୍କା ଆଣିବାକୁ ଯାଉଥିଲା ପଞ୍ଜାବ

ରିଜୱାନ ୭ଥର ଅମୃତସରକୁ ଯିବା ସହ ଗୋଟିଏ ସ୍କପ୍ରିଓ ଓ ଗୋଟିଏ ସ୍କୋଡା କାର ଚଳାଉଥିବା ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିଲା। ରିଜୱାନ ନଗଦ ୪୧ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ବେଳେ ଏହାକୁ ସେ ଅଜୟ ଅରୋରା ନାମକ ବ୍ୟକ୍ତିକୁ ଦେଇଥିବା କହିଛି।

author-image
Hemant Lenka
Rizwan

ଗିରଫ ହୋଇଥିବା ଆଇନଜୀବୀ

ଭାରତରେ ରହି ଶତ୍ରୁ ଦେଶ ପାକିସ୍ତାନ( Pakistan) ପାଇଁ କାମ କରୁଥିବା ଜଣେ ଆଇନଜୀବୀକୁ ଗିରଫ କରାଯାଇଛି। ଏହି ଓକିଲ ଜଣକ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ(Spying) କରିବା ସହ କିଛି ସମ୍ବେଦନଶୀଳ ଶେୟାର କରିଥିଲା। ପୁଲିସ୍‌ ତା’କୁ ଗିରଫ କରିଥିବା ବେଳେ ଏବେ ତା’ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

Advertisment

ଗିରଫ ହୋଇଥିବା ଗୁରୁଗ୍ରାମର ଏହି ଆଇନଜୀବୀର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ରହିଥିଲା। ସେହିପରି ସେ ୭ ଥର ପଞ୍ଜାବର ଅମୃତସର ଯାଇ ଟଙ୍କା ସଂଗ୍ରହ କରିଥିଲା ବୋଲି ଗିରଫ ଆଇନଜୀବୀର ଜଣେ ଓକିଲ ବନ୍ଧୁ ମୁଶାରଫ ଓରଫ ପରଭେଜ ପୁଲିସ୍‌କୁ କହିଛନ୍ତି।

୨୦୨୨ରେ ଶୋହନା କୋର୍ଟରେ ଇଣ୍ଟର୍ଣ୍ଣଶିପ କରିବା ବେଳେ ଗିରଫ ଆଇନଜୀବୀ ରିଜୱାନ ସଂସ୍ପର୍ଶରେ ଆସିଥିଲେ ମୁଶାରଫ। ପରବର୍ତ୍ତୀ ଅବସ୍ଥାରେ ମୁଶାରଫ ନୁହ କୋର୍ଟରେ ଓ ରିଜୱାନ ଗୁରୁଗ୍ରାମ କୋର୍ଟରେ ଓକିଲାତି ଜାରି ରଖିଥିଲେ। ଅଲଗା ଅଲଗା ସ୍ଥାନରେ କାମ କରୁଥିଲେ ହେଁ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା ଓ ସେମାନେ ଏକାଠି ଅନେକ ଥର ବାହାରକୁ ବୁଲିବାକୁ ମଧ୍ୟ ଯାଆନ୍ତି। 

Advertisment

ମୁଶାରଫ ପୁଲିସ୍‌କୁ କହିଛନ୍ତି ଯେ ସେ ଓ ରିଜୱାନ କାର ଯୋଗେ ଜୁଲାଇ ମାସରେ ଅମୃତସରର ୱାଘା ସୀମାକୁ ଯାଇଥିଲେ। ଏହାପରେ ସେମାନେ ସ୍ୱର୍ଣ୍ଣ ମନ୍ଦିର ବୁଲିଥିଲେ। ସେଠାରେ ରିଜୱାନ ବାଇକରେ ଆସିଥିବା କିଛି ଲୋକଙ୍କ ଠାରୁ ଗୋଟିଏ ବ୍ୟାଗରେ ଭର୍ତ୍ତି ଟଙ୍କା ସଂଗ୍ରହ କରିଥିଲା। ତେବେ ମୁଶାରଫ ସେମାନଙ୍କୁ ଚିହ୍ନି ନଥିବା କହିଛନ୍ତି। ଅମୃତସରରୁ ଫେରିବା ବେଳେ ୨ ଆଇନଜୀବୀଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିଯୋଗୁ ସେମାନେ କାର ଛାଡ଼ି ଟ୍ରେନରେ ଆସିବାକୁ ବାଧ୍ୟ ହୋଇଥିଲା। 

ଅଗଷ୍ଟ ୧ରେ ସେମାନେ ଦୁର୍ଘଟଣା ଗ୍ରସ୍ତ କାରକୁ ଆଣିବା ପାଇଁ ପୁଣି ଅମୃତସର ଯାଇଥିଲେ। ସନ୍ଧ୍ୟାରେ ସେମାନେ ଗୋଟିଏ ହୋଟେଲରେ ରହିଥିଲେ। କିନ୍ତୁ ରାତି ବେଳେ ରିଜୱାନ ଟଙ୍କା ଆଣିବା କଥା କହି ହୋଟେଲରୁ ବାହାରି ଯାଇଥିଲା।

ଜେରାରୁ ଜଣାପଡ଼ିଛି ଯେ ରିଜୱାନ ୭ଥର ଅମୃତସରକୁ ଯିବା ସହ ଗୋଟିଏ ସ୍କପ୍ରିଓ ଓ ଗୋଟିଏ ସ୍କୋଡା କାର ଚଳାଉଥିବା ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିଲା। ରିଜୱାନ ନଗଦ ୪୧ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ବେଳେ ଏହାକୁ ସେ ଅଜୟ ଅରୋରା ନାମକ ବ୍ୟକ୍ତିକୁ ଦେଇଥିବା କହିଛି। ତାଉରୁ ସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଓ ସୋହନା ସ୍ଥିତି ଇଣ୍ଡୁସଲ୍ୟାଣ୍ଡ ବ୍ୟାଙ୍କରେ ରିଜୱାନର ଦୁଇଟି ଆକାଉଣ୍ଟ ରହିଥିଲା। 

କିଛି ମାସ ତଳେ ହିଁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ ହୋଇଯାଇଥିଲା। ଏହି ଆକାଉଣ୍ଟରେ ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନେ ହାୱାଲା ରାକେଟ ଜରିଆରେ କୋଟି କୋଟି ଟଙ୍କା ଜମା କରୁଥିବା ଜଣାପଡ଼ିଛି। ପଞ୍ଜାବରେ ଆତଙ୍କୀ ନେଟୱର୍କକୁ ସଶକ୍ତ କରିବା ପାଇଁ ଏପରି ପାଣ୍ଠି ଜମା କରାଯାଉଥିଲା। 

Pakistan Spying